Jhilik ଙ୍କ ଦୁଇ ଝିଅ ପାଇଁ ସ୍ୱାମୀଙ୍କୁ ମିଳିଲା ବଡ ସଫଳତା, ଦେଖନ୍ତୁ ସେ କଣ କହିଲେ… ?

ନମସ୍କାର ବନ୍ଧୁଗଣ ତେବେ ଘଡେଇ ପରିବାର କୁ ଆସିଛି ନୂଆ ଅତିଥି । ଜୁନ ୨ ଚୁଲବୁଲି ନାୟିକା ଝିଲିକ ଙ୍କ ଜନ୍ମ ଦିନ ଥିବାବେଳେ ସେ ଏକା ସାଙ୍ଗରେ ଦୁଇଟି ଝିଅ ଙ୍କୁ ଜନ୍ମ ଦେଇଛନ୍ତି । ଏନେଇ ଯଦିଓ ଝିଲିକ କିମ୍ବା ଘଡେଇ ପରିବାର ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ ତେବେ ସୂଚନା ଅନୁଯାୟୀ ୨ ତାରିଖରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଝିଲିକ ଚିକିତ୍ସିତ ହେଉଥିବା ବେଳେ ଜୁନ ୨ ଦୁଇଟି ଯମଜ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଛନ୍ତି ।

ତେବେ ଆପଣ ମାନେ ଜାଣିଥିବେ ଝିଲିକ ସୁକିନ୍ଦାର ବିଧାୟକ ପ୍ରୀତିରଞ୍ଜନ ଘଡେଇ ଙ୍କୁ ବିବାହ କରିଥିଲେ । ତେବେ ଏହି ଦୁଇ ଝିଅ ବର୍ତ୍ତମାନ ନିଜ ବାପା ପ୍ରୀତିରଞ୍ଜନ ଙ୍କୁ ଏକ ଉପହାର ଦେଇଛନ୍ତି । ତେବେ ବର୍ତ୍ତମାନ ପ୍ରଥମ ଥର ନିର୍ବାଚନର ୨ ବର୍ଷ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳରେ ବଡ଼ ପରିବର୍ତ୍ତନ କରିବେ ।

ନବୀନଙ୍କ ମନ୍ତ୍ରୀମଣ୍ଡଳର ପ୍ରାୟ ସମସ୍ତ ମନ୍ତ୍ରୀଙ୍କୁ ମନ୍ତ୍ରୀପଦରୁ ଇସ୍ତଫା ଦେବା ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍‌ ଯାଇଥିବା ଶୁଣିବାକୁ ମିଳିଛି । କୁହାଯାଉଛି ପାଖାପାଖି ୧୫ ଜଣ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ନେଇ ଫୋନ୍‌ ହୋଇଛି । ନବୀନଙ୍କ ଏହି ନୂଆ ମନ୍ତ୍ରୀମଣ୍ଡଳରେ ନୂଆ ମୁହଁକୁ ସୁଯୋଗ ମିଳିପାରେ । ତେବେ ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ଅଛନ୍ତି ପ୍ରୀତିରଞ୍ଜନ ଘଡ଼ାଇ, ଅଶ୍ୱିନୀ ପାତ୍ର, ଲତିକା ପ୍ରଧାନ, ବଦ୍ରି ନାରୟଣ ପାତ୍ର, ବାସନ୍ତୀ ହେମ୍ବ୍ରମ୍, ପ୍ରଶାନ୍ତ ମୁଦୁଲି, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ ଓ ପ୍ରଦୀପ ଅମାତ ।

ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭା ର ବାଚସ୍ପତି ହୋଇପାରନ୍ତି ଜଣେ ମହିଳା । ବାଚସ୍ପତି ପଦ ପାଇଁ ବିଧାୟିକା ପ୍ରମିଳା ମଲ୍ଲିକ ଓ ଉଷା ଦେବୀଙ୍କ ନାମକୁ ନେଇ ମଧ୍ୟ ହେଉଛି ଚର୍ଚ୍ଚା । ଆସନ୍ତାକାଲି ଦିନ ୧୧:୪୫ ରେ ଭୁବନେଶ୍ୱର ରାଜଭବନରେ ଶପଥ ନେବେ ନୂଆ ମନ୍ତ୍ରୀ । ତେବେ ବର୍ତ୍ତମାନ ମନ୍ତ୍ରୀପରିଷଦ ତାଲିକା ପ୍ରୀତିରଞ୍ଜନ ଙ୍କ ନାମ ରହିଛି । ତେବେ ସୁକିନ୍ଦା ର ବିଧାୟକ ପରେ ବର୍ତ୍ତମାନ ମନ୍ତ୍ରୀ ମଣ୍ଡଳରେ ଯୋଗ ଦେବା କଥା ପରେ ସେ ନିଜ ଦୁଇ ଝିଅ କୁ ନିଶ୍ଚିତ ଶୁଭ ବୋଲି ଭାବୁଥିବେ ।

ତେବେ ପ୍ରୀତିରଞ୍ଜନ ଙ୍କ ବାପା ପ୍ରଫୁଲ ଘଡେଇ ମଧ୍ୟ ପୂର୍ବତନ ଅର୍ଥନୀତି ମନ୍ତ୍ରୀ ହୋଇ ସାରିଛନ୍ତି ଏବଂ ସେ ମଧ୍ୟ ଜଣେ ସଫଳ ମନ୍ତ୍ରୀ ଭାବରେ ପରିଚିତ ତେବେ ଆଶା କରାଯାଉଛି ତାଙ୍କ ପୁଅ ପ୍ରୀତିରଞ୍ଜନ ମଧ୍ୟ ବହୁତ ଭଲ କାମ କରିବେ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *