ନମସ୍କାର ବନ୍ଧୁଗଣ ତେବେ ବିବାହ ସବୁଠାରୁ ପଵିତ୍ର ଏବଂ ଏହା ଏକ ଅତ୍ୟନ୍ତ ଆନନ୍ଦ ଦାୟକ ଘଟଣା ଯାହା ଜୀବନ ରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରେ । ତେବେ ଏଠାରେ ଜୀବନ ରେ ସମ୍ପୂର୍ଣ୍ଣ ନୂତନ ମଣିଷ ଆସିଥାଏ ଯିଏ କି ଅତି ନିଜର ହୋଇଥାଏ । ଦୁହେଁ ମିଶି ସଂସାର କରନ୍ତି । କିନ୍ତୁ ବର୍ତମାନ ସମୟ ରେ ବୈବାହିକ ଜୀବନ ଅନେକ ଲୋକ ଙ୍କ ତା ଖୁସି ରେ କଟୁନାହି । ବର୍ତମାନ କହିବାକୁ ଗଲେ ପ୍ରତ୍ୟେକ ନାରୀ ଯୌତୁକ ନିଆ ରେ ମରି ଯାଉଛି । ତାକୁ ମାରିଦିଆ ଯାଉଛି ।
ତେବେ ବର୍ତ୍ତମାନ ଏପରି ଏକ ଘଟଣା ଯାହା ଭାଇରାଲ ହେଇଛି ଆଉ ଝିଅଟିର ବାପା କାନ୍ଦି କାନ୍ଦି ମିଡ଼ିଆ ସାମ୍ନାରେ କହିଛନ୍ତି କିଛି ଏମିତି କଥା ଯାହା ଶୁଣିଲେ ଆପଣଙ୍କର ଛାତିବି ଥରୀ ଉଠିବ କହରେ ସତରେ ସେମାନେ କେତେ ନିର୍ଦୟ ଆଉ ଅଵିଵେକୀ ଝିଅ ଟିକୁ ଜନ୍ମ କରି ବାପା ମାଆ କୋଳେଇ କାଖେଇ ବଡ କରି ପାଳିବେ ଆଉ ଶେଷରେ ଟେକିଦେବେ ଜଣେ ଅଚିନ୍ହା ଅଜଣା ଲୋକଙ୍କ ହାତକୁ ଆଉ ଯଦି ସେଠି ଝିଅଟିକୁ ମାରି ଦିଆଯାଏ ତାହେଲେ ସେତେବେଳେ ବାପା ମାଆ ଙ୍କ ମନ କେବେବି ସହି ପାରିବ ନାହିଁ ।
ତେବେ ଘଟଣା ଟି ହେଉଛି କିଛି ଏପରି କି ଯୌତୁକ ନିଇର୍ଯାଆତନା ପାଇଁ ଝିଅଟିକୁ ତାର ଶାଶୂଘର ଲୋକ ତାଙ୍କୁ ଫାଶୀ ଲଗାଇ ମାରିଦେଇଛନ୍ତି ଓ ସେ ନିଜେ ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି କିନ୍ତୁ ଝିଅଟିର ବାପାଙ୍କର କହିବା କଥା କି ଝିଅ ତାଙ୍କୁ ଖରା ବେଳ ୧ଟାରେ ଫୋନ କରିଥିଲା ଆଉ ବାପାଙ୍କୁ କାନ୍ଦି କାନ୍ଦି କହୁଥିଲା କି ତାକୁ ତା ଶାଶୁ ଘରେ ବହୁତ ନିଇର୍ଯାଆତନା ଦିଆଯାଉଛି ଯୌତୁକ କଥାକୁ ନେଇକି ତେଣୁ ମତେ ଆସି ମୋ ଶାଶୁ ଘରୁ ନେଇଯାଅ ।
ତେବେ ଆଉ ପରେ ୨ଟା ରେ ତାଙ୍କର ଜ୍ୱାଇଙ୍କ ପାଖରୁ ଫୋନ ଆସିଥିଲା କି ଆପଣଙ୍କ ଝିଅ ଗୋଟିଏ ରୁମ ରେ ନିଜକୁ ଫାଶୀ ଦେଇ ପ୍ରାଣ ହରାଇଛି ଓ ଆମେ ଏବେ ଘରର କବାଟକୁ ଭାଙ୍ଗି ଫାଶୀ ଖୋଲିଲୁ ଓ ଆପଣଙ୍କ ଝିଅ ପ୍ରାଣ ହରାଇଛନ୍ତି । ତାପରେ ଝିଅଟିର ବାପା ଯାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଆଉ ଦେଖିଥିଲେ କି ଝିଅଟିର ହାତରେ ମାରିବାର ଦାଗ ରହିଛି ଓ ଝିଅର ଶଙ୍ଖା ଓ ଚୁଡ଼ି ଭାଙ୍ଗିଯାଇଛି ଓ ଝିଅଟିକୁ ଗାମୁଛାରେ ଫାଶୀ ଦେଇଛି ଓ କଷ୍ଟ ସାହିନପାରୀ ଲୁଗାରେ ପରିସ୍ରା ମଧ୍ୟ କରି ପକେଇଛି ଓ ଶେଷରେ ପ୍ରାଣ ହରାଇଛି ।
ତେବେ ଝିଅ ର ବାପା ମିଡ଼ିଆ ଆଗରେ କହିଥିଲେ କି ଦୁଇ ଦିନ ଆଗରୁ ଝିଅର ଦେଢଶୁର ଘରକୁ ଆସିଥିଲା ଆଉ ସେ ମଧ୍ୟ ତାଙ୍କର ଝିଅକୁ ନିଇର୍ଯାଆତନା ଦେଉଥିଲା ତାହା ସହିତ ତାର ଶାଶୂଘର ଲୋକ ୨୦ ଲକ୍ଷ ଟଙ୍କାର ଯୌତୁକ ଦାବି କରିଥିଲେ ଆଉ ସେ ୧୫ ଲକ୍ଷ ଟଙ୍କା ଦେଇଥିଲେ ବାକି ଆଉ ୫ ଲକ୍ଷ ପରେ ଦେବେ ବୋଲି କହିଥିଲେ । ଆଉ ସେ ପଇସା ଦେଇ ନଥିବାରୁ ତାଙ୍କର ଝିଅକୁ ତାର ଶାଶୁ ଘର ଲୋକ ଫାଶୀ ଦେଇ ମାରି ଦେଇଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।