ଦୌଡ଼ିଲେ ଡାକ୍ତର, ଝିଅର ଭୁଲ୍ ରିପୋର୍ଟ କାହିଁକି ଦେଲୁ ବୋଲି କହି ଏମିତି କଲେ ମହିଳା…

ଡାକ୍ତରଙ୍କ ସହ ଏମିତି କଲେ ମହିଳା ! ତେବେ ଖବର ମୁତାବକ ମହିଳା ଜଣଙ୍କ ପ୍ରଥମେ ମେଡିକାଲକୁ ଆସିଥିଲେ । ତେବେ ମେଡିକାଲ ଭିତରେ ଏଭଳି କଣ ଘଟିଯାଇଥିଲା । ଯେ ମହିଳା ଜଣଙ୍କ ହଟାତ ଚପଲ କାଢି ଡାକ୍ତରକୁ ବାଡେଇବା ପାଇଁ ବାହାରି ପଡିଥିଲେ । ତେବେ ଡାକ୍ତର ଜଣଙ୍କ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । ହେଲେ ଡାକ୍ତରଙ୍କ ପାଖରେ କେହି କୁଆଡେ ନଥିଲେ । ଏପଟେ ଚପଲରେ ଡାକ୍ତରକୁ ମାରିବା ପାଇଁ ମହିଳା ଜଣଙ୍କ ବାହାରି ପଡିଥିଲେ ।

ତେବେ ଉକ୍ତ ମହିଳାଙ୍କର ଝିଅର ଜୀବନ ଚାଲି ଯାଇଛି । ଝିଅର ଜୀବନ କେମିତି ଚାଲିଗଲା ତାହାର ମଧ୍ୟ ତଦନ୍ତ ଚାଲିଛି । ତେବେ ପୋଷ୍ଟମଟମ ରିପୋର୍ଟ ଅନୁଯାଇ ଝିଅଟି ଜୀବନ ହାରିଦେଇଛି ବୋଲି ଜଣା ପଡିଛି । ହେଲେ ଏପଟେ ଝିଅର ମା’ କହୁଛନ୍ତି । ଝିଅର ଦେହରେ ବହୁତ ଦାଗ ରହିଥିଲା । ତେବେ ଝିଅର ଦେହରେ ଦାଗ କୁଆଡୁ ଆସିଲା ବୋଲି ମହିଳା ଜଣଙ୍କ ସନ୍ଦେହ କରିଥିଲେ । ପରେ ଝିଅର ମୃତ୍ୟୁ ରିପୋର୍ଟ ଡାକ୍ତର ଭୁଲ ଦେଇଛନ୍ତି ବୋଲି ମହିଳା ଜଣଙ୍କ କହିଛନ୍ତି ।

ତାପରେ ରାଗରେ ଆସି ଡାକ୍ତରଙ୍କୁ ମାରିବା ପାଇଁ ମହିଳା ଜଣଙ୍କ ଚପଲ ଧରି ସମସ୍ତଙ୍କ ସାମ୍ନାରେ ଗୋଡାଇଛନ୍ତି । ଡାକ୍ତର ଯେତେ ମନା କଲେ ମଧ୍ୟ ମହିଳା ଜଣଙ୍କ ରାଗିକି ନିଜ ଚପଲରେ ଡାକ୍ତରଙ୍କୁ ମାରିବାର ଧମକ ଦେଇଛନ୍ତି । ତେବେ ଏଭଳି ଘଟଣା ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦେଖିବାକୁ ମିଳିଛି । ଯେଉଁଠାରେ ଡାକ୍ତର ରଶ୍ମି ରଞ୍ଜନଙ୍କୁ ମାଡ ମାରିବା ପାଇଁ ମହିଳା ଜଣଙ୍କ ଚପଲ ଦେଖାଇଥିଲେ ।

ଉକ୍ତ ମହିଳା ଜଣଙ୍କର ଝିଅ ସୌଦାମିନୀ 2023 ମସିହା ଫେବୃଆରୀ ମାସରେ ମୃତ୍ୟୁବରଣ କରିଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ସୌଦାମିନୀଙ୍କ ମୃତ୍ୟୁର ରହସ୍ୟ ଜାଣିବା ପାଇଁ ତଦନ୍ତ ଜାରୀ ରହିଥିଲା । ହେଲେ ସୌଦାମିନୀଙ୍କ ମା’ ଏହାରି ଭିତରେ ରୋଗୀ ଭାବେ ଡାକ୍ତରଖାନାକୁ ଯାଇଥିଲେ ।

ତାପରେ ନିଜ ଝିଅର ଶବ ବ୍ୟବଚ୍ଛେଦ ରିପୋର୍ଟ ଡାକ୍ତରଙ୍କୁ ଦେଖାଇ ତାଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ । ତାପରେ ଡାକ୍ତର ଭୁଲ ରିପୋର୍ଟ ଦେଇଥିବ ଅକଥା କହି ତାଙ୍କୁ ମାଡ ମଧ୍ୟ ମାରିବାକୁ ଚେଷ୍ଟା କରିଥିଲେ । ଖବରର ଅପଡେଟ ପାଇବା ପାଇଁ ଆମ ସହ ଆଗକୁ ମଧ୍ୟ ବନ୍ଧୁଗଣ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *