ବନ୍ଧୁଗଣ, ସୂଚନା ଅନୁଯାୟୀ ବାପାଙ୍କ ସମ୍ପତ୍ତିରେ ଝିଅର ଅଧିକାର କୁ ନେଇ ସର୍ବୋଚ୍ଚ ନ୍ୟାୟାଳୟ ଦେଇଛନ୍ତି ଗୁରୁତ୍ଵପୂର୍ଣ୍ଣ ରାୟ । ରାୟ ଅନୁଯାୟୀ ବାପାଙ୍କ ସହିତ ସମ୍ପର୍କ ନରଖିଲେ ଝିଅ କୁ ମିଳିବ ନାହିଁ ନିଜର ଆବଶ୍ୟକତା ପୂରଣ କରିବା ନିମନ୍ତେ କୌଣସି ଖର୍ଚ୍ଚ । ଏକ ମାମଲାର ବିଚାର କରି ଏପରି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ମାନ୍ୟବର କୋର୍ଟଙ୍କ କହିବା ଅନୁସାରେ, ଯଦି ଝିଅ ବାପାଙ୍କ ଠାରୁ ଅଲଗା ରହୁଥାଏ ଅଥବା ବାପାଙ୍କ ସହ କୌଣସି ସମ୍ପର୍କ ରଖେ ନାହିଁ ତେବେ ବାପା ଝିଅର କୌଣସି ଖର୍ଚ୍ଚ ବହନ କରିବାକୁ ବାଧ୍ୟ ନୁହଁନ୍ତି ।
ଜଷ୍ଟିସ ସଞ୍ଜୟ କିଶନ କୌଲ ଓ ଏମଏମ ସୁନ୍ଦରେଶଙ୍କୁ ନେଇ ଗଠିତ ବେଞ୍ଚ ଏକ ଦମ୍ପତ୍ତିଙ୍କର ଛାଡପତ୍ର ମାମଲାରେ ପିଟିସନ ଶୁଣାଣି ସମୟରେ ଏପରି ରାୟ ଦେଇଛନ୍ତି । ଏହି ଛାଡପତ୍ର ମାମଲାରେ ପତ୍ନୀ ନିଜ ସ୍ଵାମୀ ଙ୍କ ଠାରୁ ଅର୍ଥ ଦାବି କରିଥିଲେ । ଅଦାଲତ ଉକ୍ତ ମହିଳାଙ୍କ ସ୍ଵାମୀଙ୍କୁ ସମସ୍ତ ଦାବି ପୂରଣ କରିବା ସହିତ ୧୦ଲକ୍ଷ ଟଙ୍କା ଜମା କରିବାକୁ ନିର୍ଦ୍ଧେଶ ଦେଇଛନ୍ତି ।
୨ ମାସ ଭିତରେ ଏହି ଟଙ୍କା କୋର୍ଟ ରେ ଜମା କରିବାକୁ କୋର୍ଟ କହିଥିବାବେଳେ ଏ ସମସ୍ତ ଅର୍ଥ କେବଳ ତାଙ୍କ ପତ୍ନୀ ଙ୍କୁ ଦିଆଯିବ ବୋଲି କହିଛନ୍ତି । ଏଥିରେ ବ୍ୟକ୍ତିଙ୍କ ଝିଅର କୌଣସି ଭାଗ ରହିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ଝିଅର ଶିକ୍ଷା ତଥା ବାହାଘର କୁ ନେଇ ଅଭିଯୋଗକାରୀ ପ୍ରତିପ୍ରଶ୍ନ ଉଠାଇଥିଲେ, କିନ୍ତୁ ଏହାର ଜବାବ ଦେଇ କୋର୍ଟ କହିଥିଲେ ଯେ ଝିଅର ବୟସ ବର୍ତ୍ତମାନ ୨୦ ବର୍ଷ ।
ଭବିଷ୍ୟତର ରାସ୍ତା ବାଛିବା ନିମନ୍ତେ ତାହାର ଅଧିକାର ଅଛି । ତେଣୁ ଝିଅର ଶିକ୍ଷା ନିମନ୍ତେ ସ୍ଵାମୀ ଙ୍କ ଅର୍ଥ ଦାବୀ କରି ପାରିବେ ନାହିଁ ସ୍ତ୍ରୀ । କିନ୍ତୁ ବାପା ଛାଡପତ୍ର ପରେ ଯଦି ଝିଅ କୁ ନିଜ ସ୍ଵଇଛାରେ କିଛି ଆର୍ଥିକ ସାହାର୍ଯ୍ୟ କରିବେ ତେବେ ସେଥିରେ କିଛି ସମସ୍ୟା ନାହିଁ ବୋଲି ମାନନୀୟ କୋର୍ଟ କହିଥିଲେ ।
ସୂଚନା ଅନୁଯାୟୀ ୧୯୯୮ ମସିହାରେ ଅଭିଯୋଗ କରିଥିବା ଦମ୍ପତ୍ତି ହିନ୍ଦୁ ରୀତିରୀତି ଅନୁସାରେ ବିବାହ କରିଥିଲେ । ଏହାପରେ ୨୦୦୧ ରେ ସେମାନେ ପରସ୍ପରଠାରୁ ଅଲଗା ହୋଇ ଯାଇଥିଲେ । ସେତେବେଳେ ତାଙ୍କର ଏକ ଝିଅ ଜନ୍ମ ହୋଇଥିଲା । ତେଣୁ ପରବର୍ତ୍ତୀ ସମୟରେ ପତ୍ନୀ ଝିଅର ହକ ଦାବୀ କରି କୋର୍ଟରେ ପିଟିସନ ଦାଏର କରିଥିଲେ ।
ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।