ଝିଅ ଓ ସ୍ତ୍ରୀଙ୍କୁ 3 ଘଣ୍ଟା ଜେରା କଲା ପୋଲିସ, ଜେରା ପରେ ପୋଲିସ ହାତରେ ଲାଗିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ…

ବନ୍ଧୁଗଣ ଆଜି ରାଇମୋହନ ପରିଡା ଆମ ମାନଙ୍କ ଗହଳରେ ନାହାନ୍ତି ଓ ଏଥିପାଇଁ ସାରା ଓଡିଶାରେ ଶୋକର ଛାୟା ଖେଳି ଯାଇଛି । ସେ ଓଡିଆ ଫିଲ୍ମ ଜଗତ ଓ ଓଡିଆ ଯାତ୍ରା ଜଗତରେ ଜଣେ ବରିଷ୍ଠ ଅଭିନେତା ଥିଲେ । ସେ ନିଜର ଦମଦାର ଅଭିନୟ ପଦର୍ଶନ କରି ସୁନାମ ଅର୍ଜନ କରିଥିଲେ ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ହେଲେ ବନ୍ଧୁଗଣ ରାଇମୋହନଙ୍କ ଆତ୍ମହତୟଆ ପରେ ହଠାତ ସବୁ କିଛି ଯେମିତି ବଦଳି ଯାଇଛି ।

ରାଇମୋହନଙ୍କ ଆତ୍ମହତୟଆକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଓଡିଶା ବାସୀ । ତାଙ୍କ ପ୍ରଶଂସକ ମାନେ ଏଥିପାଇଁ ବହୁତ ଦୁଃଖ ପ୍ରକାଶ କରିଛନ୍ତି । ଆଉ ଅନ୍ୟ ପଟେ ତାଙ୍କ ଆତ୍ମହତୟଆ କରିବା ପଛର କାରଣ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । ଏବେ ମଞ୍ଚେଶ୍ଵର ଥାନା ପୋଲିସ ତିନିଟି ଟିମ କରି ତଦନ୍ତ ଆରମ୍ଭ କରିଛି ଆଉ ଏହାରି ମଧ୍ୟରେ ଏକ ବଡ ଖବର ସାମ୍ନାକୁ ଆସୁଛି ।

ମଞ୍ଚେସର ଥାନା ପୋଲିସଙ୍କ କହିବା ମୁତାବକ ପରିବାର ଲୋକଙ୍କ ସହ ଅନ୍ୟ ୧୨ ଜଣ ଲୋକଙ୍କ ସହ ପଚରା ଉଚରା କରିଛି ପୋଲିସ । ରାଇମୋହନଙ୍କ ସ୍ତ୍ରୀ ଓ ଦୁଇ ଝିଅଙ୍କ ସହ ପାଖାପାଖି ଅଢେଇ ରୁ ୩ ଘଣ୍ଟା ପର୍ଯ୍ୟନ୍ତ ପଚରା ଉଚରା କରିଛି ମଞ୍ଚେଶ୍ଵର ଥାନା ପୋଲିସ । ରାଇମୋହନଙ୍କ ମୃତ୍ୟୁକୁ ନେଇ ଏହା ହତୟଆ କି ଆତ୍ମହତୟଆ ସବୁ ପାର୍ଶ୍ଵକୁ ଦୃଷ୍ଟିରେ ରଖି ପୋଲିସ ଅନେକ ପ୍ରଶ୍ନ ପରିବାର ଲୋକଙ୍କୁ ପଚାରିଛି ।

ଶେଷ ଥର ପାଇଁ ରାଇମୋହନ କାହାକୁ କଲ୍ କରିଥିଲେ ଆଉ ଶେଷ କଲ୍ ରେ ସ୍ତ୍ରୀଙ୍କୁ କଣ କରିଥିଲେ ଏବଂ ଝିଅକୁ ଶେଷ ମେସେଜ ବାଏ କାହିଁକି ପଠାଇ ଥିଲେ ଏନେଇ ସମସ୍ତ ତଥ୍ୟର ତନାଘନା କରୁଛି ମଞ୍ଚେଶ୍ଵର ପୋଲିସ । ଏହା ସହ ଆଗାମୀ ସମୟରେ ମଧ୍ୟ ସିସିଟିଭି ଯାଞ୍ଚ କରାଯିବ ବୋଲି କହିଛି ମଞ୍ଚେଶ୍ଵର ପୋଲିସ । ବର୍ତ୍ତମାନ ସମୟରେ ପୋଲିସର ତଦନ୍ତ ଜାରି ରହିଛି ଆଉ ଘଟଣାର ସତ୍ୟତାକୁ ଜାଣିବା ପାଇଁ ପୋଲିସ ଚେଷ୍ଟା କରୁଛି ।

ଏହା ସହିତ ପୋଷ୍ଟ ମୋଟର୍ମ ରିପୋର୍ଟ ମଧ୍ୟ ଆସିବାର ଅଛି ପୋଷ୍ଟ ମୋଟର୍ମ ରିପୋର୍ଟ ଆସିଲେ ଜଣା ପଡିଯିବ ଏହା ହତୟଆ ନା ଆତ୍ମହତୟଆ । ତା ହେଲେ ବନ୍ଧୁଗଣ ଏହି ଖବରଟି ଏବେ ସମସ୍ତ ସ୍ଥାନରେ ଚର୍ଚ୍ଚାରେ ଅଛି । ତେବେ ବନ୍ଧୁଗଣ ଏହି ଖବରକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *