‘ଝିଅମାନେ ଖାଲି ଗୋଲାପ ଧରି ଗୋଡାଉଛନ୍ତି, ଦେଖିଲେ ତୁମେ ବି ଡରିଯିବ, ହେଲେ ମୁଁ…’: ଦେଖନ୍ତୁ ଏମିତି କାହିଁକି କହିଲେ Sura Routray

ବନ୍ଧୁଗଣ ଗତ କାଲି ଥିଲା 14 ଫେବୃୟାରି । 14 ଫେବୃୟାରି ଏକ ସାଧାରଣ ଦିନ ନୁହେଁ ଏହି ଦିନକୁ ଭାଲେଣ୍ଟାଇନ ଡେ ବୋଲି ଲୋକେ କୁହନ୍ତି । ଏହି ଭାଲେଣ୍ଟାଇନ ଡେ ହେଉଛି କେବଳ ପ୍ରେମି ଯୁଗଳ ମାନଙ୍କ ପାଇଁ । ପ୍ରେମି ଯୁଗଳ ମାନେ ଏହି ଦିନରେ ପରସ୍ପର ସହ ପ୍ରେମ ଆଦାନ ପ୍ରଦାନ କରିଥାନ୍ତି । ସାଧାରଣତଃ ସମସ୍ତ ପାର୍କ ଏବଂ ଖୋଲା ମେଲା ଜାଗାରେ ପ୍ରେମି ଯୁଗଳ ମାନେ ବସି ପ୍ରେମ ଆଦାନ ପ୍ରଦାନ କରିଥାନ୍ତି ।

ତେବେ ଏହି ଭାଲେଣ୍ଟାଇନ ଡେକୁ ନେଇ ଏବେ କଂଗ୍ରେସ ବିଧାୟକ ସୁର ରାଉତରାୟ ଗଣମାଧ୍ୟମ ଆଗରେ ଏକ ବଡ ବୟାନ ଦେଇଛନ୍ତି ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ସୁର ଭାଇ ଗଣମାଧ୍ୟମ ଆଗରେ କହିଛନ୍ତି-‘ଆଜି ହେଉଛି ପ୍ରେମ ଦିବସ ଏଇଟା ହେଉଛି ବିଶ୍ଵ ପ୍ରେମ ଦିବସ । ହେଲେ ଫରେନରେ ଯେମିତି କାମୁଡା କାମୁଡି କିସ ଦେବା ସେସବୁ ଆମର ଏଠି ହେବା ଉଚିତ ନୁହେଁ । ଏତେ ତଳକୁ ଆମେ ଯିବାନି ଖାଲି ଭଲ ପାଇବା । ଆଖି ପାଇଛେ ଖାଲି ସୁନ୍ଦର ଜିନିଷ ଦେଖିବା ଉପଭୋଗ କରିବା ତାକୁ ତୋଳିବାନି । ଫରେନ ଦେଶରେ ଯେମିତି କାମୁଡା କାମୁଡି ସେମିତି ଆମେ କରିବାନି ଆମେ କେବଳ ସ୍ନେହ ଦେବା ।

ଯେଉଁ ପାର୍କ ଯିବ ତମେ ବି ନିଜେ ଭୟରେ ଦଉଡି ଆସିବ ଝିଅ ମାନେ ଏଡିକି ଗୋଲାପ ଧରି ଗୋଡାଉ ଛନ୍ତି ଦେବା ପାଇଁ । ଆଗେ ପୁଅ ମାନେ ଗୋଡାଉ ଥିଲେ ଆଜି ଭୁବନେଶ୍ବରରେ ମୁଁ ଦେଖୁଛି ଝିଅ ମାନେ ଗୋଡାଉ ଛନ୍ତି ପୁଅଙ୍କ ପଛରେ । ପ୍ରେମ ବଢିଆ ପ୍ରେମ କିନ୍ତୁ ନିବିଡ ପ୍ରେମ କର । ଏ ଭଅଁର ଭଳିଆ ଏ ଫୁଲରୁ ସେ ଫୁଲ ପସନି । ଯେଉଁଠି ପଶୁଚ ସିଲେକ୍ସନ କରି ପସ ।

ଭାଲେଣ୍ଟାଇନ ଡେରେ ମୁଁ ଭାଉଜ ପାଖାକୁ ଯାଇଥିଲି । ଭାଉଜ ପାଖକୁ ନ ଗଲେ ତାର ହଜମ ହେବନି କି ମୋର ହଜମ ହେବନି । ତେଣୁ ମୁଁ ଗଲା ମାତ୍ରେ ତା ରୋଗ ଅଧା ଭଲ ହେଇ ଯାଉଛି । ଆମ ପ୍ରେମ ପୁରା ଗୁଆ ଘିଅ’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *