ବନ୍ଧୁଗଣ ଆଜିକାଲି ଦୁନିଆରେ ସମସ୍ତ ଲୋକ ନିଜ କର୍ମ ପାଇଁ ବ୍ୟସ୍ତରେ ରହୁଛନ୍ତି । ଲୋକମାନେ ନିଜ କାମରେ ଏତେ ବ୍ୟସ୍ତ ରହୁଛନ୍ତି ଯେ ହସ କଣ ଭୁଲି ଗଲେଣି । ତେବେ ବନ୍ଧୁଗଣ ଆପଣ ମାନଙ୍କ ଜୀବନରେ କିଛି ଖୁସି ନେଇ ଆଜି ଆମେ ଆସିଛୁ । ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ଓଡିଆ ଜୋକ୍ସ ନେଇ ଆସିଛୁ ଯାହାକୁ ପଢିବା ପରେ ଆପଣ ମାନେ ବହୁତ ହସିବେ । ତା ହେଲେ ବନ୍ଧୁଗଣ ଆଉ ନ କରି ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।
୧. ସ୍ତ୍ରୀ- ତମେ ମୋର ଜନ୍ମଦିନ କେମିତି ଭୁଲିଗଲ… ?
ସ୍ଵାମୀ- ଆରେ ତମ ଜନ୍ମଦିନ କିଏ କେମିତି ମନେ ରଖିବ ?
ତମକୁ ଦେଖିଲେ ଜଣା ହିଁ ପଡୁନି ଯେ ତମ ବୟସ ବଢୁଛି… ।
ସ୍ତ୍ରୀ ଆଖିରୁ ଲୁହ ପୋଛି- ସତ କଥା, ତୁମ ପାଇଁ ମୁଁ ଖିରୀ ବନେଇ ଆଣୁଛି ।
୨. ଛୁଆ- ବାପା ବାହାରେ କିଏ କବାଟ ପାଖରେ ଛିଡା ହେଇଛି…
ବାପ- କିଏ ଅଛି ?
ଛୁଆ- କିଏ ଗୋଟେ ନିଶ ରଖିଥିବା ମଣିଷ ।
ବାପ- ତାକୁ କାହା ମୋର ନିଶ ଦରକାର ନାହିଁ ।
୩. ସନ୍ତା ଚାକିରି ପାଇଁ ଇଣ୍ଟର୍ବ୍ୟୁ ଦେବାକୁ ଗଲା…
ବସ୍- କେଉଁ କାମ କରିବେ ?
ସନ୍ତା- ସାର ମୁଁ ବହୁତ ନର୍ଭସ ଅଛି । ମୋତେ ଭୟ ଲାଗୁଛି ଏହି ଇଣ୍ଟର୍ବ୍ୟୁ ପାଇଁ ।
ବସ୍- ଆରେ ଡରନି, ମୋ ସହ ତମେ ପୁରା ବନ୍ଧୁ ଭଳି କଥା ହୁଅ ।
ସନ୍ତା- ଆରେ ଭାଇ ମୁଁ ବହୁତ ଭୟ କରୁଥିଲି, ଆଛା କହିଲୁ ଭାଉଜ କେମିତି ଅଛନ୍ତି କେବେ ଆମକୁ ବି ଇନଭାଇଟ କର ତମ ଘରକୁ ।
୪. ଶିକ୍ଷକ- ଦେଶରେ ସବୁଠାରୁ ସଚଟ ପୋଲିସ ବାଲା କେଉଁଠି ଥାନ୍ତି ?
ପପୁ- ସାବଧାନ ଇଣ୍ଡିଆ ଆଉ କ୍ରାଇମ ପେଟ୍ରୋଲରେ ।
ଶିକ୍ଷକ- ଚାପୁଡା ଉପରେ ଚାପୁଡା…
୫.ସନ୍ତା- ତମ ଆଖି କାହିଁକି ଫୁଲି ଯାଇଛି ?
ବନ୍ତା- କାଲି ମୁଁ ମୋ ସ୍ତ୍ରୀର ଜନ୍ମ ଦିନ ପାଇଁ କେକ୍ ଆଣି ଆସିଥିଲି…
ସନ୍ତା- ହେଲେ କେକ୍ ର ଆଖି ଫୁଲିବା ସହ କଣ ସମ୍ବନ୍ଧ ?
ବନ୍ତା- ଆରେ ମୋ ସ୍ତ୍ରୀର ନାମ ତପସ୍ୟା ଥିଲା ହେଲେ କେକ୍ ବାଲା ତାର ନାମ ସମସ୍ୟା ଲେଖି ଦେଇଥିଲା ।
୬. ସ୍ତ୍ରୀ ଗୋଟେ ସପ୍ତାହ ହେବ କୁକୁର କିଣିବା ପାଇଁ ଜିଦି କରୁଥିଲା…
ସ୍ଵାମୀ ଚିଡି ଯାଇ- ମୁଁ ବୁଝି ପାରୁନି ଯେ, ତମକୁ କୁକୁର କାହିଁକି କିଣିବାର ଅଛି ?
ସ୍ତ୍ରୀ- କାରଣ ତମେ ଯେତେବେଳେ ଅଫିସ ଚାଲିଯାଉଛ ସେତେବେଳେ ମୋ ଆଗ ପଛରେ ଲାଞ୍ଜ ହଲେଇବା ପାଇଁ ଗୋଟେ କୁକୁର ତ ଥିବ ।
୭. ସ୍ଵାମୀ ନିଜ ସ୍ତ୍ରୀକୁ ମେସେଜ କରିଲା…
ଶେଷ ପେଗ୍ ଚାଲିଛି ଅଧ ଘଣ୍ଟା ଭିତରେ ଘରେ ପହଞ୍ଚୁଛି… ଯଦି ପହଞ୍ଚି ବି ନାହିଁ ତା ହେଲେ ଏହି ମେସେଜକୁ ଆଉ ଥରେ ପଢିବ ।
8. ଝିଅ ବିଦା ହେବା ବେଳକୁ ବରର ମୋବାଇଲ ବାଜିଲା, ତା’ ପରେ ଝିଅ ବରକୁ ଦୁଇ ଚାପୁଡା ମାରିଲା କାରଣ ତା’ର ରିଂଟୋନ ଥିଲା
“ଦିଲ ମେ ଛୁପା କେ ଦିଲ କେ ଅରମାନ ଲେ ଚଲେ”
ହମ ଆଜ ଅପନୀ ମୌତ କା ସାମାନ ଲେ ଚଲେ”