ଝାରପଡା ଜେଲ ମହିଳା ୱାର୍ଡରେ ରହୁଛି ହନିଟ୍ରାପ ସୁନ୍ଦରୀ ଅର୍ଚ୍ଚନା ନାଗ, କରୁଛି ଚିତ୍କାର…କାହାକୁ ଛାଡିବିନି…

ଦର୍ଶକ ବନ୍ଧୁ ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏକ ଖବର ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହି ଖବରରେ ଆଜି ଆମେ ଆପଣ ମାନଙ୍କୁ ଏକ ନୂଆ କଥା କହିବୁ । ଆପଣ ଜାଣିଥିବେ ସୁନ୍ଦରୀ ଅର୍ଚ୍ଚନା ନାଥଙ୍କ ଘର କୁଆଡେ କଳାହାଣ୍ଡି ଜିଲ୍ଲା କେଶିଙ୍ଗା । ହେଲେ ଆମେ ଏଠାରେ ଆପଣଙ୍କୁ ସ୍ପର୍ଷ୍ଟ କରିଦେଉଛୁ କି କଳାହାଣ୍ଡି ଜିଲ୍ଲା କେଶିଙ୍ଗା ସୁନ୍ଦରୀଙ୍କ ଘର ନୁହେଁ ବରଂ ତାଙ୍କ ଘର ହେଉଛି ଲାଲଜିଗଡ ବ୍ଲକ କେନ୍ଦୁଗୁଡା ଗାଁରେ ।

ଆଉ ସେ ଛୋଟ ବେଳେ ଲାଲଜିଗଡ ସ୍କୁଲରେ କୁଆଡେ ପାଠ ପଢୁଥିଲେ ।  ଏହା ପରେ ଭୁବନେଶ୍ବର ଆସି ବାଲେଶ୍ଵରରେ ବାହା ହେଇଥିଲେ ଆଉ ତା ପରେ ନିଜ ସହ ନିଜ ସକ୍ଷୀ ମାନଙ୍କର ରୂପ ଓ ଯୌବନର ମାୟା ଜାଲ ବିଛାଇ ଗଢି ଥିଲେ ଏହି ସାମ୍ରାଜ୍ୟ । ଆଉ ଆଜି ଅର୍ଚ୍ଚନାଙ୍କ ଠିକଣା ବଦଳି ଯାଇଛି ଅର୍ଚ୍ଚାନାଙ୍କ ଠିକଣା ହେଉଛି ଝାରପଡା ଜେଲ ।

ଯିଏ କୋଟି ଟଙ୍କାର ପଲଙ୍କରେ ସୋଉ ଥିଲା ଆଜି ସେ ଜେଲ ଭିତରେ ଛିଣ୍ଡା ସପରେ ସୋଉଛି । ଯିଏ ଦିନେ ରୂପା ଥାଳିରେ ଖାଇ ସୁନା ଗ୍ଳାସରେ ପାଣି ପିଉଥିଲା ସେ ଆଜି ମାଟି ପାତ୍ରରେ ପାଣି ପିଉଛି । ହଁ ଦର୍ଶକ ବନ୍ଧୁ ଜେଲରେ ଖାଲି ଚିତ୍କାର କରୁଛି ସୁନ୍ଦରୀ ଅର୍ଚ୍ଚନା । ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଜେଲରେ ଚିତ୍କାର କରି ସୁନ୍ଦରୀ ଅର୍ଚ୍ଚନା କହୁଛି ମୁଁ ବାହାରକୁ ବାହାରେ ସମସ୍ତଙ୍କୁ ଦେଖି ନେବି ।

ଚୁପ ଚାପ ବସୁଛି କେତେବେଳେ ମନ ହେଲେ ପୁଣି ଚିତ୍କାର କରି କହୁଛି ମୁଁ ବାହାରକୁ ବାହାରେ ସମସ୍ତଙ୍କୁ ଦେଖି ନେବି । ଯେଉଁ ମାନେ ମୋ ଗିରଫ ପଛରେ ଅଛନ୍ତି ସେମାନଙ୍କୁ ମୁଁ କେବେ ବି ଛାଡିବି ନାହିଁ । ମୋତେ ଖବର କାଗଜ ଦିଅ ପଢିବା ପାଇଁ କେଉଁ ଖବର କାଗଜ ମୋ ବିଷୟରେ କଣ ଲେଖୁଛି ମୁଁ ଜାଣିବି । ଆଉ ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଜେଲ ଭିତରେ ତାଙ୍କୁ ଖବର କାଗଜ ପଢିବାକୁ ଦିଆ ଯାଉଛି ।

ତେବେ ସୁନ୍ଦରୀ ଅର୍ଚ୍ଚନାଙ୍କର ଏଭଳି ଗୁମର ସାମ୍ନାକୁ ଆସିବା ପରେ ଏବେ ବଡ ବଡିଆଙ୍କ ମନରେ ଛନକା ପସିଛି । ଏବେ ଏହି ଖବରକୁ ନେଇ ସାରା ଓଡିଶାରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *