Vastu Shastra- ଯେଉଁ ସ୍ତ୍ରୀ ଏହି ଦିନ ଧୋଇଥାଏ ନିଜର କେଶ, ସେମାନଙ୍କ ଘରେ ବଢିଚାଲେ ଧନ ସମ୍ପତ୍ତି

ନମସ୍କାର ବନ୍ଧୁଗଣ ତେବେ ଏପରି କେଉଁ ଦିନ ଅଛି ଯେଉଁ ଦିନରେ ମହିଳା ବାଳ ଧୋଇଲେ ପୁରା ଘର ଧନବାନ ହୁଅନ୍ତି । ଯଦି ଏହି ଦିନରେ ମହିଳା ବାଳ ଧୁଅନ୍ତି ନାହିଁ ତେବେ କଣ ହୁଏ ଅବା କଣ କରିବା ଉଚିତ୍ ଆସନ୍ତୁ ଜାଣିବା।ହିନ୍ଦୁ ଧର୍ମରେ ମହିଳା ମାନଙ୍କୁ ବହୁ ନୀତିନିୟମ ମାନିବାକୁ ହୋଇଥାଏ । ଏହି ମଧ୍ୟରୁ ବାଳ ଧୋଇବା,ନଖ କାଟିବା ଉପରେ କିଛି ମହତ୍ତ୍ଵପୂର୍ଣ୍ଣ କଥାମାନ ମଧ୍ୟ ରହିଛି। କାହିଁକି ନା ତାଙ୍କ ବାଳ ଘନ ଏବଂ ଲମ୍ବା ଥାଏ ।

ସେହି ଘରର ସଫଳତା ତାଙ୍କ ଘରର ଲକ୍ଷ୍ମୀ ଉପରେ ନିର୍ଭର କରିଥାଏ । ଘରର ଲକ୍ଷ୍ମୀଙ୍କ ବ୍ୟବହାର ଅନୁଯାୟୀ ତାଙ୍କ ଘରର ସମସ୍ତ ସମ୍ମାନ ଏବଂ ଭାଗ୍ୟ ନିର୍ଭର କରିଥାଏ । ଗୃହଲକ୍ଷ୍ମୀ ଯଦି ଘରେ ଭଲ ବ୍ୟବହାର କରେ ତେବେ ଘରେ ଭଲ ବାତାବରଣ ସୃଷ୍ଟି ହୁଏ ।  ଏହା ବ୍ୟତୀତ ବିବାହିତ ମହିଳା ମାନଙ୍କ ପାଇଁ ବହୁ ନୀତିନିୟମ ମାନ ରହିଛି।ଯଦି କୌଣସି ସ୍ତ୍ରୀ ଏହି ସବୁ ଉପରେ ଗୁରୁତ୍ବ ନଦିଏ । ତେବେ ଘରର ପୁରୁଷ ଅବା ଛୋଟ ପିଲାଙ୍କ ଉପରେ ଏହା ପଡ଼ିଥାଏ ।  ତେଣୁ ଆଜି ଆମେ ଆପଣଙ୍କୁ କିଛି ନିୟମ ଉପରେ କହିବୁ ଯାହା ଆପଣଙ୍କ ଘରକୁ ବହୁ ସୁଖ, ସୁବିଧା ଆଣି ଦେବ।ତେଣୁ ଆସନ୍ତୁ ଜାଣିବା କେଉଁ ବାର ବାଳ ଧୋଇବା ପାଇଁ ଉତ୍ତମ ଅଟେ ବା କେଉଁ ଦିନ ବାଳ ଧୋଇବା ଅଶୁଭ ହୋଇଥାଏ।

୧-ପ୍ରଥମ ରେ ବିବାହିତ ମହିଳା ମାନଙ୍କୁ ଗୁରୁବାର ଦିନ ବାଳ ଧୋଇବା ଅନୁଚିତ୍।ଏହିଦିନ ନା କେବଳ ମହିଳାଙ୍କୁ ବରଂ ପୁରୁଷଙ୍କୁ ମଧ୍ୟ ବାଳ ଧୋଇବା ବା କାଟିବା ଅନୁଚିତ୍।ଏହା ବ୍ୟତୀତ ଶାସ୍ତ୍ର ଅନୁଯାୟୀ ଗୁରୁବାର ଦିନ ଘରେ ପୋଛା ଲଗେଇବା ମଧ୍ୟ ଅନୁଚିତ୍ ଅଟେ। ଏହିଦିନ ବାଳ ଧୋଇବା ଦ୍ୱାରା ଘରେ ଆର୍ଥିକ ସମସ୍ୟା ଲାଗିରୁହେ।ଗ୍ରହ ନିଜର ଦିଗ ପରିବର୍ତ୍ତନ କରିଥାଏ ଏବଂ ଏହା ସବୁ ବୃହସ୍ପତିଙ୍କ ଦ୍ଵାରା।

୨- କୁଆଁରୀ କନ୍ୟାଙ୍କୁ କେବେ ବୁଧବାର ଦିନ ବାଳ ଧୋଇବା ଅନୁଚିତ୍ । ବିଶେଷ କରି ସେହି କନ୍ୟା ମାନଙ୍କୁ ଯାହାଙ୍କର ଛୋଟ ଭାଇ ଥାଆନ୍ତି ତାଙ୍କ ମାନଙ୍କୁ ବାଳ ଧୋଇବା ଅନୁଚିତ୍। ନଚେତ୍ ଏପରି କରିବା ଦ୍ବାରା ତାଙ୍କ ଛୋଟ ଭାଇକୁ ସମସ୍ତ କଷ୍ଟ ଉଠେଇବାକୁ ପଡ଼ିଥାଏ।ତାଙ୍କ ଛୋଟ ଭାଇକୁ ସମସ୍ତ ସ୍ବାସ୍ଥ୍ୟ କଷ୍ଟ ଏବଂ ସମସ୍ୟାର ସମୁଖିନ ହେବାକୁ ପଡ଼ି ଥାଏ। ୩- ତୃତୀୟ ରେ ଯଦି କୌଣସି ଦିନ ଆପଣ ବ୍ରତ ରଖୁଛନ୍ତି ତେବେ ସେହି ଦିନ ଭୁଲରେ ବି ବାଳ ଧୁଅନ୍ତୁ ନାହିଁ। ସୋମବାର ଦିନ ବ୍ରତ ରଖୁଥିଲେ ଏହାର ପୂର୍ବଦିନ ଆପଣ ବାଳ ଧୋଇନେବେ।ଯଦି କୌଣସି କାରଣ ବଶତଃ ଆପଣଙ୍କୁ ଏହି ଦିନ ବାଳ ଧୋଇବାକୁ ପଡେ ତେବେ ଆପଣ ନିଜ ବାଳରେ କଞ୍ଚା କ୍ଷୀର ଲଗେଇ ବାଳ ଧୋଇନେବେ।

୪- ଚତୁର୍ଥ ରେ ମହିଳା ମାନଙ୍କୁ କୌଣସି ଶୁଭ ଦିନରେ ବାଳ ନା ଧୋଇବା ଉଚିତ୍ ବା ନାହିଁ କାଟିବା ଉଚିତ୍।ଏହା ପୂର୍ବ ଦିନ ଆପଣ ବାଳ ଧୋଇପାରିବେ ଅବା ଖାସ୍ କର ଏକାଦଶୀ, ଅମାବାସ୍ୟା ଦିନ ବାଳ ବିଲକୁଲ ଧୋଇବେ ନାହିଁ । ଏହା ଦ୍ଵାରା ଆପଣଙ୍କ ଉପରେ ଚନ୍ଦ୍ରମାର ପ୍ରଭାବ ପଡିଥାଏ । ୫-ପଞ୍ଚମ ରେ ଯଦି ଆପଣଙ୍କର ପୁତ୍ର ପ୍ରାପ୍ତିର କାମନା ଅଛି ତେବେ ସେହି ମହିଳାଙ୍କୁ ଶୁକ୍ରବାର ଦିନ ବାଳ ଧୋଇବା ଉଚିତ୍।

୬- ଷଷ୍ଠ ରେ ଶନିବାର ଦିନ ଶନିଙ୍କର ଦିନ ହୋଇଥିବାରୁ ଏହି ଦିନ ନାହିଁ ବାଳରେ ତେଲ ଲଗେଇବେ ଓ ନାହିଁ ବାଳକୁ ଧୋଇବେ । ଏଥିରେ ଶନିଙ୍କ କୃପା ଆପଣଙ୍କ ଉପରେ ପଡ଼ିଥାଏ । ଯଦି ଏହି ଶନିବାର ଦିନ ଆପଣଙ୍କୁ ବାଳ ଧୋଇବାକୁ ପଡିଲା ତେବେ ଅଳ୍ପ ହଳଦୀ ଓ ବେସନ ନେଇ ବଳରେ ଲଗେଇ ତା ପରେ ବାଳ ଧୋଇପାରିବେ। ମନେ ରଖନ୍ତୁ କି ସେମିତି ଆବଶ୍ୟକ ନପଡ଼ିଲେ ବାଳ ଧୁଅନ୍ତୁ ନାହିଁ  ।  ୭- ସ୍ତ୍ରୀ ହଉ ବା ପୁରୁଷ ଶୁକ୍ରବାର ଦିନ ବାଳ ଧୋଇବା ଅତ୍ୟନ୍ତ ଶୁଭ ମାନା ଯାଇଥାଏ । ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କ ବାର ହେଉଥିବାରୁ ଏହିଦିନ ମହିଳା ମାନେ ସ୍ବଚ୍ଛତା ଉପରେ ଧ୍ୟାନ ଦେଇ ବାଳ ଧୋଇବା ଉଚିତ୍।

କୁହାଯାଏ କି ପୁରୁଷଙ୍କୁ ବାଳ ଧୋଇକି ପୂଜା କରିବାକୁ ପଡେ ହେଲେ ଜଣେ ବିବାହିତ ମହିଳା ନିଜ ମଥାରେ ସିନ୍ଦୂର ଲଗେଇକି ହିଁ ପୂଜା ବା ହୋମରେ ବସିବା ଶୁଭ ହୋଇଥାଏ।ଯଦି କୌଣସି ପୂଜାରେ ଆପଣ ବାଳ ଧୋଇ ନାହାନ୍ତି ତେବେ କେବଳ ସିନ୍ଦୂର ଲଗେଇ ହିଁ ଆପଣ ପୂଜା କରି ପାରିବେ। ଏହା ଛଡା ଯେଉଁ ସ୍ତ୍ରୀ ମଝି ମଥାରେ ସିନ୍ଦୂର ନଲଗେଇ କଡ଼ରେ ଲଗାଏ ।ତାହା ତା ସ୍ବାମୀଙ୍କୁ ହାନି ପହଞ୍ଚାଇ ଥାଏ । ତେବେ ଯେଉଁ ମହିଳା ମଝି ମଥାରେ ଲମ୍ବା ସିନ୍ଦୂର ଲଗେଇ ଥାଏ।ତାର ସ୍ବାମୀଙ୍କ ଆୟୁ ବୃଦ୍ଧି ହୋଇଥାଏ ।

ମାତା ପାର୍ବତୀଙ୍କ ଆଶୀର୍ବାଦ ମିଳିଥାଏ । ଯେଉଁ ସ୍ତ୍ରୀ ତା ସିନ୍ଦୂରକୁ ବାଳ ଭିତରେ ଲୁଚେଇ ରଖିଥାଏ । ତାର ସ୍ବାମୀ ମଧ୍ୟ ସମାଜରୁ ଲୁଚି ରହିଥାଏ । ଏହା ସହିତ ସ୍ବାମୀଙ୍କୁ ସମ୍ମାନ ମିଳି ନଥାଏ ।ସେଥିପାଇଁ ସିନ୍ଦୂରକୁ ଲମ୍ବା ଏବଂ ଏପରି ଲଗାନ୍ତୁ ଯେପରି ତାହା ସ୍ପଷ୍ଟ ଦେଖାଯି ବ। ମହିଳାଙ୍କୁ ମଥାର ମଝିରେ ସିନ୍ଦୂର ଲଗେଇବା ଉଚିତ୍। ଯଦି କଡ଼ରେ ସିନ୍ଦୂର ଲଗାଯାଏ। ତେବେ ସ୍ବାମୀ ଓ ସ୍ତ୍ରୀଙ୍କ ଭିତରେ ଲଢେଇ ଝଗଡ଼ା ହୋଇଥାଏ ଓ ପତି ଅଲଗା ସ୍ତ୍ରୀଙ୍କ ସହିତ ସମ୍ପର୍କ ରଖିଥାଏ ।

ଯଦି ସିନ୍ଦୂର ଲଗେଇବା ସମୟରେ ଏହା ତଳେ ପଡ଼ିଯାଏ ।ତେବେ ଏହା ଅଶୁଭ ହୋଇଥାଏ।ସିନ୍ଦୂର ଲଗେଇଥିବା ସ୍ତ୍ରୀର ମୁହଁ ଯଦି ସ୍ବପ୍ନରେ ଯେଉଁ ବ୍ୟକ୍ତି ଦେଖେ ତେବେ ବହୁତ୍ ଶୁଭ ହୋଇଥାଏ। ସ୍ବାମୀ ଦ୍ଵାରା ସ୍ତ୍ରୀ ଯଦି ନିଜ ମଥାରେ ସିନ୍ଦୂର ଲଗେଇ ଥାଏ ତେବେ ସ୍ୱାମୀର ଲମ୍ବା ଆୟୁଷ ହୋଇଥାଏ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *