ନମସ୍କାର ବନ୍ଧୁଗଣ ତେବେ ତାମିଲନାଡୁ କୁନ୍ନୁରରେ ବାୟୁ ସେନାର ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାଗ୍ରସ୍ତ ବାୟୁସେନାର Mi-17V5 ହେଲିକପ୍ଟର ରେ ସିଡିଏସ୍ ବିପିନ ରାୱତ, ତାଙ୍କ ପତ୍ନୀ ଯାତ୍ରା କରୁଥିଲେ । ଏହାସହ ଅନ୍ୟ ୧୨ ଜଣ ମଧ୍ୟ ସେହି ହେଲିକପ୍ଟରରେ ଥିଲେ । ମୋଟ ୧୪ ଜଣ ହେଲିକପ୍ଟରରେ ଯାତ୍ରା କରୁଥିବା ବେଳେ ହଠାତ୍ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ସେଥିରୁ ୧୩ ଜଣଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିଛି ।
ଅନ୍ୟ ଜଣକ ଏବେ ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ୧୩ ଜଣ ମୃତକଙ୍କ ମଧ୍ୟରେ ସିଡିଏସ୍ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧ୍ୟ ରହିଛନ୍ତି । ତେବେ ଏହି ଖବର ପ୍ରଚାରିତ ହେବା ପରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ସଚ୍ଚା ଦେଶ ଭକ୍ତ ଓ ଜଣେ ସାହସୀ ଯୋଦ୍ଧା ଥିଲେ । ଭାରତ ପାଇଁ ଅନେକ ଲଢ଼େଇରେ ସେ ସାମିଲ ଥିଲେ ।
ଏମିତିକି ଅନେକ ଲଢ଼େଇରେ ସେ ନେତୃତ୍ୱ ନେଇ ଭାରତକୁ ସଫଳତା ମଧ୍ୟ ଦେଇଛନ୍ତି । ସେ ଅତ୍ୟନ୍ତ ବିଚକ୍ଷଣ ଥିଲେ । ତାଙ୍କ ବୁଦ୍ଧି ଆଗରେ ଶତ୍ରୁ ପକ୍ଷର ସବୁ ଚାଲ୍ ଫେଲ ମାରୁଥିଲା । ତେବେ ବିପିନ ରାୱତ ଥିଲେ ଜଣେ ସାହାସି ଏବଂ ନିର୍ଭୀକ ଅଫିସର ତେବେ ଆପଣ ମାନେ ଜାଣିଥିବେ କି ୨୦୧୮ ର ଶେଷ ରେ ସୁପ୍ରିମକୋର୍ଟ ସମଲିଙ୍ଗୀ ସଂପର୍କ କୁ ଅପରାଧ ଶ୍ରେଣୀ ରୁ ବାହାର କରି ଦେଇଥିଲେ ଏବଂ ୩୭୭ ଧାରା କୁ ମଧ୍ୟ ଖଣ୍ଡିତ କରା ଦିଆ ଯାଇଥିଲା ।
ତେବେ ସମଲିଙ୍ଗୀ ସମ୍ପର୍କ କୁ ଅପ୍ରାକୃତିକ ଯୌନ ସମ୍ବନ୍ଧ କୁ ଆଇନ ଅପରାଧ ର ଦାୟର ରେ ଆଣୁଥିଲେ କିନ୍ତୁ ସୁପ୍ରିମକୋର୍ଟ ଏହା କୁ ଉଠାଇ ଦେଇଥିଲେ ଏବଂ ତାଙ୍କୁ ବୈଧ ବୋଲି ମାନ୍ୟ ଦେଇଥିଲେ । କିନ୍ତୁ ବିପିନ ରାୱତ ଥିଲେ ରୁଢ଼ିବାଦୀ ସେ ସୁପ୍ରିମକୋର୍ଟ ର ଏହି ଆଦେଶ କୁ ମାନ୍ୟ କରି ନଥିଲେ ଏବଂ କହିଥିଲେ କି ଏହିଭଳି ପାପ କୁ ଆମେ ସୈନ୍ୟ ରେ ଗ୍ରହଣ କରି ପାରିବୁ ନାହିଁ ଏବଂ ଆମ ସୈନ୍ୟ ରୁଢ଼ିବାଦୀ ତେବେ ଏହି ପରି ପାପ କୁ ଗ୍ରହଣ କରାଯିବ ନାହିଁ ।
ତେବେ ଏହା ଛଡା ୨୦୧୫ ଜୁନ ମାସରେ ମଣିପୁରରେ ଆତଙ୍କୀ ଆକ୍ରମଣରେ ୧୮ ଜଣ ଆତଙ୍କୀ ସହିଦ ହୋଇଥିଲେ । ଏହାପରେ ୨୧ ପାରା କମାଣ୍ଡୋ ସୀମାରେ ଅନେକ ଆତଙ୍କୀଙ୍କୁ ନିହତ କରିଥିଲେ । ସେତେବେଳେ ଏହାର ନେତୃତ୍ୱ ସମ୍ଭାଳିଥିଲେ ବିପିନ ରାୱତ । ତେବେ ବିପିନ ରାୱତ ଥିଲେ ଭାରତ ପ୍ରଥମ ସିଡିଏସ । ସିଡିଏସ ଅର୍ଥ ଚିଫ ଅଫ ଡିଫେନ୍ସ ଷ୍ଟାଫ । ବିପିନ ରାୱତଙ୍କ ଜନ୍ମ ୧୬ ମାର୍ଚ୍ଚ ୧୯୫୮ ମସିହାରେ ଉତ୍ତରାଖଣ୍ଡରେ ହୋଇଥିଲା ।
୧୯୭୮ ମସିହାରେ ବିପିନ ରାୱତ ଆର୍ମିରେ ଯୋଗ ଦେଇଥିଲେ । ୨୦୧୧ ସେ ଚୌଧୁରୀ ଚରଣ ସିଂ ୟୁନିଭରସିଟିରୁ ସେ ମିଲିଟ୍ରି ମିଡିଆରେ ପିଏଚଡି ଡିଗ୍ରୀ ହାସଲ କରିଥିଲେ । ବିପିନ ରାୱତଙ୍କୁ ଆର୍ମିକୁ ଉଚ୍ଚତାରେ ଯୁଦ୍ଧ ଲଢିବା ଓ ପାଲଟା ଜବାବ ଦେବାର ଏକ୍ସପର୍ଟ ବୋଲି କୁହାଯାଏ । ୨୦୧୬ରେ ଉରିରେ ସେନା କ୍ୟାମ୍ପ ଉପରେ ଆକ୍ରମଣ ପରେ ସେତେବେଳର ଆର୍ମି ଚିଫ ରାୱତଙ୍କ ନେତୃତ୍ୱରେ ସେପ୍ଟେମ୍ବର ୨୯ ତାରିଖରେ ପାକିସ୍ତାନରେ ପଶି ଆତଙ୍କୀ ଶିବିର ଉପରେ ସର୍ଜିକାଲ ଷ୍ଟ୍ରାଇକ କରିଥିଲେ ସେନା ।
ତେବେ ଏହି ଲେଖା ଉପରେ ନିଜର ମତାମତ ନିଶ୍ଚିତ ପ୍ରଦାନ କରନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।