ଯେତେବେଳେ ସଭା ମଧ୍ୟରେ ସମସ୍ତଙ୍କ ସାମ୍ନାରେ Bipin Rawat ଛୁଇଁଥିଲେ ବୀର ଅବ୍ଦୁଲ ହମିଦଙ୍କ ପତ୍ନୀଙ୍କ ପାଦ, କହିଥିଲେ ଏହି ବଡ କଥା

ନମସ୍କାର ବନ୍ଧୁଗଣ ତେବେ ଆଜିି ସିଡିଏସ ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କର ହେବ ଅନ୍ତିମ ସଂସ୍କାର । ଏହା ପୂର୍ବରୁ ଦୁଇ ପାର୍ଥିବ ଶରୀରକୁ ସାଧାରଣ ଲୋକେ ସିଡିଏସଙ୍କ ଦିଲ୍ଲୀସ୍ଥିତ କାମରାଜ ମାର୍ଗ ବାସଭବନରେ ଅନ୍ତିମ ଦର୍ଶନ କରିପାରିବେ । ତେବେ ଗତକାଲି ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ତିନି ସେନା ମୁଖ୍ୟ ପାଲାମ ଏୟାରବେସରେ ଶ୍ରଦ୍ଧାଜ୍ଞଳି ଜ୍ଞାପନ କରିଥିଲେ ।


ତେବେ ସୂଚନାଯୋଗ୍ୟ ଯେ ତାମିଲନାଡୁର କୁନ୍ନରରେ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଦେଶର ପ୍ରଥମ ସିଡିଏସ୍ ଏବଂ ତାଙ୍କ ପତ୍ନୀ ମଧୁଲିକା ରାୱତ ଓ ଅନ୍ୟ ୧୧ ଜଣ ସେନା ଅଧିକାରୀ । ଗତକାଲି ରାତିରେ ପ୍ରାୟ ୮ଟାରେ ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀ ଓ ଅନ୍ୟମାନଙ୍କ ପାର୍ଥିବ ଶରୀର ଦିଲ୍ଲୀର ପାଲମ ଏୟାରବେସ୍ରେ ପହଁଚିଥିଲା । ମୃତକଙ୍କ ମଧ୍ୟରୁ ତିନି ଜଣଙ୍କର ପରିଚୟ ମିଳିପାରିଛି ।

ବାକି ମୃତକଙ୍କର ଡିଏନଏ ରିପୋର୍ଟ ଆସିବା ପରେ ସେମାନଙ୍କ ପରିବାରକୁ ମର ଶରୀର ହସ୍ତାନ୍ତର କରାଯିବ । ସେପର୍ଯ୍ୟନ୍ତ ଆର୍ମି ବେସ ହସ୍ପିଟାଲରେ ପାର୍ଥିବ ଶରୀର ରହିବ । ତେବେ ବିପିନ ରାୱତ ଙ୍କ ସାହାସିକତା ର ଚର୍ଚ୍ଚା ସବୁଆଡେ ରହିଛି । ତେବେ କିନ୍ତୁ ବିପିନ ରାୱତ ଜଣେ ଶକ୍ତ ଏବଂ ନିର୍ଭୀକ ଜେନେରାଲ ଥିବା ବେଳେ ତାଙ୍କ ପାଖରେ ମଧ୍ୟ ଥିଲା ଏକ ବଡ଼ ହୃଦୟ । ତେବେ କଥା ହେଉଛି ୨୦୧୭ ସେପ୍ଟେମ୍ବର ୧୦ ତାରିଖ ।

ତେବେ ସେତେବେଳେ ବୀର ଶହୀଦ ଅବ୍ଦୁଲ ହମୀଦ ଙ୍କ ୫୨ ତମ ଶହୀଦ ଦିବସ ଅବସରରେ ସେ ସାମିଲ ହୋଇ ଥିଲେ। ତେବେ ଏହି ସମାରୋହ ଉତ୍ତରପ୍ରଦେଶ ର ଗାଜିପୁର ରେ ରଖା ଯାଇଥିଲା। ତେବେ ଖାସ କଥା ହେଉଛି କି ଏହି କାର୍ଯ୍ୟକ୍ରମ ରେ ଯୋଗଦାନ କରିବା ପାଇଁ ନିଜେ ଶହୀଦ ଅବ୍ଦୁଲ ହମୀଦ ଙ୍କ ପତ୍ନୀ ୯୦ ବର୍ଷୀୟ ରସୁଲନ ବିବି ରାୱତ ଙ୍କୁ ନିମନ୍ତ୍ରଣ କରିବା ପାଇଁ ଯାଇଥିଲେ।

ତେବେ କିନ୍ତୁ ସେତେବେଳେ ରାୱତ ଦେଶ ବାହାରେ ଥିଲେ କିନ୍ତୁ ଯେତେବେଳେ ତାଙ୍କ ର କର୍ମଚାରୀ ମାନେ ତାଙ୍କୁ ସୂଚିତ କରିଥିଲେ କି ଶହୀଦ ଅବ୍ଦୁଲ ହମୀଦ ଙ୍କ ପତ୍ନୀ ରସୁଲନ ବିବି ଆସିଛନ୍ତି ତେବେ ସେ କହିଥିଲେ କି ଆର ଦିନ ମୁଁ ଭାରତ ଫେରି ତାଙ୍କୁ ଭେଟିବି । ତେବେ ରାୱତ ଏହି ଭଳି ହିଁ କରିଥିଲେ ଏବଂ ବୀର ଶହୀଦ ଅବ୍ଦୁଲ ହମୀଦ ଙ୍କ ୫୨ ତମ ଶହୀଦ ଦିବସ ରେ ନିଜ ପତ୍ନୀ ଙ୍କ ସହ ଯୋଗଦାନ କରିଥିଲେ ଏବଂ ମଞ୍ଚ ଉପରେ ରସୁଲନ ବିବି ଙ୍କୁ ଭେଟି ଥିଲେ ଏବଂ ରାୱତ ତାଙ୍କର ପାଦ ଛୁଇଁ ପ୍ରଣାମ କରିଥିଲେ ।


ତେବେ ରସୁଲନ ବିବି ରାୱତ ଙ୍କୁ କହିଥିଲେ କି ଅବ୍ଦୁଲ ହମୀଦ ଙ୍କ ନାମରେ ଏକ ରେଜିମେଟ ଏବଂ ଏକ ସ୍କୁଲ ଖୋଲିବା ପାଇଁ ତେବେ ରସୁଲନ ବିବି ଙ୍କ ର ଏହି ଇଚ୍ଛା କୁ ରାୱତ ପୂରଣ କରିବେ ବୋଲି ମଧ୍ୟ କଥା ଦେଇଥିଲେ । ତେବେ ବର୍ତ୍ତମାନ ରସୁଲନ ବିବି ମଧ୍ୟ ଦୁନିଆରେ ନାହାନ୍ତି ସେ ୨୦୧୯ ରେ ୯୨ ବୟସ ରେ ନିଜର ପ୍ରାଣତ୍ୟାଗ କରିଥିଲେ । ତେବେ ଶହୀଦ ବିପିନ ରାୱତ ସବୁବେଳେ ଅମର ହୋଇ ରହିବେ ଏବଂ ଦେଶର ଏହି ଅପୁରଣୀୟ କ୍ଷତି କୁ କେହି ପୂରଣ କରି ପାରିବେ ନାହିଁ ।

ତେବେ ଏହି ଲେଖା ଉପରେ ନିଜର ମତାମତ ନିଶ୍ଚିତ ଭାବରେ ପ୍ରଦାନ କରନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *