ନମସ୍କାର ବନ୍ଧୁଗଣ ତେବେ ହୃତପିଣ୍ଡ ଏହି ଶବ୍ଦ ଟି ହୃତ ଓ ପିଣ୍ଡ ର ମିଶ୍ରଣ ରୁ ଆସିଛି ତାହାର ଅର୍ଥ ହେଉଛି ଜୀବନ ର ପିଣ୍ଡ । ହୃତପିଣ୍ଡ ର ସ୍ପନ୍ଦନ ର ଆରମ୍ଭ ହେଲେ ଜୀବନର ସଂଚରଣ ଆରମ୍ଭ ହୁଏ ଏବଂ ହୃତପିଣ୍ଡ ର ସ୍ପନ୍ଦନ ବନ୍ଦ ହେଲେ ଜୀବନର ଅନ୍ତ ହୁଏ । ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ହୃତପିଣ୍ଡ ସ୍ପନ୍ଦନ କରି ଚାଲି ଥାଏ ତ ହୃତପିଣ୍ଡ ର କାର୍ଯ୍ୟ ହେଉଛି ଶରୀର ର ସମସ୍ତ ଅଂଶ କୁ ରକ୍ତ ସଂଚାଳନ କରିବା । ଶରୀର ର ଦୂଷିତ ରକ୍ତ ହୃତପିଣ୍ଡ ର ଡାହାଣ ପଟକୁ ଆସେ ଏବଂ ହୃତପିଣ୍ଡ ତାକୁ ଫୁସଫୁସ କୁ ସଂଚଳନ କରିଥାଏ ।
ଫୁସ୍ଫୁସ୍ରେ ରକ୍ତ ବିଶୁଦ୍ଧ ହୋଇ ହୃତପିଣ୍ଡ ବାମ ପଟକୁ ଆସେ ଏବଂ ସେଠାରୁ ବିଶୁଦ୍ଧ ରକ୍ତ ଶରୀରର ସମସ୍ତ ଅଙ୍ଗକୁ ସଞ୍ଚାଳିତ ହୋଇଥାଏ । ଏଭଳି ଭାବେ ହୃତପିଣ୍ଡ ଆମ ଶରୀରକୁ ଅମ୍ଳଜାନ ଓ ରକ୍ତ ସଞ୍ଚାଳନ କରିବାରେ ସାହାଯ୍ୟ କରିଥାଏ । ତେବେ ଶରୀର ରେ ସମସ୍ତ ଅଙ୍ଗକୁ ରକ୍ତ ପହଞ୍ଚାଇବା ପାଇଁ ହୃତପିଣ୍ଡ କୁ କିଛି ମାତ୍ରା ରେ ଚାପ ଦେବାକୁ ପଡ଼ି ଥାଏ ତାହାକୁ ରକ୍ତଚାପ କୁହାଯାଏ ।
କିନ୍ତୁ ଏହି ରକ୍ତ ଶରୀର ର ଛୋଟ ଛୋଟ ନଳୀ କୁ ଯିବା ପାଇଁ ହୃତପିଣ୍ଡ ଅଧିକ ଚାପ ପକାଇବାକୁ ପଡ଼ି ଥାଏ ଯାହା ଫଳରେ ରକ୍ତଚାପ ବଢ଼ି ଥାଏ ଆଉ ରକ୍ତଚାପ ବଢିଲେ ତାହାକୁ ହାଇପରଟେନ୍ସନ କୁହାଯାଏ । ତେବେ ଉଚ୍ଚ ରକ୍ତଚାପ ଦୀର୍ଘଦିନ ଧରି ବଢ଼ି ରହିଲେ ଏବଂ ତାର ଚିକିତ୍ସା ନ କରା ଗଲେ ହୃଦୟ ଉପରେ ବହୁତ ପ୍ରଭାବ ପଡ଼ି ଥାଏ ।
ତେବେ ଉଚ୍ଚ ରକ୍ତଚାପ ରହିଲେ ହୃତପିଣ୍ଡ ର ଆକାର ବଢ଼ି ବଢ଼ି ଯାଇ ଥାଏ ଫଳରେ ତାହା ଆଉ ରକ୍ତ ସଂଚାଳନ କରି ପାରେ ନାହିଁ । ପରେ ପରେ ତାହା ହାର୍ଟ ଫେଲୁଅର ଲକ୍ଷଣ ଦେଖା ଯାଇ ଥାଏ । ହାର୍ଟ ଫେଲୁଅର ଲକ୍ଷଣ ହେଉଛି ଯେପରିକି ଧଇଁସଇଁ ଲାଗିବା, ଗୋଡ଼ ଫୁଲିବା ବା ଅଳ୍ପ କାମ କରି ହାଲିଆ ହୋଇଯିବା ଏଭଳି ଲକ୍ଷଣ ଅଧିକ ଦିନ ଧରି ଲାଗି ରହିଲେ ହୃତପିଣ୍ଡ ଦୁର୍ବଳ ହୋଇ ପଡ଼େ ।
ଏହା ପରେ ହୃତପିଣ୍ଡର ରକ୍ତ ନଳୀ ଉପରେ ପ୍ରଭାବ ପଡ଼ିଥାଏ, ଯାହାକି ହାର୍ଟ ଆଟାକ କରାଇଥାଏ । ତେବେ ଉଚ୍ଚ ରକ୍ତଚାପ ସମସ୍ୟା ଅଧିକ ଦିନ ଧରି ରହିଲେ ପକ୍ଷାଘାତ, ବ୍ରେନ୍ ଷ୍ଟ୍ରୋକ୍, କିଡ୍ନି ଫେଲୁଅର ଓ ଦୃଷ୍ଟିଶକ୍ତି କମିଯିବାର ଆଶଙ୍କା ମଧ୍ୟ ଅଧିକ ଥାଏ । ଉଚ୍ଚ ରକ୍ତଚାପ ହେବାର କାରଣ ଜଣା ପଡେ ନାହିଁ ପ୍ରାୟତଃ ଏହା ବଂଶଗତ କାରଣ ରୁ ମଧ୍ୟ ହୋଇ ଥାଏ ।
ମାନସିକ ଚାପ ରେ ମଧ୍ୟ ଉଚ୍ଚ ରକ୍ତଚାପ ଦେଖା ଦେଇ ଥାଏ ଏହା ସହିତ ଫାଷ୍ଟଫୁଡ ଖାଇ ଓଜନ ବୃଦ୍ଧି ହେଲେ ମଧ୍ୟ ଉଚ୍ଚ ରକ୍ତଚାପ ହୋଇ ଥାଏ । ତେବେ ଉଚ୍ଚ ରକ୍ତଚାପ ଦେଖା ଦେଲେ ଏହା ପରେ ପରେ ଅନ୍ୟ ବଡ଼ ବଡ଼ ରୋଗ ମଧ୍ୟ ଦେଖା ଦେଇ ଥାଏ, ଯେପରିକି ମସ୍ତିଷ୍କ ରେ ମଧ୍ୟ ପାରାଲିସିସ ହୋଇ ଯାଇଥାଏ ଏବଂ ଏହା ସହିତ କିଡ଼ନୀ ଫେଲୁଅର, ହାର୍ଟ ଆଟାକ ଏବଂ ଦୃଷ୍ଟି ଶକ୍ତି ମଧ୍ୟ କମି ଯାଇ ପାରେ ।
ଏଣୁ ରକ୍ତଚାପ ହେଲେ ନିୟମିତ ଭାବେ ଔଷଧ ଖାଆନ୍ତୁ । ଉଚ୍ଚ ରକ୍ତଚାପ କୁ କମାଇବା ପାଇଁ ପ୍ରଥମେ ଖାଇବାରେ ଧ୍ୟାନ ଦେବାକୁ ହେବ ଏହା ସହିତ କିପରି କମ ତେଲ ମସଲା ଖାଇବେ ତାହାକୁ ମଧ୍ୟ ଦେଖିବେ । ପ୍ରତିଦିନ ସକାଳେ ବ୍ୟାୟାମ କରିବେ ଏବଂ ମାନସିକ ଶାନ୍ତି ପାଇଁ ପ୍ରାଣାୟାମ ମଧ୍ୟ କରିବେ । ତେବେ ଏହା ସହିତ ଲୋକଙ୍କ ମନରେ ସାଧାରଣ ଭାବେ ଆସି ଥାଏ କି ମୋର ରକ୍ତଚାପ କମି ଗଲାଣି ମୁଁ ଆଉ ମେଡ଼ିସିନ ଖାଇବି ନାହିଁ ।
ତେବେ କିନ୍ତୁ ଯେପରି ଡାଇବେଟିସ ମେଡ଼ିସିନ ଖାଇଲେ ସୁଗାର ନିୟନ୍ତ୍ରଣ ରହିଥାଏ ଏବଂ ମେଡ଼ିସିନ ଛାଡ଼ି ଦେଲେ ସୁଗାର ବଢ଼ି ଯାଇ ଥାଏ । ସେହିଭଳି ଭାବରେ ମେଡ଼ିସିନ ଖାଇବା ଛାଡ଼ି ଦେଲେ ରକ୍ତଚାପ ମଧ୍ୟ ନିୟନ୍ତ୍ରଣ ରେ ରହି ନଥାଏ । ଏଣୁ ନିୟମିତ ଭାବେ ମେଡ଼ିସିନ ଖାଇବା ଜରୁରୀ ଅଟେ । ତେବେ ଏକ ସୁସ୍ଥ ହୃତପିଣ୍ଡ ପାଇଁ ସୁଷମ ଖାଦ୍ୟ ଖାଇବା ନିହାତି ଭାବରେ ଜରୁରୀ ଏବଂ ଏହା ସହିତ ସବୁଜ ପନିପରିବା ମଧ୍ୟ ଖାଇବେ ।
ଧ୍ୟାନ ରଖିବେ ଯେ ଖାଦ୍ୟ ରେ କିପରି ତେଲ ମସଲା ଆଦି କମ ଖାଇବେ ଏବଂ ପ୍ରତିଦିନ ଖାଦ୍ୟରେ ସାଲାଡ଼ ଖାଇବେ । ଏହା ସହିତ ଉଦ୍ଭିଦଜାତୀୟ ପ୍ରୋଟିନ୍ ଖାଦ୍ୟରେ ଖାଆନ୍ତୁ ଏବଂ ଅଧିକ ଲୁଣ ଖାଆନ୍ତୁ ନାହିଁ କାରଣ ଯେଉଁ ମାନଙ୍କର ହାର୍ଟ କିମ୍ୱା କିଡ଼ନୀ ସମସ୍ୟା ରହୁଛି ସେମାନେ କମ ଲୁଣ ଖାଇବା ଉଚିତ । ଏହା ସହ ଖାଦ୍ୟ ଖାଇବା ନିୟନ୍ତ୍ରଣ କରିବା ଏବଂ ଖାଦ୍ୟ ରେ ତେଲ ମସଲା ଆଦି କମ ଖାଇବା ।
ପ୍ରାୟ ସମୟରେ ନିଜର କୋଲେଷ୍ଟ୍ରୋଲ, ଡାଇବେଟିସ, ଓ ରକ୍ତଚାପ ପରୀକ୍ଷା କରିବା ନିହାତି ଜରୁରୀ ଏବଂ ଶରୀର ରେ କିଛି ସମସ୍ୟା ହେଲେ ଡାକ୍ତରଙ୍କ ପରାମର୍ଶ ଅନୁଯାଇ ମେଡ଼ିସିନ ଖାଇବା ଉଚିତ । ପ୍ରତିଦିନ ସକାଳେ ୪୫ ମିନିଟ ବା ଏକ ଘଣ୍ଟା ପର୍ଯ୍ୟନ୍ତ ବ୍ୟାୟାମ କରିବା, ଏହା ଆମ ଶରୀର କୁ ସୁସ୍ଥ ରଖି ଥାଏ । ହୃଦରୋଗ ନ ହେବା ପାଇଁ ମାନସିକ ଶାନ୍ତି ନିହାତି ଜରୁରୀ, ତେଣୁ ଯୋଗ, ମେଡିଟେସନ୍ ଓ ପ୍ରାଣାୟାମ କରନ୍ତୁ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।