ଯେତେବେଳେ ରାତି ଅଧରେ ମଦ ନିଶାରେ Sridevi ଙ୍କ ରୁମ ଭିତରକୁ ପଶିଗଲେ Sanjay Dutt, ତ ଶ୍ରୀଦେବୀ ଭୟରେ କଲେ ଏମିତି କି…

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ ଓ ଅଭିନେତ୍ରୀ ଶ୍ରୀଦେବୀଙ୍କର ସୁପର ହିଟ ଫିଲ୍ମ ‘ଗୁମ୍ରାହ’ ନିଶ୍ଚୟ ଦେଖିଥିବେ । ଏହି ଫିଲ୍ମଟି ୧୯୯୩ ମସିହାରେ ରିଲିଜ ହୋଇଥିଲା । ଆଜି ଏହି ଫିଲ୍ମକୁ ପୁରା ୨୮ ବର୍ଷ ହୋଇସାରିଛି । ଏହି ଫିଲ୍ମଟିକୁ ୟଶ ଜୋହର କରିଥିଲେ ଓ ଏହି ଫିଲ୍ମର ଡାଇରେକ୍ଟର ମହେଶ ଭଟ୍ଟ ଥିଲେ । ଏହି ଫିଲ୍ମରେ ସଞ୍ଜୟ ଦତ୍ତ ଓ ଶ୍ରୀଦେବୀଙ୍କ ସହିତ ଅନୁପମ ଖେର, ସୋନି ରାଜଧାନ ଏବଂ ରାହୁଲ ରୋଏ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।

ଏହି ଫିଲ୍ମ ପାଇଁ ଯେତେବେଳେ ଶ୍ରୀଦେବୀଙ୍କୁ ମହେଶ ଅଫର ଦେଲେ ସେତେବେଳେ ସେ ସଞ୍ଜୟଙ୍କ ନାମ ଶୁଣି ଚିନ୍ତାରେ ଆସିଗଲେ । ଶ୍ରୀଦେବୀ ସଞ୍ଜୟଙ୍କ ସହ କାମ କରିବାକୁ ଚାହୁଁ ନଥିଲେ ।ବନ୍ଧୁଗଣ ଶ୍ରୀଦେବୀ ସଞ୍ଜୟଙ୍କ ସହ କାମ ନକରିବା ପଛରେ ଏକ ବଡ କାରଣ ଥିଲା । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୮୦ ଦଶକରେ ଶ୍ରୀଦେବୀ ବଲିଉଡ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଥିଲେ ଓ ସେହି ସମୟରେ ସଞ୍ଜୟ ନିଜ ବଲିଉଡ କାରିୟରର ଆରମ୍ଭ କରିଥିଲେ । ୧୯୮୩ ମସିହାରେ ଏହି ଦୁଇଜଣଙ୍କ ସହ ଏପରି ଏକ ଘଟଣା ଘଟିଥିଲା ଯାହାଫଳରେ ଶ୍ରୀଦେବୀ ଚିନ୍ତାରେ ପଡିଯାଇଥିଲେ ।

ମିଡିଆ ରିପୋର୍ଟସ ଅନୁସାରେ ବଲିଉଡ ଫିଲ୍ମ ‘ହିମତ ବାଲା’ର ସୁଟିଙ୍ଗ ସମୟରେ ଏହି ଘଟଣା ଘଟିଥିଲା । ଶ୍ରୀଦେବୀ ଓ ଜିତେନ୍ଦ୍ର ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ଆଗରୁ ସଞ୍ଜୟ ଶ୍ରୀଦେବୀଙ୍କର ବହୁତ ବଡ ଫ୍ୟାନ ଥିଲେ । ଏହି ଫିଲ୍ମର ସୁଟିଙ୍ଗ ମୁମ୍ବାଇରେ ହୋଇଥିଲା । ଶ୍ରୀଦେବୀ ମୁମ୍ବାଇରେ ସୁଟିଙ୍ଗ କରୁଥିବା କଥା ସଞ୍ଜୟଙ୍କୁ ତାଙ୍କ ସାଙ୍ଗ କହିଥିଲେ । ଏହା ପରେ ସଞ୍ଜୟ ଶ୍ରୀଦେବୀଙ୍କ ସହ ସାକ୍ଷାତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ସେ ଶ୍ରୀଦେବୀଙ୍କ ସହ ସାକ୍ଷାତ କରିବା ପାଇଁ ତ ଗଲେ ହେଲେ ସେ ନିଶଆ ସେବନ କରିଥିଲେ । ସୁଟିଙ୍ଗ ସେଟରେ ପହଞ୍ଚିବା ପରେ ଶ୍ରୀଦେବୀ ନଜର ଆସି ନଥିଲେ ଯାହାଫଳରେ ସେ ଶ୍ରୀଦେବୀଙ୍କୁ ଖୋଜିବାକୁ ଲାଗିଲେ  । ଏହା ପରେ ସେ ଶ୍ରୀଦେବୀଙ୍କୁ ଖୋଜି ଖୋଜି ତାଙ୍କ ରୁମକୁ ଚାଲି ଯାଇଥିଲେ ଯେତେବେଳେ ଶ୍ରୀଦେବୀ ସଞ୍ଜୟଙ୍କୁ ଦେଖିଲେ ସେତେବେଳେ ସେ ଡରି ଯାଇଥିଲେ ।

ଶ୍ରୀଦେବୀ ସଞ୍ଜୟଙ୍କୁ ଦେଖି ଭୟରେ ଚିତ୍କାର କରିବାକୁ ଲାଗିଲେ । ଏହା ପରେ ସଞ୍ଜୟଙ୍କୁ ସେହି ସ୍ଥାନରୁ ବାହାର କରିଦିଆ ଗଲା । ବନ୍ଧୁଗଣ ଏକ ଇଣ୍ଟର୍ବ୍ୟୁରେ ସଞ୍ଜୟ ସେହି ଘଟଣା ବିଷୟରେ କହିଥିଲେ । ଏହି କାରଣ ପାଇଁ ଶ୍ରୀଦେବୀ ସଞ୍ଜୟଙ୍କ ସାଫା ଫିଲ୍ମ କରିବାକୁ ଚାହୁଁ ନଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବଲିଉଡ ଅଭିନେତା ସଞ୍ଜୟ ଦତ୍ତ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *