ଯେବେ ବି ହୃଦୟ ଦୁଃଖିତ ଥିବ, ଏକା ଏକା ଲାଗୁଥିବ ତ ଏହାକୁ ଥରେ ନିଶ୍ଚୟ ଶୁଣନ୍ତୁ…

ଯିଏ କହୁଥିଲା ସମୟ ଅଛି କେବଳ ତୁମ ପାଇଁ ଆଜି ସେମାନେ କହୁଛନ୍ତି ତମ ଛଡା ଅଲଗା ବି ବହୁତ କାମ ଅଛି ତେଣୁ ସମୟ ଦେଇ ହେବ ନାହିଁ । ବନ୍ଧୁଗଣ ନିଜକୁ ଏତେ ଶକ୍ତିଶାଳୀ ବନାନ୍ତୁ ଯେ, ଯାହା ପାଇଁ ଆପଣ କଷ୍ଟ ପାଉଛନ୍ତି ଦିନେ ଆପଣଙ୍କର ଗୋଟେ ଝଲକ ଦେଖିବା ପାଇଁ ସେ କାନ୍ଦିବ । ଯେଉଁ ଲୋକ ମାନଙ୍କର ମନ ସଫା ଥାଏ ଜୀବନ ସେହି ଲୋକ ମାନଙ୍କର ଅଧିକ ପରୀକ୍ଷା ନେଇଥାଏ । ଯଦି ଦୁଃଖରେ ଅଛନ୍ତି ତା ହେଲେ ଏକୁଟିଆ କାନ୍ଦନ୍ତୁ କାରଣ ଆଜି କାଲି ଆଖିରୁ ଲୁହ ପୋଛିବା ପାଇଁ ମଧ୍ୟ କେହି ବି ଆସି ନଥାନ୍ତି ।

ଏମିତି କେଉଁ ମଣିଷ ପଛରେ ଦୌଡନ୍ତୁ ନାହିଁ ଯାହାଫଳରେ ଗୋଡ ବଦଳରେ ଆପଣଙ୍କ ମନ ଥକି ପଡିବ । ଯେବେ ଭିତରୁ ମନ ଭାଙ୍ଗି ଥାଏ ଆଉ ମୁହଁରେ ସବ ବାହାରି ନଥାଏ ସେତେବେଳେ ଆଖି ହିଁ ସାହାରା ହୋଇଥାଏ । ଆଉ ସେହି ସମୟରେ ମନରେ ଥିବା ସମସ୍ତ ଦୁଃଖ ଆଖି ବାଟରେ ଆସିଥାଏ ।

ବନ୍ଧୁଗଣ ଏହା କହିବା ବହୁତ ସହଜ ଅଟେ ଯେ, ମୁଁ ତମକୁ ଭଲ ପାଏ ହେଲେ ପ୍ରେମର ପାଳନ କରିବା ଲୋକ ମାନଙ୍କ ପାଇଁ ବହୁତ କଷ୍ଟ ହୋଇଥାଏ । କାହାକୁ ପ୍ରେମ କରିବା ବଡ କଥା ନୁହେଁ ହେଲେ କାହାର ପ୍ରେମ ପାଇବା ସବୁଠାରୁ ବଡ ହୋଇଥାଏ । ବେଳେବେଳେ ମଣିଷଙ୍କ ମନ ଏତେ ଅଧିକ ଭାଙ୍ଗି ଯାଇଥାଏ ଯେ, ସେ କାହା ସହ କଥାବାର୍ତ୍ତା କରିବା ତ ଦୂରର କଥା ଏ ଦୁନିଆରେ ବଞ୍ଚିବା ପାଇଁ ବି ଇଛା କରି ନଥାଏ ।

ଏବେ ଦୁନିଆ ସଂପୂର୍ଣ୍ଣ ବଦଳି ଯାଇଛି । ସମାଜରେ ନିରୀହ ଲୋକ ମାନଙ୍କୁ ଲୋକେ ମୂର୍ଖ ଭାବୁ ଛନ୍ତି । ଆଜିକାଲି ଲୋକମାନେ ଜୀବନରେ ଆସି ବହୁତ ଖୁସି ଦେଇଥାନ୍ତି ଆଉ ତା ପରେ ସବୁଦିନ ପାଇଁ ଦୂରେଇ ଯାଇଥାନ୍ତି । ଯେଉଁ ଲୋକମାନେ ସମୟ ସହ ବଦଳି ଥାନ୍ତି ସେମାନେ କେବେବି କାହା ପାଇଁ ନିଜର ହୋଇ ପାରି ନଥାନ୍ତି । ସେହି ଲୋକ ମାନେ ଆପଣ ବଦଳି ଯାଇଛନ୍ତି ବୋଲି ଆପଣଙ୍କୁ କହିବେ ଯେଉଁ ମାନେ ଆଗ ଭଳି ଆଉ ନାହାନ୍ତି ।

ମୁହଁ ସାମ୍ନାରେ ଗୋଟେ କଥା ଆଉ ଆପଣଙ୍କ ପିଠି ପଛରେ ଆଉ ଗୋଟେ କଥା କହୁଥିବା ଲୋକଙ୍କ ଠାରୁ ସବୁବେଳେ ଦୂରେଇ ରହିବା ଉଚିତ । ବନ୍ଧୁଗଣ ଏ ଜୀବନ ହେଉଛି ଆପଣଙ୍କର ତେଣୁ ଆପଣ ନିଜ ଜୀବନ ନିଜ ଇଛାରେ ବଞ୍ଚନ୍ତୁ । ଜୀବନକୁ ଏମିତି କୌଣସି ଲୋକ ପାଇଁ ବରବାଦ କରନ୍ତୁ ନାହିଁ ଯିଏ ଆପଣଙ୍କ ପାଇଁ କୌଣସି ଚିନ୍ତା କରୁ ନଥିବ । ବନ୍ଧୁଗଣ ଏବେ ତ ନିଜ ଲୋକ ଆପଣଙ୍କୁ କାନ୍ଦୁ ଥିବାର ଦେଖି ମନେ ମନେ ଖୁସି ହେଉଛନ୍ତି ଆଉ ପର ଲୋକଙ୍କ ଉପରେ କଣ ଭରସା । ତେଣୁ ବନ୍ଧୁଗଣ ଜୀବନର ଏହି ଅମୂଲ୍ୟ କଥା ଗୁଡିକୁ ସବୁବେଳେ ମନେ ରଖନ୍ତୁ ଆଉ ଖୁସିରେ ବଞ୍ଚନ୍ତୁ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *