ଯେତେବେଳେ ବହୁତ ଦୁଃଖିତ ଥିବେ ଏହାକୁ ଥରେ ନିଶ୍ଚୟ ଶୁଣିବେ, ଜୀବନର ସବୁ ଦୁଃଖ ଗାୟବ ହେଇଯିବ (Motivational Tips)

ବନ୍ଧୁଗଣ ମଣିଷ ଜୀବନରେ ଦୁଃଖ ସୁଖ ଆସିଥାଏ । କେତେକ ମଣିଷଙ୍କ ଜୀବନରେ ଅତ୍ୟଧିକ ଦୁଃଖ ଆସିଥାଏ ଯାହାଫଳରେ ମଣିଷ ଭାଙ୍ଗି ପଡିଥାଏ । ତେବେ ଯଦି ଆପଣ ଦୁଃଖରେ ଅଛନ୍ତି ତା ହେଲେ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ନୂଆ କଥା ନେଇ ଆସିଛୁ । ଏହି ସବୁ କଥା ଗୁଡିକୁ ଆପଣ ନିଜ ଜୀବନରେ କେବେବି ଭୁଲିବେ ନାହିଁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ସବୁ କଥା ଗୁଡିକ ବିଷୟରେ ।

ମଣିଷ ହେଉଛି ଏକ ପୃଥିବୀର ସର୍ବ ଶ୍ରେଷ୍ଠ ପ୍ରାଣୀ ଓ ଅନନ୍ତ ଶକ୍ତିର ମାଲିକ । ମଣିଷ ପାଖରେ ସବୁ ଜିନିଷ ଲୁଚି ରହିଛି କେବଳ ଗୋଟିଏ ଜିନିଷ ଅଭାବ ଅଛି ନିଜର ଶକ୍ତି ବିଷୟରେ ସେ ଜାଣେ ନାହିଁ । ମଣିଷ ଭିତରେ ଥିବା ଅପୂର୍ବ ଶକ୍ତିକୁ ଉନ୍ମୋଚୋନ କରିଥାଏ ଗୁରୁ । ସବୁ ସମସ୍ୟା ଆପଣଙ୍କୁ ଦିନେ ଛୋଟ ଲାଗିବ । ଏ ମଣିଷ ଜୀବନ ହେଉଛି ପ୍ରତ୍ୟକ ମୂହୁର୍ତ୍ତରେ ଏକ ଏପରି ଅମୂଲ୍ୟ ଯାତ୍ରା ପ୍ରତ୍ୟକ ମୂହୁର୍ତ୍ତରେ ଶିଖିବାର ଅଛି ଆଉ ପ୍ରତ୍ୟକ ମୂହୁର୍ତ୍ତରେ ବଢିବାର ଅଛି ।

ଯେତେବେଳେ ବି ଆପଣ ହୋପଲେସ ଥିବେ ତାକୁ ଲେସହୋପ କରିବେ । ଯେତେବେଳେ ଆପଣ ଆଶାହୀନ ଥିବେ ସେହି ହୀନଆଶାକୁ ବର୍ଦ୍ଧିତ କରିବେ । ସଉବେଳେ ଗୁରୁଙ୍କର ଅମୂଲ୍ୟ ଶିକ୍ଷା ପ୍ରୟୋଗ କରିବେ, ବିଶ୍ଵାସ ରଖିବେ ଓ ଆଶା ରଖିବେ ସେହି ଟିକେ ଆଶା ବିଶ୍ଵାସ ଆପଣଙ୍କ ଜୀବନରେ ଏକ ବିରାଟ ପରିବର୍ତ୍ତନ ଆଣିବ । ହୋପଲେସରୁ ଲେସହୋପ ଆଉ ଲେସହୋପରୁ ବ୍ଲେସହୋପ ।

ଅର୍ଥାତ ସଂପୂର୍ଣ୍ଣ ଆଶାରୁ କମ ଆଶାକୁ ଆସିବା ଓ ସେହି ଆଶାକୁ ଇଶ୍ଵରଙ୍କ ଆଶୀର୍ବାଦ ବୋଲି ମାନି ଚାଲିବା । ଆଉ ଗୁରୁଙ୍କର ଅମୂଲ୍ୟ ଶିକ୍ଷାକୁ ମନେ ପକାଇ ପୁଣି ସେ ଆଶାକୁ ବଢାଇବା ଆଉ ସେ ବିଶ୍ଵାସକୁ ବଢାଇବା । ବନ୍ଧୁଗଣ ମଣିଷର ଜୀବନ ଯାତ୍ରା ସଂପୂର୍ଣ୍ଣ ରୂପେ ତାର ଉପରେ ହିଁ ନିର୍ଭର କରେ । ତାର ଜୀବନର ଦଉଡି ତାର ଜୀବନର ଖେଳ ସର୍ବଦା ତାରି ହାତରେ ଥାଏ । ହେଲେ ମଣିଷ ସଦା ସର୍ବଦା ବାହାର ଲୋକକୁ ଦୋଷ ଦିଏ, ନିଜର ଭାଗ୍ୟକୁ ଦୋଷ ଦିଏ, ପରିବେଶକୁ ଦୋଷ ଦିଏ ଓ ପରିସ୍ଥିତିକୁ ଦୋଷ ଦିଏ ।

ମଣିଷ ଜାଣି ପାରେ ନାହିଁ ଆଉ ସେଥିପାଇଁ ସେ ବାହାର ଦୁନିଆକୁ ଦ୍ରୁଷ୍ଟି ନିକ୍ଷେପ କରେ । ଯେଉଁ ମଣିଷ ଜାଣି ପାରେ ସେ ନିଜ ଉପରେ ଆଉ ନିଜ ଅନ୍ତରଦୁନିଆକୁ ଉନ୍ମୋଚନ କରେ । ମଣିଷ ସଦା ସର୍ବଦା ଦୁଃଖରେ ରହିଲେ ଓ ବହୁତ ଚିନ୍ତାରେ ରହିଲେ ସବୁବେଳେ ନିଜ ଅନ୍ତରଦୁନିଆକୁ ଉନ୍ମୋଚନ କରିବାକୁ ଚେଷ୍ଟା କରିବା ଉଚିତ । କାରଣ ମଣିଷ ନିଜ ଜୀବନକୁ ଚାହିଁଲେ ବଦଳାଇ ପାରିବ ଏଣିକି ତାର ପରିସ୍ଥିତି ଯେତେ ଖରାପ ହେଉ ନା କାହିଁକି ।

ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *