ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଓଡିଆ ଇଣ୍ଡଷ୍ଟ୍ରିର ଚୁଳୂବୁଲି ଅଭିନେତ୍ରୀ ଲିପ୍ସା ମିଶ୍ରଙ୍କୁ ବେସ ଭଲ ଭାବରେ ଜାଣିଥିବେ । ତେବେ ଏମିତିରେ ତ ଲିପ୍ସା ନିଜ ସୁନ୍ଦରତା ଆଉ ନିଜ ଲାଇଫ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ହେଲେ ଗତ କିଛି ସମୟ ହେବ ସେ ନିଜ ବିବାହ ପାଇଁ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟି ଛନ୍ତି । ତେବେ ଗତ କାଲି ଓଲିଉଡ ଇଣ୍ଡଷ୍ଟ୍ରିର ସୁନ୍ଦରୀ ଅଭିନେତ୍ରୀ ଲିପ୍ସା ମିଶ୍ର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ।
ସେ ଆକାଶଙ୍କୁ ନିଜ ଜୀବନସାଥୀ ରୂପେ ଗ୍ରହଣ କରିଛନ୍ତି । ତେବେ ଉଭୟ ଲିପ୍ସା ଏବଂ ଆକାଶ ଅନେକ ଦିନ ଧରି ପରସ୍ପର ସହ ଲଭ ରିଲେସନ ରଖିଥିଲେ । ଉଭୟଙ୍କ ନିର୍ବନ୍ଧ ମଧ୍ୟ ହୋଇଯାଇଥିଲା ଫ୍ୟାନ୍ସ ମାନେ ଉଭୟଙ୍କ ବିବାହ ଅପେକ୍ଷାରେ ଥିଲେ ଆଉ ଏବେ ଲିପ୍ସା ବିବାହ ବନ୍ଧନରେ ବାନ୍ଧି ହୋଇ ସାରିଛନ୍ତି । ତାଙ୍କ ବିବାହରେ ଓଡିଆ ଇଣ୍ଡଷ୍ଟ୍ରିର ଅନେକ ବଡ ବଡ କଳାକାର ମାନେ ଯୋଗ ଦେଇଥିଲେ ଏବଂ ଅତି ଧୁମଧାମର ସହ ଏହି ବିବାହ ସମ୍ପନ୍ନ ହୋଇଛି ।
ତେବେ ଗତ କାଲି ଲିପ୍ସାଙ୍କ ବିବାହରେ ଲିପ୍ସାଙ୍କର ଜଣେ ବନ୍ଧୁ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ମତ ରଖିଛନ୍ତି । ଯାହାର ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।
ଲିପ୍ସାଙ୍କ ବନ୍ଧୁ କହିଛନ୍ତି-‘ଆମେ ବହୁତ ବର୍ଷ ଜାଣେ ସାଙ୍ଗ ହେଇ ଅଛୁ ଆମେ ସବୁବେଳେ କଥା ହେଉ ଆମେ ବାହା ହେବୁନି ଆମେ ଏମିତି ଏଞ୍ଜୋଏ କରିବା । ହେଲେ ଶେଷରେ ସେ ବାହା ହେଇଗଲା ମୁଁ ତାକୁ ସବୁବେଳେ କୁହେ ଆମେ ବାହା ହେବାନି ଦେଖିଲା ବେଳକୁ ସେ ମୋତେ ଧୋକା ଦେଇ ବାହା ହେଇଗଲା । ମୁଁ ବହୁତ ଖୁସି ଅଛି କାହିଁକି ନା ସେ ବହୁତ ଖୁସି ଅଛି ତା ପାଇଁ ମୁଁ ଖୁସି ଅଛି ।
ବାହାଘର ପରେ କାହିଁକି ଚେଞ୍ଜ ହେବେ କାରଣ ମୁଁ ଜାଣିନି ଚେଞ୍ଜ ହୁଅନ୍ତି ନା ନାହିଁ କାରଣ ମୁଁ ତ ବାହା ହେଇନି । ମୋ ବାହାଘର ବିଷୟରେ ମୁଁ କିଛି ଭାବିନି’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।