ଜୟ ନାରାୟଣଙ୍କ ଶରଣରେ ତିର୍ତୋଲ ବିଧାୟକଙ୍କ ପ୍ରେମିକା ସୋମାଲିକା, ଗିରଫ ଦାବି କରି କହିଲେ emiti…

ଦର୍ଶକ ବନ୍ଧୁ ପୁଣି ତେଜୀଲା ଜଗତ ସିଂହପୁର ରାଜନୀତି । ତିର୍ତୋଲ ବିଧାୟକଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି ପ୍ରେମିକା ସୋମାଲିକା ଦାସ । ବିଧାୟକ ତାଙ୍କ ସହ ଖେଳ ଖେଳି ଛନ୍ତି । ମିଛ ପ୍ରତିଶ୍ରୁତି ଦେଇ ତାଙ୍କ ସହ ପ୍ରେମ କରିଛନ୍ତି ଏପରି କି ସବୁ କରି ସାରିବା ପରେ ଏବେ ମୁହଁ ବୁଲାଉ ଛନ୍ତି ବୋଲି ଖୁଲମ ଖୁଲା କହିଛନ୍ତି ସୋମାଲିକା ଦାସ । ଆଜି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ରଙ୍କୁ ସେ ଭେଟି ଆଲୋଚନା କରିଛନ୍ତି ।

ଜଣେ ବିଧାୟକ ହୋଇ କିପରି ସେ ପ୍ରତାରଣା କରିଛନ୍ତି ଏପରି କି ୯ ମାସ ହେଲାଣି ସେ କୋର୍ଟରୁ ଥାନାକୁ ଦୌଡି ଦୌଡି ନୟାତ ହେଇ ଗଲେଣି । ତାଙ୍କୁ ସମସ୍ତେ କେବଳ ପ୍ରତିଶ୍ରୁତି ଦେଉଛନ୍ତି ହେଲେ ବିଧାୟକ ଖୁଲମ ଖୁଲା ବୁଲୁ ଛନ୍ତି । ବିଧାୟକ ବିଜୟ ଶଙ୍କର ଦାସଙ୍କୁ ପୋଲିସ କାହିଁକି ଗିରଫ କରୁନି କି ସୋମାଲିକାଙ୍କୁ କାହିଁକି ନ୍ୟାୟ ମିଳୁନି ବୋଲି ସେ କହିଛନ୍ତି ।

ଏନେଇ ସୋମାଲିକା ଗଣମାଧ୍ୟମ ଆଗରେ ନିଜର ମତ ରଖିଛନ୍ତି । ତାଙ୍କର କହିବା ମୁତାବକ-‘ସବୁ ପ୍ରକାରର ପ୍ରମାଣ ଦେଇ ସାରିଲା ପରେ ଗୋଟେ ପିଲା ନ୍ୟାୟ ପାଉନି । ୯ ମାସ ହେଲାଣି ଏହି କେସ ରେଜିଷ୍ଟର ହେଲାଣି । ଆଉ ଏବେ ସେ ପିଲା ଖୁଲମ ଖୁଲା ବୁଲୁଛି ଏବେ ମୁଁ ଆଉ କଣ କରିପାରିବି । ସବୁ ପ୍ରମାଣ ଅଛି ଯଦି କିଛି ନଥାନ୍ତା ତା ହେଲେ ମୁଁ କାହିଁକି ଆଗକୁ ଆସିଥାନ୍ତି’ ।

ଜୟ ନାରାୟଣ ମିଶ୍ର ଜଣେ ଭଲ ଲୋକ ଏବଂ ପ୍ରକୃତ ସତ୍ୟ ପାଇଁ ଲଢେଇ କରିବାରୁ ସେ ତାଙ୍କୁ ଭେଟି ଥିବାର କହିଛନ୍ତି । ଏପରି କି ଚଳିତ ବିଧାନସଭାରେ ସୋମାଲିକା ପ୍ରସଙ୍ଗ ଉଠିବା ଦରକାର ବୋଲି ସେ ଅନୁରୋଧ କରିଛନ୍ତି । ସେହି ପରି ବିରୋଧୀ ଦଳ ନେତା ଏ ପ୍ରସଙ୍ଗ ବିଧାନସଭାରେ ଉଠେଇବେ ବୋଲି ପ୍ରତିଶ୍ରୁତି ଦେଇଥିବା କଥା କହିଛନ୍ତି ସୋମାଲିକା । ବର୍ତ୍ତମାନ ଏହି ମାମଲାକୁ ନେଇ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି ।

ବିଜୟ ଦାସ କେବଳ ସୋମାଲିକାଙ୍କ ସହ ନୁହେଁ ଅନେକ ମହିଳାଙ୍କ ସହ ଖେଳ ଖେଳି ଥିବା ନେଇ ମଧ୍ୟ ଖବର ଆସିଛି । ହେଲେ ତାଙ୍କ ବିରୋଧରେ କାହିଁକି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ତାହା ହେଲା ସବୁଠାରୁ ବଡ ପ୍ରଶ୍ନ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *