ଜୟ ଶ୍ରୀରାମ କହି ରାମଙ୍କ ପତାକା ଧରି ଦୌଡିଲା ମାଙ୍କଡ, ସମସ୍ତେ କହିଲେ ପ୍ରଭୁ ରାମଙ୍କୁ ଧରି ଉଡୁଛନ୍ତି ଭକ୍ତ ହନୁମାନ…

ଜୟ ଶ୍ରୀରାମ କହି ରାମଙ୍କ ପତାକା ଧରି ଉଡିଲା ମାଙ୍କଡ ! ହଁ ଆଜ୍ଞା ଆମେ ମାନେ ଯେତେବେଳେ ବି ମାଙ୍କଡକୁ ଦେଖୁ । ସେତେବେଳେ ଏ ହେଉଛନ୍ତି ହନୁମାନଙ୍କର ଅଂଶ ବୋଲି ଆମେ ମାନେ ଭାବିଥାଉ । ଯେତେବେଳେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅଯୋଧ୍ୟାରେ ହେବାକୁ ଯାଉଛି । ସେତେବେଳେ ସବୁଆଡେ ଖାଲି ରାମ ରାମ ଶବ୍ଦ ଗୁଞ୍ଜରୀ ଉଠୁଛି । ଆଉ ଆମେ ସମସ୍ତେ ଜାଣିଛୁ । ଯେଉଁଠାରେ ପ୍ରଭୁ ଶ୍ରୀରାମ ସେହିଠାରେ ମଧ୍ୟ ଥାନ୍ତି ତାଙ୍କ ଭକ୍ତ ହନୁମାନ ।

ହଁ ଆଜ୍ଞା ଆମେ ଏଠାରେ ଏପରି ଏକ ମାଙ୍କଡ ବିଷୟରେ ଏତହରେ କହୁଛୁ । ସେ ଯେପରି ପ୍ରଭୁ ହନୁମାନ ତାହା ସମସ୍ତେ କହିବାରେ ଲାଗିଛନ୍ତି । କାରଣ ମାଙ୍କଡଟି ରାମଙ୍କର ପତାକାକୁ ଦେଖି ବହୁତ ଖୁସି ହୋଇଯାଇଛି । ଆଉ ତାପରେ ମନ ଖୁସିରେ ସେହି ପତାକାଟି ଧରି ଏ ଡାଳରୁ ସେ ଡାଳକୁ ଘୁରି ବୁଲୁଛି । ତେବେ ସୋସିଆଲ ମିଡିଆରେ ଏପରି ଏକ ଫୋଟ ଭାଇରାଲ ହେଉଛି । ଯେଉଁଠାରେ ଗୋଟେ ମାଙ୍କଡ ପ୍ରଭୁ ଶ୍ରୀରାମଙ୍କର ଏକ ପତାକା ଧରି ଏ ଗଛରୁ ସେ ଗଛର ଡାଳକୁ ପତାକାଟିଏ ଧରି ଡେଇଁବାରେ ଲାଗିଛନ୍ତି ।

ତାପରେ ଏହି ଦୃଶ୍ୟକୁ ଦେଖିଲା ପରେ ସମସ୍ତଙ୍କ ମୁହଁରେ ବର୍ତ୍ତମାନ ଗୋଟିଏ କଥା ଜୟ ଶ୍ରୀ ରାମ ଜୟ ଶ୍ରୀ ରାମ । ତେବେ ଜାନୁଆରୀ 22 ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବାକୁ ଥିବା ବେଳେ 19 ତାରିଖରେ ଅଗ୍ନୀକୁଣ୍ଡ ସ୍ଥାପନ କରାଯିବ । ଯେଉଁଠାରେ ନବଗ୍ରହକୁ ପୂଜା କରାଯିବାର ବ୍ୟବସ୍ଥା କରାଯାଇଛି । 20 ତାରିଖରେ 21 କଳସ ଜଳ ଦ୍ଵାରା ଗର୍ଭ ଗୃହରେ ଶୁଦ୍ଧି କରଣ କରାଯିବ ।

21 ତାରିଖରେ 121 କଳସର ସୁବାଶିତ ଜଳରେ ପ୍ରଭୁ ରାମଲାଲାଙ୍କର ସ୍ନାନ କରାଯିବ । ତାପରେ ବିଧିବିଧାନ ପୂର୍ବକ ସ୍ଵତନ୍ତ୍ର ଭାବେ ରାମଲାଲାଙ୍କ ପୂଜା କରାଯିବ । ସେହି ଦିନ ମୃଗଶିରା ନକ୍ଷତ୍ରରେ ଭଗବାନ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ମଧ୍ୟ କରାଯିବ । ଯାହାକୁ ଦେଖିବା ସେହି ପବିତ୍ର ଦିନଟିକୁ ସାରା ବିଶ୍ଵ ଚାହିଁ ରହିଛି । ସେଥିପାଇଁ ଅଯୋଧ୍ୟା ନଗରୀ ପ୍ରଭୁ ରାମଙ୍କ ଆଗମନ ପାଇଁ ଚଳଚଞ୍ଚଲ ହୋଇ ଉଠିଛି । ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର ବହୁ ମାତ୍ରାରେ ଅନ୍ୟ ମାନଙ୍କ ସହ କରନ୍ତୁ । ଏଥିସହ ଜୟ ଶ୍ରୀରାମ ରାମ କମେଣ୍ଟରେ ଲେଖି ଅବଶ୍ୟ ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *