“ଯୋଉଠି ପାଉଛନ୍ତି ସେଠି ପଶି ଯାଉଛନ୍ତି, ଏଗୁଡ଼ାଙ୍କୁ ଗୋଟି ଗୋଟିକି ଧରି ଅପରେସନ କରିଦିଅ, ନହେଲେ ଏମାନେ…’ ଦେଖନ୍ତୁ ଏମିତି କାହିଁକି କହିଲେ Sura ଭାଇ

ନମସ୍କାର ବନ୍ଧୁଗଣ ତେବେ ନେତା-ମନ୍ତ୍ରୀଙ୍କୁ ବ୍ଲ-ଆକ୍‌ମେଲିଂ କରି କୋଟି କୋଟି ଟଙ୍କା ରୋଜଗାର କରୁଥିବା ୨୭ ବର୍ଷୀୟ ଅର୍ଚ୍ଚନା ନାଗ ଗିରଫ ପରେ ଏବେ ଝାରପଡ଼ା ଜେଲରେ । ଅର୍ଚ୍ଚନା ନାଗଫାଶରେ ଫସିଥିବା ନେତା, ମନ୍ତ୍ରୀ, ପୂର୍ବତନ ମନ୍ତ୍ରୀ, ବିଧାୟକମାନେ ଏବେ ଛାନିଆ । କାଳେ ସେମାନଙ୍କ କଳା କାରମାନା ପଦାରେ ପଡି଼ବ, ତାକୁ ନେଇ ଏବେ ସମସ୍ତେ ଚିନ୍ତାରେ । ସେପଟେ ଅର୍ଚ୍ଚନାଠାରୁ ବିସ୍ଫୋରକ ତଥ୍ୟ ପାଇ ପୁଲିସ୍‌ ବି ବାଉଳା ।

ଡଜନେରୁ ଅଧିକ ରାଜନେତା, ଅଧ ଡଜନେ ବିଲ୍ଡର, ଗଣ୍ଡା ଗଣ୍ଡା ବ୍ୟବସାୟୀଙ୍କ ତାଲିକା ପୁଲିସ ହାତରେ ଲାଗିଛି । କେଉଁଠୁ ତଦନ୍ତ ଆରମ୍ଭ କରିବେ ? କାହାର ମୁଖା ଫିଟାଇବେ ? ଗୁମର ଖୋଲିବା ପାଇଁ କାହାକୁ ଜେରା ପାଇଁ ଡକାଇବେ ? ଏ ନେଇ ଡିସିପିଙ୍କ ଠାରୁ ପୁଲିସ କମିଶନର ପର୍ଯ୍ୟନ୍ତ କେହି ମୁହଁ ଖୋଲିବାକୁ ନାରାଜ । ତେବେ ଖଣ୍ଡଗିରି ଥାନା ପୁଲିସ୍‌ ଅର୍ଚ୍ଚନାକୁ କୋର୍ଟ ଚାଲାଣ କରିଛି ।

ଜାମିନ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତ (ଝାରପଡ଼ା ଜେଲ୍‌)କୁ ପଠାଇ ଦିଆଯାଇଛି । ଏହାପୂର୍ବରୁ ପୁଲିସ୍‌ ପଳାଶୁଣି ସ୍ଥିତ ସତ୍ୟବିହାରରେ ଥିବା ଅର୍ଚ୍ଚନାଙ୍କ ଇନ୍ଦ୍ର ମହଲ୍‌ ପରି କରିଥିବା ଘର, ନଖରା ଫାର୍ମହାଉସ୍‌ ଓ ଅଂଶଧନ ଥିବା କାର୍‌ ସୋରୁମ୍‌ରେ ଚଢ଼ଉ କରିଥିଲା । ସେଠାରୁ ୨ଟି ଦାମୀ ଲାପଟପ, ୨ଟି ପେନ୍‌ଡ୍ରାଇଭ୍‌, ୧୦ଟି ମୋବାଇଲ୍‌ ଜବତ କରିଛି । ସେ ପେନ୍‌ଡ୍ରାଇଭରେ ବଡ଼ ଲୋକଙ୍କର ବହୁ ଅଶ୍ଳୀଳ ଫଟୋ ଓ ଭିଡିଓ ଥିବା କମିଶନରେଟ୍‌ ପୁଲିସ୍‌ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

ବ୍ଲ-ଆକ୍‌ମେଲିଂ ଟଙ୍କାରେ ଅର୍ଚ୍ଚନା ତିଆରି କରିଥିଲା ଆଲିସାନ୍‌ ବଙ୍ଗଳା । ଆଉ ସେହି ଘରେ ରହିଛି ଆଖି ଖୋସି ହୋଇଗଲା ଭଳି ଆସବାବପତ୍ର । ୧୧ ଲକ୍ଷ ଟଙ୍କାର ପଲଙ୍କ, ୫ ଲକ୍ଷ ଟଙ୍କା ମୂଲ୍ୟର ସୋଫା, ୨ ଲକ୍ଷ ଡାଇନିଂ ଟେବୁଲ, ୩ ଲକ୍ଷ ଦୁଇଟି ଦିୱାନ୍‌ ସେଟ୍‌ ଓ ଦାମୀ ଫର୍ଣ୍ଣିଚର ରହିଛି । ଖାଲି ଘର ନୁହେଁ, ଅନେକ ବିଳାସପୂର୍ଣ୍ଣ ଗାଡ଼ି ମଧ୍ୟ ରହିଛି ।

ତେବେ ଅର୍ଚ୍ଚନାଙ୍କ ଅଚଳାଚଳ ସମ୍ପତ୍ତି ଦେଖି ପୁଲିସ୍‌ ତାଜୁବ୍‌ ହୋଇଛି । ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି, ଅର୍ଚ୍ଚନା ଓ ଜଗବନ୍ଧୁ ଗୋଟିଏ ସେକେଣ୍ଡ ହ୍ୟାଣ୍ଡ କାର୍‌ ସୋ ରୁମ୍‌ରେ ଟଙ୍କା ଖଟାଇଛନ୍ତି । ଆଉ ୨ଟି ପ୍ରାଇଭେଟ୍‌ କମ୍ପାନୀର ମାଲିକ । ଯାହାର କିଛି ଖାତା ଖତିଆନ୍‌ ନାହିଁ । ହେଲେ ଏତେ ମାତ୍ରାରେ ଟଙ୍କା କେଉଁଠୁ ଆଣିଲେ? ମାତ୍ର ୫ ବର୍ଷରେ ଏତେ ବଡ଼ ସାମ୍ରାଜ୍ୟର ମାଲିକ କେମିତି ହେଲେ? ଏକଥା ପୁଲିସକୁ ବୁଝାପଡୁନି ।

ଅର୍ଚ୍ଚନା ଜେରା ବେଳେ ସବୁ ସତକଥା ଉଗାଳିଛନ୍ତି । ରାଜନେତା, ବିଲ୍ଡର, ବ୍ୟବସାୟୀଙ୍କ ବଡ଼ ତାଲିକା ପୁଲିସ ହାତରେ ଧରାଇଛନ୍ତି । ଆଉ ପୁଲିସକୁ କହିଛନ୍ତି, ଏସବୁ ଟଙ୍କା ବ୍ଲ-ଆକ୍‌ମେଲିଂରୁ କମାଇନାହାନ୍ତି । ସବୁ ବଡ଼ବଡି଼ଆମାନେ ମତେ ଗିଫ୍ଟ କରିଛନ୍ତି । କିଛି ଲୋକ ତାଙ୍କୁ ଦାମୀ କାର ଗିଫ୍ଟ କରିଥିବା ସେ ପୁଲିସକୁ କହିଛନ୍ତି । କିଛି ଯୁବ ବିଧାୟକ, ପୂର୍ବତନ ବିଧାୟକ-ମନ୍ତ୍ରୀ, ଷ୍ଟାର ହୋଟେଲ୍‌ ମାଲିକ ଓ ସୁନା ଦୋକାନୀ ଦୁଇ ବର୍ଷ ମଧ୍ୟରେ ୧୧ କୋଟିରୁ ଅଧିକ ଟଙ୍କା ଦେଇଛନ୍ତି, ନଗଦ ଆକାରରେ ।

ଘଟଣାର ଅଧିକ ତଦନ୍ତ ପାଇଁ ପୁଲିସ୍‌ ତାକୁ ରିମାଣ୍ଡରେ ଆଣିବ ବୋଲି ଜଣାପଡ଼ିଛି । ପୁଲିସ୍‌ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ ଯାଞ୍ଚ କରିବ । ବ୍ୟାଙ୍କ୍‌ ଆକାଉଣ୍ଟ ଯାଞ୍ଚ କରିବା ପରେ ଜଣାପଡିବ କେଉଁମାନେ କେତେ ଟଙ୍କା ଦେଇଛନ୍ତି । ଦରକାର ପଡିଲେ ବ୍ୟାଙ୍କ୍‌ ଓ ଆୟକର ବିଭାଗର ସହଯୋଗ ନିଆଯିବ ବୋଲି ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି ।

ତେବେ ସେହି ଉପରେ କଂଗ୍ରେସ ର ବରିଷ୍ଠ ନେତା ସୁର ରାଉତ ନିଜର ବାଇଟ ରଖିଛନ୍ତି ତେବେ ସେ କହିଛନ୍ତି କି ଯେଉଁ ଦଳରେ ଏପରି ବିଧାୟକ ମାନେ ଅଛନ୍ତି ସେ ଯେଉଁ ଦଳ ହେଉ ଯେଉଁମାନେ ସେ-କ୍ସ୍ ର-ଆକେଟ ଚଳାଉଛନ୍ତି କିମ୍ବା ଯେଉଁମାନେ ଏହି ସବୁଥିରେ ଲିପ୍ତ ଅଛନ୍ତି ସେମାନଙ୍କୁ ଧରି ତାଙ୍କର ଅପରେସନ କରିଦିଅ ତାପରେ ସବୁ ଠିକ ହୋଇଯିବ । ତେବେ ସେଭଳି ଲୋକଙ୍କୁ ଦଳ ରେ ମଧ୍ୟ ରଖନ୍ତୁ ନାହିଁ । ଏହି ମାନେ ହିଁ ରାଜ୍ୟ ଏବଂ ଦେଶର ନାଁ ତଳେ ପକାଉଛନ୍ତି । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *