182 ଥର ଫିଲ୍ମରେ ମିଳିଥିଲା ମୃତ୍ୟୁ, ପୁଣି ଯେତେବେଳେ ସତରେ ହେଲା ମୃତ୍ୟୁର ସାମ୍ନା ତ ଲୋକଙ୍କୁ ଲାଗିଲା କରୁଛନ୍ତି ଆକଟିଂ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଗୋଟିଏ ସିନେମା ରେ ହିରୋର ଯେତିକି ଆବଶ୍ୟକ ରହିଥାଏ ସେତିକି ଜଣେ ଖଳନାୟକ ର ମଧ୍ୟ ଆବଶ୍ୟକ ରହିଥାଏ । ତେବେ ଆଜି ଆମେ ଆପଣ ଙ୍କୁ ସେହିଭଳି ଜଣେ ଦମଦାର ଖଳନାୟକ ବିଷୟ ରେ କହିବୁ ଯିଏ ନିଜର ଅଭିନୟ ମାଧ୍ୟମରେ ରେ ସଫଳତା ହାସଲ କରିଛନ୍ତି । ତେବେ ସେ ହେଉଛନ୍ତି ଆଶିଷ ବିଦ୍ୟାର୍ଥୀ । ତେବେ ଆପଣ ମାନେ ସମସ୍ତେ ଆଶିଷଙ୍କୁ ଅନେକ ସୁପର ହିଟ ଫିଲ୍ମରେ ଦେଖିଥିବେ ସେ ବଲିଉଡ ସହିତ ଅନେକ ସାଉଥ ଫିଲ୍ମରେ ମଧ୍ୟ କାମ କରିଛନ୍ତି ।

ଆଶିଷ ନିଜର ଅଧିକାଂଶ ଫିଲ୍ମରେ ଖଳନାୟକର ଭୂମିକାରେ ନଜର ଆସିଛନ୍ତି । ଆଶିଷ ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି । ଆସିବା ଦିନରୁ ଆଶିଷ ନିଜ ଫ୍ୟାନ୍ସ ମାନଙ୍କ ପାଇଁ ନୂଆ ନୂଆ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରନ୍ତି । ଆଇସିଙ୍କ ଫିଲ୍ମ କାରିୟରରେ ଗୋଟେ ବଡ କଥା ହେଉଛି ସେ ଏ ପର୍ଯ୍ୟନ୍ତ ଫିଲ୍ମ ଗୁଡିକରେ ୧୮୨ ଥର ମରି ସାରି ଛନ୍ତି ।

ସେ ବଲିଉଡର ଏମିତି ପ୍ରଥମ ଅଭିନେତା ଯିଏ ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମ ଗୁଡିକରେ ସବୁଠାରୁ ଅଧିକ ମରିଛନ୍ତି । ବଲିଉଡ ଫିଲ୍ମର ଅନ୍ତରେ ଭିଲିଆନ ଓ ହିରୋ ମଧ୍ୟରୁ ହିରୋ ଜିତିଥାଏ ଓ ଭିଲିଆନ ହାରି ଥାଏ ତେବେ ଆପଣ ଭାବନ୍ତୁ ଆଶିଷ ବଲିଉଡର କେତେକ ଫିଲ୍ମରେ ଭିଲିଆନ ହୋଇଛନ୍ତି । ତେବେ ଗୋଟେ ଫିଲ୍ମରେ ଆଶିଷ ବିଦ୍ୟାର୍ଥୀ ମୃତ୍ୟୁ ମୁଖରୁ ବଞ୍ଚି ଆସିଥିଲେ । ଫିଲ୍ମରେ ଗୋଟେ ସିନ୍ ରେ ତାଙ୍କୁ ପାଣିରେ ଓଲହାଇବାର ଥିଲା ।

ହେଲେ ଆଶିଷ ପଣିର ଗଭୀରତା ମାପି ପାରି ନଥିଲେ । ଭୁଲ ବଶତଃ ଆଶିଷ ପାଣିର ଗଭୀରତା ଆଡକୁ ଚାଲି ଯାଇଥିଲେ । ସେହି ସିନ୍ ରେ ତାଙ୍କୁ ବୁଡିବାର ଅଭିନୟ କରିବାର ଥିଲା ହେଲେ ବନ୍ଧୁଗଣ ଆଶିଷ ବାସ୍ତବ ଜୀବନରେ ପାଣି ଭିତରେ ବୁଡିବାକୁ ଯାଉଥିଲେ ।  ସେତେବେଳେ ସ୍ଥାନୀୟ ଲୋକ ମାନଙ୍କୁ ଲାଗିଲା ଆଶିଷ ଅଭିନୟ କରୁଛନ୍ତି । ଆଶିଷଙ୍କୁ ପାଣି ଭିତରୁ ବଞ୍ଚାଇବା ପାଇଁ କେହି ବି ଆସିଲେ ନାହିଁ । ସମସ୍ତେ ଭାବୁ ଥିଲେ ସେ ଅଭିନୟ କରୁଛନ୍ତି ।

ହେଲେ ସେହି ସ୍ଥାନରେ ଥିବା ଜଣେ ପୋଲିସ ଅଫିସରକୁ ଆଶିଷଙ୍କ ଉପରେ ସନ୍ଦେହ ହେଲା ଯାହା ଫଳରେ ସେ ତୁରନ୍ତ ପାଣି ଭିତରକୁ ଯାଇ ଆଶିଷଙ୍କୁ ବଞ୍ଚାଇ ଥିଲେ । ସେହି ସମୟରେ ଲୋକ ମାନେ ଜାଣି ପାରିଲେ ଯେ, ଆଶିଷ ଅଭିନୟ କରୁ ନଥିଲେ ସେ ବାସ୍ତବ ଜୀବନରେ ପାଣିରେ ବୁଡୁ ଥିଲେ । ଆଶିଷଙ୍କ ଜୀବନ ସହ ଜଡିତ ଏହି ଘଟଣାଟି ଆଜି ପର୍ଯ୍ୟନ୍ତ ଚର୍ଚ୍ଚା ରେ ଅଛି । ତେବେ ଏହି ଲେଖା ଉପରେ ନିଜର ମତାମତ ନିଶ୍ଚିତ ପ୍ରଦାନ କରନ୍ତୁ ।  ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *