ନମସ୍କାର ବନ୍ଧୁଗଣ ତେବେ ବିବାଦ ଘେରରେ ଓଡିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ଅଭିଯୋଗ ଅନୁସାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ ଗାଇବାକୁ ମନା କରିବା ତାଙ୍କ ପାଇଁ ଅଡୁଆ ସୃଷ୍ଟି କରିଛି । ଜଗନ୍ନାଥଙ୍କ ଭଜନ ଗାଇବା ତାଙ୍କ ଧର୍ମରେ ନାହିଁ ବୋଲି ହ୍ୟୁମାନ ସାଗର କହିବା ପରେ ଏହି ବିବାଦ ବଢିଛି । ତେବେ ସଂଗୀତ ନିର୍ଦ୍ଦେଶକ ଦେବାଶିଷ ମଲ୍ଲିକ ଓରଫ ଜାପାନୀ ତାଙ୍କୁ ଗୀତ ଗାଇବାକୁ ବାଧ୍ୟ କରିବାରୁ ସେ ତାଙ୍କୁ ହତୟଆ ଧମକ ଦେଇଥିବା ଥାନାରେ ଅଭିଯୋଗ ହୋଇଛି ।
ତେବେ ଏପରିକି ଜାପାନୀ କଟକ ଆସିଲେ ତାଙ୍କୁ ଜୀବନରୁ ମାରିଦେବେ ବୋଲି ଧମକ ଦେଇଛନ୍ତି । ଏନେଇ ଜାପାନୀ ଖାରବେଳନଗର ଥାନାରେ ଅଭିଯୋଗ କରିବା ପରେ ବିବାଦ ବଢିଛି । ଅଭିଯୋଗକୁ ଭିତ୍ତିକରି ପୋଲିସ ତଦନ୍ତ କରୁଥିବାବେଳେ ହ୍ୟୁମାନ ସାଗରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଓଲିଉଡରେ ଏକାଧିକ ଗୀତଗାଇ ଓଡିଶାର ଘରେ ଘରେ ପହଞ୍ଚି ପାରିଛନ୍ତି ।
ତାଙ୍କୁ ନେଇ ଏଭଳି ବିବାଦ ପରେ ଚାରିଆଡୁ ଉଦଗେବ ପ୍ରକାଶ ପାଇଛି । କଂଗ୍ରେସ ନେତା ଅମୀୟ ପାଣ୍ଡବ ହ୍ୟୁମାନ ସାଗରଙ୍କ ସପକ୍ଷରେ ସୋସିଆଲ ମିଡିଆରେ ମତ ରଖିଛନ୍ତି । ତାଙ୍କ ଲୋକପ୍ରିୟତାରେ ଇର୍ଷାନ୍ୱିତ ହୋଇ କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ତାଙ୍କ ବିରୋଧରେ ଏଭଳି ଷଡ ଯନ୍ତ୍ର କରୁଥିବା ସେ ଫେସବୁକ ପୋଷ୍ଟରେ ଲେଖିଛନ୍ତି ।
ତେବେ ସଂଗୀତ ନିର୍ଦ୍ଦେଶକ ଦେବାଶିଷ ମଲ୍ଲିକ ଓରଫ ଜାପାନୀଙ୍କ ଏକ ପୁରୁଣା ଭିଡିଓ । ଢେଙ୍କାନାଳର ଏକ କାର୍ଯ୍ୟକ୍ରମରେ ସେ କିଭଳି କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିରୋଧରେ ଏକାଠି ହେବାକୁ ଆହ୍ୱାନ ଦେଉଥିଲେ ସେହି ଭିଡିଓ ଏବେ ସାମ୍ନାକୁ ଆସିଛି । ଜଗନ୍ନାଥଙ୍କ ଭଜନ ନଗାଇଲେ ହ୍ୟୁମାନଙ୍କୁ ବିରୋଧ କରାଯିବ ବୋଲି ଏହି ଭିଡିଓରେ କହୁଛନ୍ତି ଜାପାନୀ ।
ତେବେ ସୂଚନାଯୋଗ୍ୟ ଯେ ଜାପାନୀ ୫ ବର୍ଷ ଧରି ହ୍ୟୁମାନ ସାଗର ଙ୍କୁ ଓଡ଼ିଆ ଆରାଧ୍ୟ ଜଗନ୍ନାଥ ଙ୍କ ପାଇଁ ଏକ ଭଜନ ଗାଇବାକୁ କହିଥିଲେ କିନ୍ତୁ ହ୍ୟୁମାନ ଏହାକୁ ପ୍ରତ୍ୟାଖାନ କରିଥିଲେ । ଜଗନ୍ନାଥ ଙ୍କ ଗୀତ ସେ ଗାଇ ପାରିବେନି ବୋଲି ରୋକଠୋକ ମନା କରିଥିଲେ । ଏହାକୁ ନେଇ ଜାପାନୀ ଏବଂ ହ୍ୟୁମାନ ଙ୍କ ମଧ୍ୟରେ ବିବାଦ ଚାଲିଥିଲା ।
ତେବେ ବର୍ତ୍ତମାନ ତପୁ ନାୟକ ଙ୍କୁ ହ୍ୟୁମାନ ଙ୍କ ପିଏସଓ ଫୋନ କରି ଧମକ ଦେବା ସହିତ ଜାପାନୀ କଟକ ଆସିଲେ ତାକୁ ଜୀବନରୁ ମାରି ଦେବାକୁ କହିଥିଲେ । ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଜାପାନୀ । ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ ।