ପାରିବାରିକ ମାମଲା ରେ ସାଂଘାତିକ ମୋଡ, Varsha ଙ୍କ ଏକାଧିକ ପରିଚୟକୁ ନେଇ Anubhav Mohanty ଆଣିଲେ ସାଂଘାତିକ ଅଭିଯୋଗ, ଫସିଗଲେ ବର୍ଷା ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ବିଜେଡି ସାଂସଦ ଅନୁଭବ ମହାନ୍ତି ଓ ଓଡିଆ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ପାରିବାରିକ ବିବାଦ ମାମଲା ବିଷୟରେ ବେସ ଭଲ ଭାବରେ ଜାଣିଥିବେ । ଜଣେ ମହିଳା ଅନେକ ପରିଚୟ ପୁଣି ବିବାଦରେ ଆସିଯାଇଛନ୍ତି ବର୍ଷା । ତେବେ ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀଙ୍କ ବିବାହ ବିଚ୍ଛେଦ ମାମଲା କୋର୍ଟରେ ବିଚାରଧିନ ରହିଛି । ଅନ୍ୟ ପଟେ ବର୍ଷାଙ୍କ ଏକାଧିକ ପରିଚୟ ପତ୍ରର ତଦନ୍ତ ଦାବି କରି ଇଡିର ଦ୍ଵାରସ୍ଥ ହୋଇଛନ୍ତି ଅନୁଭବ ।

ଓଡିଶା ସମ୍ବାଦ ହାତରେ ଲାଗିଛି ଅନୁଭବଙ୍କ ଅଭିଯୋଗର ଦସ୍ତାବିଜ । ବର୍ଷା ପ୍ରିୟଦର୍ଶନୀ ଊରଫ ବର୍ଷା ପ୍ରିୟଦର୍ଶନୀ, ବର୍ଷା ପ୍ରିୟଦର୍ଶନୀ ସାହୁ ତଥା ଏକାଧିକ ନାମରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଆଯ କରୁଛନ୍ତି । ହେଲେ ସେ ତାଙ୍କ ମୋଟ ଆୟ ଅନୁସାରେ ଟିକସ ନ ଦେଇ ଠକୁ ଥିବାର ଅଭିଯୋଗ କରିଛନ୍ତି ଅନୁଭବ ମହାନ୍ତି । 

ତେଣୁ ଏନେଇ ଅନୁଭବ ଇଡିର ଦ୍ଵାରସ୍ଥ ହୋଇଛନ୍ତି । ଜୁନ 7 ତାରିଖରେ ଅନୁଭବ ଇଡି ଅଫିସ ଭୁବନେଶ୍ଵରରେ ଅଭିଯୋଗ କରିଥିଲେ । ଅନୁଭବଙ୍କ ଅଭିଯୋଗ କ୍ରମେ ବର୍ଷା ତାଙ୍କ ସର ନେମର ପ୍ରଥମ ସ୍ପେଲିଙ୍ଗକୁ ପାସପୋର୍ଟ, ଆଧାର କାର୍ଡ ଓ ପ୍ୟାନ କାର୍ଡରେ ଅଲଗା ଅଲଗା ଦର୍ଶାଇଛନ୍ତି । ଏପରି କି ବିଭିନ୍ନ ବ୍ୟାଙ୍କରେ ଥିବା ବର୍ଷାଙ୍କ ଆକାଉଣ୍ଟରେ ତାଙ୍କ ନାମ ଭିନ୍ନ ଭିନ୍ନ ରହିଛି । ଆୟକରରୁ ବଞ୍ଚିବା ଲାଗି ବର୍ଷା ଏଭଳି କରିଥିବା ଅଭିଯୋଗ କରିଛନ୍ତି ଅନୁଭବ ମହାନ୍ତି । 

ଏପରି କି ଗୋଟିଏ ବ୍ୟାଙ୍କ ଆକାଉଣ୍ଟରେ ବାରମ୍ବାର ନାମର ସ୍ପେଲିଙ୍ଗ ପରିବର୍ତ୍ତନ କରିଥିବା ଅଭିଯୋଗ କରିଛନ୍ତି ଅନୁଭବ । ଏପରି କି ବର୍ଷାଙ୍କ ଆୟ ଉପରେ ପ୍ରଶ୍ନ ଉଠାଇ ଛନ୍ତି ଅନୁଭବ । ମିଡିଆ ରିପୋର୍ଟସ ଅନୁସାରେ ବର୍ଷା ବିବାହର 6 ବର୍ଷ ମଧ୍ୟରେ 13 କୋଟି ଟଙ୍କା କ୍ଷତି ସହି ଛନ୍ତି । ଗୋଟିଏ ଫିଲ୍ମ ପିଛା 20 ଲକ୍ଷ ଟଙ୍କାର କ୍ଷତି ସହିଥିବା ବର୍ଷା ସତ୍ୟପାଠରେ ଉଲ୍ଲେଖ ରହିଛି ।

2014 ମସିହା ଯାଏଁ ବାର୍ଷିକ 10ଟି ଫିଲ୍ମ ଅନୁସାରେ ବର୍ଷା 2 କୋଟି ଟଙ୍କା ଆୟ କରୁଥିଲେ । ସେସବୁ ଆୟ ଉପରେ ଦେଇଥିବା ଆୟକରର ପ୍ରମାଣ ମାଗୁଛନ୍ତି ଅନୁଭବ । ଏପରି କି ବର୍ଷା ପରିଚାଳନା କରୁଥିବା ସ୍ଵେଚ୍ଛା ସେବି ସଂଗଠନ ଉପରେ ପ୍ରଶ୍ନ କରିଛନ୍ତି ଅନୁଭବ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ । 

Leave a Reply

Your email address will not be published. Required fields are marked *