ଜଣେ ଅନ୍ୟ ଜଣଙ୍କର କାର୍ବନ କପି ଅଟନ୍ତି Bollywood ର ଏହି 12 Actress, ଫ୍ୟାନ୍ସ ବି ଖାଇଗଲେ ଧୋକା, 4 ନଂ ଯୋଡିକୁ ଦେଖିଲେ ଆପଣ ବି ଧୋକା ଖାଇଯିବେ…

ନମସ୍କାର ବନ୍ଧୁଗଣ ତେବେ କୁହାଯାଏ କି ପୃଥିବୀରେ ଜଣେ ବ୍ୟକ୍ତିଙ୍କ ଚେହେରା ସହ ମେଳ ଖାଉଥିବା ୭ଟି ଚେହେରା ଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଆମ ବଲିଉଡ ଇଣ୍ଡଷ୍ଟ୍ରିରେ ମଧ୍ୟ ଏପରି କିଛି ଚେହେରା ଅଛନ୍ତି ଯାହା ପରସ୍ପର ସହ ଖୁବ୍ ମେଳ ଖାଆନ୍ତି । କେତୋଟି ଅଭିନେତ୍ରୀ ଅନ୍ୟ ଅଭିନେତ୍ରୀଙ୍କ କ୍ଲୋନ ପରି ଦିଶନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନଙ୍କୁ ଦେଖି ଆପଣ ଆଶ୍ଚର୍ଯ୍ୟଚକିତ ହୋଇଯିବେ।ତେବେ ଆସନ୍ତୁ ଜାଣିନେବା।

୧-ପ୍ରଥମ ରେ ମଧୁବାଲା ଓ ଜ୍ୟାସ୍ମିନ। ତେବେ ମଧୁବାଲା ଙ୍କୁ କିଏ ନ ଜାଣେ ତାଙ୍କ ସୁନ୍ଦରତା ତାଙ୍କ ଅଭିନୟ ର ଅନ୍ଦାଜ ସମସ୍ତଙ୍କୁ ବାନ୍ଧି ରଖିଥାଏ। ତେବେ ସେ ୬୦/୭୦ ଦଶକ ର ଜଣେ ସୁପର ଷ୍ଟାର ଥିଲେ। ତେବେ ଆପଣ ମାନେ ବିରାନା ଫିଲ୍ମ ଦେଖିଥିବେ ତେବେ ସେଥିରେ ଆପଣ ଜ୍ୟାସ୍ମିନ ଙ୍କୁ ଦେଖିଥିବେ ତେବେ ସେହି ସିନେମା ରେ ଜ୍ୟାସ୍ମିନ କୁ ଦେଖି ଲୋକମାନେ ତାଙ୍କ ତୁଳନା ମଧୁବାଲା ଙ୍କ ସହ କରିଲେ ତେବେ କିନ୍ତୁ ଜ୍ୟାସ୍ମିନ ହଠାତ ସିନେମା ଦୁନିଆରୁ ଗାୟବ ହୋଇଗଲେ।

୨- ଦ୍ଵିତୀୟ ରେ ହେଉଛନ୍ତି କ୍ୟାଟ୍ରିନା କୈଫ ଓ ଜରୀନ ଖାନ। ତେବେ ବୀର ଫିଲ୍ମରୁ ବଲିଉଡରେ ପାଦ ରଖିଥିବା ଅଭିନେତ୍ରୀ ଜରୀନ୍ ଖାନ୍ ଦେଖିବାକୁ କ୍ୟାଟ୍ରିନା କୈଫ୍ ଙ୍କ ପରି । ଜରୀନ୍ ଙ୍କ ଶାରୀରିକ ଗଠନ କ୍ୟାଟ୍ରିନାଙ୍କ ଠୁ ଭିନ୍ନ । ସେ ଅନ୍ୟ ପ୍ରକାରେ ଦେଖିବାକୁ ସୁନ୍ଦର ଓ ଆକର୍ଷଣୀୟ । କିନ୍ତୁ ସେମାନଙ୍କ ଚେହେରାରେ ଅଳ୍ପ ସମାନତା ରହିଛି । ଦୁଇଜଣ ହିଁ ସଲମାନ୍ ଖାନ ଙ୍କ ସାହାଯ୍ୟରେ ବଲିଉଡରେ ପାଦ ଦେଇଥିଲେ।


୩- ତୃତୀୟ ରେ ହେଉଛନ୍ତି ଐଶ୍ୱର୍ଯ୍ଯା ରାୟ ଓ ସ୍ନେହା ଉଲ୍ଲାଲ। ତେବେ ଅଭିନେତ୍ରୀ ଐଶ୍ୱର୍ଯ୍ଯା ରାୟ ଓ ସ୍ନେହା ଉଲ୍ଲାଲ ଜାଆଁଳା ଭଉଣୀ ପରି ଦେଖା ଯାଆନ୍ତି । ସ୍ନେହା ଉଲ୍ଲାଲ ଙ୍କ ଆଖି, ଗାଲ ଓ ଉପର ଥୋଡ଼ି ଐଶ୍ୱର୍ଯ୍ଯା ରାୟଙ୍କ ସହ ଖୁବ୍ ମେଳ ଖାଏ । ଦୁଇ ଅଭିନେତ୍ରୀ ଫଟୋରେ ବିଲକୁଲ ଏକା ପରି ଦିଶନ୍ତି । ଐଶ୍ୱର୍ଯ୍ଯାଙ୍କ ସହ ବ୍ରେକ ଅଫ ପରେ ସଲମାନ ଖାନ ଙ୍କୁ ଏପରି ଅଭିନେତ୍ରୀ ମିଳିଥିଲେ ଯିଏ ଦେଖିବାକୁ ଠିକ ଐଶ୍ୱର୍ଯ୍ଯାଙ୍କ ପରି।


୪- ଚତୁର୍ଥ ରେ ହେଉଛନ୍ତି ସୋନାକ୍ଷୀ ସିନ୍ହା ଓ ରୀନା ରୟ। ତେବେ ସୋନାକ୍ଷୀ ସିନ୍ହା ଙ୍କୁ ଦେଖିଲେ ସେ ଅଭିନେତ୍ରୀ ରୀନା ରୟଙ୍କ ଚେହେରା ପରି ସମାନତା ଥିବା ଦେଖିବାକୁ ମିଳିଥାଏ । ଯଦି ଶତ୍ରୁଘ୍ନ ସିନ୍ହାଙ୍କ ରୀନା ରୟଙ୍କ ସହ କିଛି ସମ୍ବନ୍ଧ ନ ଥାନ୍ତା ତେବେ ଏହା ବଡ଼ ସମସ୍ୟା ହୋଇ ନ ଥାଆନ୍ତା । ଶତ୍ରୁଘ୍ନ ସିନ୍ହାଙ୍କ ରୀନା ରୟଙ୍କ ସହ ଅତିରିକ୍ତ ବୈବାହିକ ସମ୍ବନ୍ଧ ବିଷୟରେ ସମସ୍ତେ ଜାଣିଛନ୍ତି ଓ ଏହି କଥାକୁ ସେ ଅନେକ ସାକ୍ଷାତକାରରେ ମଧ୍ୟ ସ୍ବୀକାର କରିଛନ୍ତି । ଗୁଜବ ହୋଇଥିଲେ ମଧ୍ୟ ସୋନାକ୍ଷୀ ସିନ୍ହାଙ୍କ ଓଠ, ଆଖି ଓ ଶାରୀରିକ ଗଠନ ଗଠନରେ ସମାନତା ଦେଖି ଆଶ୍ଚର୍ଯ୍ୟ ଲାଗେ।


୫- ପଞ୍ଚମ ରେ ହେଉଛନ୍ତି ଶ୍ରୀଦେବୀ ଓ ଦିବ୍ୟା ଭାରତୀ। ତେବେ ଶ୍ରୀଦେବୀ ବଲିଉଡ ଇଣ୍ଡଷ୍ଟ୍ରିରେ ପ୍ରଥମ ମହିଳା ସୁପରଷ୍ଟାର ଥିଲେ । ସେ ନିଜ ସୁନ୍ଦରତା କୁ ନେଇ ଖୁବ୍ ଚର୍ଚ୍ଚାରେ ରହୁଥିଲେ । ଦିବ୍ୟା ଭାରତୀ ପରେ ବଲିଉଡ ରେ ଏଣ୍ଟ୍ରି କରିଥିଲେ ଓ କେତେକ ହିଟ ଫିଲ୍ମ ମଧ୍ୟ ଦେଇଥିଲେ । କିନ୍ତୁ ଏକ ଦୁର୍ଘଟଣାରେ ତାଙ୍କ ମୃତ୍ୟୁ ହୋଇ ଯାଇଥିଲା ଓ ତାଙ୍କ ହତ୍ୟା ରହସ୍ୟ ହୋଇ ରହିଗଲା । ଏହି ଦୁଇ ଜଣଙ୍କ ଶାରୀରିକ ଗଠନ ଅଲଗା ହେଲେ ମଧ୍ୟ ଆଖି ଓ ଓଠ ରେ କିଛି ସମାନତା ଦେଖିବାକୁ ମିଳେ।


୬- ଷଷ୍ଠ ରେ ହେଉଛନ୍ତି ମାଧୁରୀ ଦୀକ୍ଷିତ ଏବଂ ଫରହିନ। ତେବେ ଡାସିଂ କୁଇନ ଭାବରେ ପରିଚିତ ହେଉଛନ୍ତି ମାଧୁରୀ ଦୀକ୍ଷିତ। ତେବେ ସେ ନିଜ ଏକ୍ସ ପ୍ରେସନ ଏବଂ ଅଭିନୟ ରେ ଲୋକ ମାନଙ୍କ ହୃଦୟ କୁ ଜିଣିବାରେ ସଫଳ ହୋଇ ପାରିଛନ୍ତି। ତେବେ ଜାନ ତେରେ ନାମ ରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଫରହୀନ ଙ୍କୁ ମାଧୁରୀ ଙ୍କ କାର୍ବନ କପି କୁହା ଯାଉଥିଲା। ତେବେ ସେ ପରେ କ୍ରିକେଟର ମନୋଜ ପ୍ରଭାକର ଙ୍କୁ ବିବାହ କରି ନେଇଥିଲେ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *