ଜାଣନ୍ତୁ କିପରି ଅଟେ Allu Arjun ଙ୍କ ଲଭ ଲାଇଫ ଓ ମ୍ୟାରେଡ ଲାଇଫ ? ଅପ୍ସରା ପରି ସୁନ୍ଦର ଲାଗନ୍ତି Allu Arjun ଙ୍କ ସ୍ତ୍ରୀ !

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଛନ୍ତି କି ବର୍ତ୍ତମାନ ସମୟରେ ଲୋକମାନେ ବଲିଉଡ ଅପେକ୍ଷା ସାଉଥ ଇଣ୍ଡଷ୍ଟ୍ରି ଙ୍କୁ ପସନ୍ଦ କରୁଥିବେ । ତେବେ ଏହି ସାଉଥ ଜଗତରେ ଅନେକ ଅଭିନେତା ଅଲଲୁ ଅର୍ଜୁନ ଙ୍କୁ ଆପଣ ନିଶ୍ଚିତ ଭାବରେ ଜାଣିଥିବେ । ତେବେ ସେ ସାଉଥ ଜଗତରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇ ପାରିଛନ୍ତି । ତେବେ ସେ ଆର୍ୟ ହେଉ କିମ୍ବା ସରାଇନାଇଡୁ ସବୁଥିରେ ସେ ନିଜର ଦମଦାର ଅଭିନୟ କରି ଲୋକମାନଙ୍କ ପ୍ରିୟ ହୋଇ ପାରିଛନ୍ତି ।

ତେବେ ବଡ ପରଦାରେ ଧୁମ ମଚାଉଛି ତାଙ୍କର ନୁଆ ଚଳଚିତ୍ର ପୁଷ୍ପା । ଏହି ସାଉଥ ଇଣ୍ଡିଆନ ଚଳଚିତ୍ର ପୁଷ୍ପାରେ ମୁଖ୍ୟ ଭୁମିକାରେ ଅଛନ୍ତି ଅଲ୍ଲୁ ଅର୍ଜୁନ । ତେବେ ଅଲ୍ଲୁଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି ରଶ୍ମିକା ମନ୍ଦନା । ଫିଲ୍ମଟିକୁ ବେଶ ପସନ୍ଦ କରିଛନ୍ତି ଜର୍ଶକ । ପ୍ରଥମ ଦିନରୁ ହିଁ ଜବରଦସ୍ତ ଓପନିଙ୍ଗ ସହ ଆଗେଇ ଚାଲିଥିବା ଏହି ଫିଲ୍ମ ୨୦୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛିା ତେବେ ଆସନ୍ତୁ ଆଜି ଅଲ୍ଲୁ ଅର୍ଜୁନ ଙ୍କ ର ପ୍ରେମ ଏବଂ ବିବାହ ସମ୍ପର୍କ ରେ କିଛି କଥା ଜାଣିନେବା ।

ତେବେ ସାଉଥ ର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଙ୍କ ପ୍ରଥମ ପ୍ରେମିକା ହେଉଛନ୍ତି ଅଭିନେତ୍ରୀ ନେହା ଶର୍ମା । ଯିଏ କି ବଲିଉଡ ଏବଂ ସାଉଥ ଜଗତରେ ନିଜର ଅଭିନୟ କୁ ସୁନ୍ଦର ଭାବରେ କରି ଲୋକ ମାନଙ୍କ ହୃଦୟ ରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରି ପାରିଥିଲେ । ତେବେ ଗୋଟିଏ ଇଣ୍ଡଷ୍ଟ୍ରି ରେ ରହିବା କାରଣ ରୁ ନେହା ଏବଂ ଅଲ୍ଲୁ ଅର୍ଜୁନ ଙ୍କ ଭିତରେ ବନ୍ଧୁତା ସୃଷ୍ଟି ହୋଇଥିଲା ଏବଂ ଧୀରେ ଧୀରେ ପ୍ରେମ ରେ ପରିବର୍ତ୍ତନ ହୋଇ ଗଲା ।


ତେବେ ଏହା ପରେ ଦୁହେଁ ଦୁହିଁଙ୍କୁ ଡେଟ କରିବା ଆରମ୍ଭ କଲେ ଏକାଠି ବୁଲିଲେ ମଧ୍ୟ ତେବେ ଦୁହେଁ ବିବାହ କରିବାକୁ ମଧ୍ୟ ନିଷ୍ପତ୍ତି ନେଇ ଯାଇଥିଲେ । କିନ୍ତୁ ଯେତେବେଳେ ନେହା ଚିରଥା ରେ ରାମ ଚରଣ ଙ୍କ ସହ କାମ କରିଥିଲେ ସେତେବେଳେ ରାମଚରଣ ଏବଂ ନେହା ଙ୍କ ଲିଙ୍କ ଅପ ର ଖବର ଶୁଣିବାକୁ ମିଳିଲା ଦୁହେଁ ଏକାଠି ଡେଟ କରୁଛନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳିଲା । ତେବେ ଏହା ପରେ ଅଲ୍ଲୁ ଅର୍ଜୁନ ଏବଂ ନେହା ଶର୍ମା ଦୁହେଁ ଅଲଗା ହୋଇଗଲେ ଏବଂ ଦୁହିଁଙ୍କ ରାସ୍ତା ମଧ୍ୟ ଅଲଗା ହୋଇଗଲା ।


ତେବେ ଏହା ପରେ ସେ ୨୦୧୧ ରେ ସ୍ନେହା ରେଡ୍ଡୀ ଙ୍କ ସହ ବିବାହ କରିନେଲେ । ତେବେ ସ୍ନେହା ଜଣେ ଇଞ୍ଜିନିୟର ଏବଂ ମଡେଲ ମଧ୍ୟ ତେବେ ଦୁହେଁ ଏକ ବିବାହ ରେ ଦେଖା ହୋଇଥିଲେ ଏବଂ ବନ୍ଧୁତା ପରେ ଡେଟ କରିବା ମଧ୍ୟ ଆରମ୍ଭ କରିଥିଲେ ଏହା ପରେ ଦୁହେଁ ଜାଣି ପାରିଥିଲେ କି ଦୁହେଁ ଦୁହିଁଙ୍କ ପାଇଁ ପ୍ରଫେକ୍ଟ ତେଣୁ ସେମାନେ ବିବାହ କରି ନେଇଥିଲେ ଏବଂ ବର୍ତ୍ତମାନ ନିଜ ସନ୍ତାନ ଙ୍କ ସହିତ ବହୁତ ଖୁସିରେ ମଧ୍ୟ ଅଛନ୍ତି ।

ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *