ଜାଣନ୍ତୁ କଣ କରନ୍ତି CDS Bipin Rawat ଙ୍କ ଝିଅମାନେ, ଯାହାଙ୍କ ମୁଣ୍ଡ ଉପରୁ ଏକା ଥରେ ଉଠିଗଲା ବାପା-ମା’ଙ୍କ ହାତ

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଭାରତୀୟ ବାୟୁସେନାର ଏକ ହେଲିକପ୍ଟର ବୁଧବାର ଦିନ ତାମିଲନାଡୁ ନୀଳଗିରି ଜଙ୍ଗଲରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ହେଲିକପ୍ଟରରେ ସିଡିଏସ ଜେନେରାଲ ବିପିନ ରାୱତ, ତାଙ୍କ ପତ୍ନୀଙ୍କ ସମେତ ୧୪ ଜଣ ଥିଲେ । ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଜଣକ ଅବସ୍ଥା ଗୁରୁତର ରହିଛି । ଦୁର୍ଘଟଣାରେ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ଦେହାନ୍ତ ହୋଇଛି ।

ତେବେ ବିପିନ ରାୱତ ମୂଳତଃ ଉତ୍ତରାଖଣ୍ଡ ବାସିନ୍ଦା । ସେ ୧୯୫୮ ମସିହା ମାର୍ଚ୍ଚ ୧୬ ତାରିଖରେ ଉତ୍ତରାଖଣ୍ଡ ପୋୖଡିରେ ଜନ୍ମ ହୋଇଥିଲେ । ବିପିନ ରାୱତଙ୍କ ଅନେକ ପିଢ଼ି ସେନାରେ ସେବା କରିଛନ୍ତି । ତାଙ୍କ ପିତା ଲକ୍ଷ୍ମଣ ସିଂହ ଲେଫ୍ଟେନାଣ୍ଟ ଜେନେରାଲ ଥିଲେ । ତାଙ୍କ ମା’ଙ୍କ ଘର ଉତ୍ତରକାଶୀ ଏବଂ ସେ ପୂର୍ବତନ ବିଧାୟକ କିଶନ ସିଂହ ପରମାରଙ୍କ ଝିଅ । ଜେନେରାଲ ରାୱତଙ୍କ ଦୁଇ ଝିଅ । ସେମାନେ ଉଭୟ ପିତାମାତାଙ୍କୁ ଏକାଠି ହରାଇଛନ୍ତି ।

ବଡ଼ ଝିଅଙ୍କ ନାମ ହେଉଛି କ୍ରିତିକା ରାୱତ । ଓ ସାନ ଝିଅଙ୍କ ନାମ ତାରେଣୀ ରାୱତ । ବଡ଼ ଝିଅ ହେଉଛି କ୍ରିତିକା ରାୱତ ଯିଏ ମୁମ୍ବାଇରେ ବିବାହିତ । ସାନ ଝିଅ ତାରିଣୀ ଏବେ ମଧ୍ୟ ଅଧ୍ୟୟନ କରୁଛନ୍ତି । ସେ ତାଙ୍କ ପିତାମାତାଙ୍କ ସହ ଦିଲ୍ଲୀରେ ରହୁଥିଲେ । ତେବେ ଜେନେରାଲ ବିପିନ ରାୱତଙ୍କ ପତ୍ନୀ ମଧୁଲିକା ରାୱତ ଆର୍ମି ଭାଇବ୍ସ ୱେଲଫେୟାର ଆସୋସିଏସନର ଅଧ୍ୟକ୍ଷ ଥିଲେ ଏବଂ ଶହୀଦଙ୍କ ଆଶ୍ରିତଙ୍କ ଲାଭ ପାଇଁ ଚାଲୁଥିବା ଅଭିଯାନରେ ସକ୍ରିୟ ଥିଲେ ।

ଆର୍ମି ଭାଇବ୍ସ ୱେଲଫେୟାର ଆସୋସିଏସନ ଦେଶର ସବୁଠାରୁ ବଡ ସ୍ୱଚ୍ଛେସେବୀ ସଂଗଠନ ମଧ୍ୟରୁ ଗୋଟିଏ । ଏହି ସଂଗଠନ ସ୍ଥାପନ ହେବା ଦିନରୁ ଆର୍ମି ଯବାନଙ୍କ ପତ୍ନୀ, ସେନା କର୍ମୀଙ୍କ ଆଶ୍ରିତଙ୍କ ସାମାଜିକ ସଶକ୍ତିକରଣ ଓ କୌଶଳ ନିର୍ମାଣ କାମ କରୁଛି । ବିପିନ ରାୱତ ଡେରାଡୁନ ଓ ଶିମଲାରେ ପଢ଼ିଛନ୍ତି । ପଢା ସରିବା ପରେ ସେ ଡେରାଡୁନ ଏନଡିଏ ଓ ଆଇଏମଏ ସେନାରେ ପ୍ରବେଶ କରିଥିଲେ ।

ସେ ୧୯୭୮ ରେ ସେନାରେ ସାମିଲ ହୋଇଥିଲେ । ସେ ମେରଠ ୟୁନିଭର୍ସିଟିରୁ ମିଲିଟାରୀମିଡ଼ିଆ ଷ୍ଟ୍ରାଟେଜିକ ଷ୍ଟଡ଼ିଜରେ ପିଏଚଡି କରିଥିଲେ ।ଜେନେରାଲ ଦଲବୀର ସିଂହ ସୁହାଗଙ୍କ ପରେ ୨୦୧୬ ଡିସେମ୍ବର ୧୭ ଜେନେରାଲ ବିପିନ ରାୱତ ଭାରତୀୟ ସେନାରେ ୨୭ତମ ସେନାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ୨୦୨୦ ଜାନୁଆରୀ ୧ ତାରିଖରେ ପ୍ରଥମଥର ପାଇଁ ସେ ଦେଶର ପ୍ରଥମ ସିଡିଏସ ଭାବେ ନିଯୁକ୍ତ ହୋଇଥିଲେ ।


ତେବେ ବିପିନ ରାୱତ ଉଚ୍ଚତମ ଯୁଦ୍ଧ କ୍ଷେତ୍ରରେ ମଧ୍ୟ ଅନେକ ବର୍ଷ ଯାଏଁ କାମ କରିଛନ୍ତି । ତାଙ୍କର ଉତ୍କୃଷ୍ଟ କାମ ପାଇଁ ତାଙ୍କୁ ‘ପରମ ବିଶିଷ୍ଟ ସେବା ମେଡାଲ’ରେ ସମ୍ମାନିତ କରାଯାଇଛି । ତେବେ ଭାରତ ନିଜର ଜଣେ ବୀର ପୁତ୍ର କୁ ହରାଇ ବର୍ତ୍ତମାନ ଶୋକ ରେ ରହିଛି । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *