ବ୍ରେନ୍ ଷ୍ଟ୍ରୋକ୍ କାହିଁକି ହୁଏ ? ଜାଣନ୍ତୁ ଏହାର ଲକ୍ଷଣ ଓ ନିରାକରଣ ! (Dr. Subhransu Sekhar Jena on Brain Stroke)

ବନ୍ଧୁଗଣ ବ୍ରେନ ଆମ ଶରୀରର ଏକ ମୁଖ୍ୟ ଅଙ୍ଗ । ଆମର ସବୁ ପ୍ରକାରର କାର୍ଯ୍ୟ କଳାପ ତଥା ଚାଲିବା, ଲେଖିବା, କଥା କହିବା, ଶୁଣିବା ଓ ଆଖରେ ଦେଖିବା ଆଦି ସବୁ କିଛି ବ୍ରେନ କଣ୍ଟ୍ରୋଲ କରିଥାଏ । ବ୍ରେନ ବିଭିନ୍ନ ପ୍ରକାରର ସେଲ ବା କୋଷିକା ଦ୍ଵାରା କାମ କରିଥାଏ । ତେବେ ବ୍ରେନ କୋଷିକା ଗୁଡିକ ଅହରହ ରକ୍ତ ପ୍ରଭାବ, ଅମ୍ଳଜାନ ଓ ଗ୍ଳୁକୋଜ ଉପରେ ନିର୍ଭର କରିଥାଏ । ଯଦି କୌଣସି କାରଣରୁ ଆମ ବ୍ରେନରେ ଠିକ ଭାବରେ ରକ୍ତ ପ୍ରଭାବ ହୋଇପାରେ ନାହିଁ ତା ହେଲେ ସେହି ସ୍ଥାନରେ ଥିବା କୋଷିକା ଗୁଡିକ ମୃତ୍ୟୁ ମୁଖରେ ପଡନ୍ତି ।

ଏହା ପରେ ଆମର ଷ୍ଟ୍ରୋକ ବା ପାରାଲିସିସ ହୋଇଥାଏ ।  ବନ୍ଧୁଗଣ ବ୍ରେନ ଷ୍ଟ୍ରୋକ ଦୁଇ ପ୍ରକାରର ହୋଇଥାଏ । ଯଦି କୌଣସି କାରଣରୁ ବ୍ରେନରେ ରକ୍ତ ପ୍ରଭାବ ଠିକ ଭାବରେ ହୋଇପାରେ ନାହିଁ ତା ହେଲେ ତାକୁ ଇସଚିମିକ ଷ୍ଟ୍ରୋକ କୁହାଯାଏ ।

ଯଦି କୌଣସି କାରଣରୁ ବ୍ରେନରେ ଶିରାଟା ଫାଟି ଯାଇ ବ୍ରେନ ଭିତରେ ରକ୍ତ ଆସିଯାଏ ତେବେ ତାକୁ ହେମୋରୋଜିକ ଷ୍ଟ୍ରୋକ କୁହାଯାଏ । ବନ୍ଧୁଗଣ ବ୍ରେନ ଷ୍ଟ୍ରୋକ ହେବାର ଦୁଇଟି ମୁଖ୍ୟ କାରଣ ରହିଛି ପ୍ରଥମଟି ହେଉଛି Modifiable risk factors ଏବଂ Non-modifiable risk factors । Modifiable risk factors ଭିତରେ ଡାଇବେଟିସ, ବ୍ଲଡ଼ ପ୍ରେସର, କୋଲେଷ୍ଟ୍ରୋଲ, ହାର୍ଟ ରୋଗ ସମସ୍ୟା, ଟେନସନ ଓ ମେଦବହୁଳତା ଆଦି ରହିଥାଏ ।

Non-modifiable risk factorsରେ ଯଦି ଆପଣଙ୍କ ବୟସ  ୬୦ ରୁ ଅଧିକ ଅଛି ଆପଣ ଯଦି ପୁରୁଷ ହୋଇଥିବେ ଓ ଆପଣଙ୍କର ଯଦି କିଛି ଫାମିଲି ହିଷ୍ଟୋରି ଥିବ ତା ହେଲେ ଆପଣଙ୍କର ଷ୍ଟ୍ରୋକ ବା ପକ୍ଷାଗତ ହୋଇପାରେ । ଆମର ୱାଲ୍ଡ ଷ୍ଟ୍ରୋକ ଅର୍ଗାନାଇଜେସନ ବରେନ ଷ୍ଟ୍ରୋକର କିଛି ଲକ୍ଷଣ ବିଷୟରେ କହିଛନ୍ତି । ପ୍ରଥମ ଲକ୍ଷଣ ହେଉଛି ଯଦି ଆପଣ ନିଜ ଶରୀରର ବାଲାନ୍ସ କରିପାରୁ ନାହାନ୍ତି ଓ ପଡି ଯାଉଛନ୍ତି ତା ହେଲେ ଏହା ବରେନ ଷ୍ଟ୍ରୋକର ଲକ୍ଷଣ ହୋଇପାରେ ।

ଦ୍ଵିତୀୟ ଲକ୍ଷଣ ହେଉଛି ଯଦି ଆପଣ ନିଜ ଆଖିରେ ଠିକ ଭାବରେ ଦେଖି ପାରୁ ନାହାନ୍ତି ବା ଆପଣଙ୍କ ସବୁ ଡବଲ ଦେଖା ଯାଉଛି ତା ହେଲେ ଏହା ବରେନ ଷ୍ଟ୍ରୋକର ଲକ୍ଷଣ ହୋଇପାରେ । ତୃତୀୟ ଲକ୍ଷଣ ହେଉଛି ଯଦି ଆପଣଙ୍କ ମୁହଁ ବଙ୍କା ହୋଇଯାଉଛି ବା ଆପଣଙ୍କ ମୁହଁରେ ହଠାତ ଝିମ ଝିମ ହେଉଛି ତା ହେଲେ ଏହା ବରେନ ଷ୍ଟ୍ରୋକର ଲକ୍ଷଣ ହୋଇପାରେ ।

ଚତୁର୍ଥ ଲକ୍ଷଣ ହେଉଛି ଯଦି ଆପଣ ନିଜ ହାତରେ କୌଣସି ଜିନିଷକୁ ଉଠାଇ ପାରୁ ନାହାନ୍ତି ହାତଟି ପଡି ଯାଉଛି ଓ ଆପଣଙ୍କ ହାତ ବଧୀରା ଲାଗୁଛି ତା ହେଲେ ଏହା ଷ୍ଟ୍ରୋକର କାରଣ ହୋଇପାରେ । ବନ୍ଧୁଗଣ ଶେଷ ଲକ୍ଷଣଟି ହେଉଛି ଯଦି ଆପଣ ଠିକ ଭାବରେ କଥା ହୋଇପାରୁ ନାହାନ୍ତି ତା ହେଲେ ଏହା ବରେନ ଷ୍ଟ୍ରୋକର କାରଣ ହୋଇପାରେ । ତେଣୁ ବନ୍ଧୁଗଣ ବରେନ ଷ୍ଟ୍ରୋକ ସହ ଜଡିତ ଏହି ସବୁ ସୂଚନାକୁ ଧ୍ୟାନରେ ରଖନ୍ତୁ ଓ ଅନ୍ୟ ମାନଙ୍କୁ ଏହା ବିଷୟରେ ନିଶ୍ଚୟ ଜଣାନ୍ତୁ, ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *