କୁହାଯାଏ ଦୁନିଆର ସବୁ ସମ୍ପର୍କ ଠାରୁ ସ୍ଵାମୀ-ସ୍ତ୍ରୀଙ୍କ ସମ୍ପର୍କ ସବୁଠାରୁ ମଝବୁତ ଏବଂ ମୂଲ୍ଯବାନ । ଆଘାଡ ସ୍ଵାପ୍ନ ଏବଂ ଭଲ ପାଇବା ଯୋଗୁଁ ଏ ସମ୍ପର୍କ 7 ଜନ୍ମ ପାଇଁ ବାନ୍ଧି ହୋଇଥାଏ । ଆଉ ଏହି ସମୟରେ ଅନେକ ସ୍ଵାମୀ ସେମାନଙ୍କ ପତ୍ନୀଙ୍କ ପ୍ରତି ଭଲ ପାଇବାକୁ ଜାହିର କରିବା ପାଇଁ କିଛି କିଛି ଉପହାର ମଧ୍ୟ ଦେଇ ଥାନ୍ତି । ଇତିହାସରେ ମଧ୍ୟ ଏହା ଲିପିବଦ୍ଧ ହେଇ ରହିଛି ଯାହାର ଉଦାହରଣ ହେଲେ ଶାହାଜାହାନ ।
ଆଉ ପତ୍ନୀ ମମତାଜଙ୍କ ପ୍ରତି ସହଜାହାଜଙ୍କ ଭଲ ପାଇବା ଆଉ ପ୍ରେମର ପ୍ରତୀକ ହେଉଛି ତାଜମହଲ । ଆଉ ସେମିତି ଆଉ ଜଣେ ପତି ହେଉଛନ୍ତି ଯାଜପୁର ବିଞ୍ଝାରପୁର ଚିକଣା ଗାଁର କ୍ଷେତ୍ରବାସୀ ଲେଙ୍କା । ଏ ବି ଜଣେ ଶାହାଜାହନ । ନିଜ ପତ୍ନୀଙ୍କୁ ସେ 7 କୋଟିରୁ ଉର୍ଦ୍ଧ ଟଙ୍କାର ସନ୍ତୋସୀ ମାଙ୍କ ମନ୍ଦିର ତୋଳି ଉପହାର ଦେଇଛନ୍ତି କ୍ଷେତ୍ରବାସୀ । ଆଉ ପତ୍ନୀଙ୍କ ପ୍ରତି ନିଜର ଆଘାଡ ଭଲ ପାଇବାକୁ ଜାହିର କରିଛନ୍ତି ସେ ଏଥିପାଇଁ ତାଙ୍କୁ 15 ବର୍ଷ ସମୟ ଲାଗିଛି ।
ଏନେଇ କ୍ଷେତ୍ରବାସୀ ଗଣମାଧ୍ୟମ ଆଗରେ କହିଛନ୍ତି, 1992 ମସିହାରେ ମୋର ଏ ଗାଁ ଝିଅ ସହ ବାହାଘର ହୋଇଥିଲା । ସେ ବାହାଘର ବେଳକୁ ସେ ଝିଅ ମା ସନ୍ତୋସୀଙ୍କର ଭକ୍ତ ଥିଲା ଆଉ ଆମେ ବାହାଘର ପରେ ପ୍ରତିଶ୍ରୁତି ନେଲୁ ଯେ ଏହି ଗାଁରେ ଗୋଟେ ଛୋଟ ସନ୍ତୋସୀ ମାଆଙ୍କ ମନ୍ଦିର ତୋଳିବୁ ।
2008 ମସିହାରେ ଆମେ ମାନେ ମନ୍ଦିର କାର୍ଯ୍ୟକ୍ରମ ଆରମ୍ଭ କରିଥିଲୁ ହେଲେ ବ୍ୟତିକ୍ରମେ ଏହା ଏକ ଛୋଟ ମନ୍ଦିର କଣ ହେବ ଏହା ଏକ ବିରାଟ ମନ୍ଦିର ହେଲା ।ଏହି ମନ୍ଦିରର ମେନ୍ ଦେବୀ ହେଲେ ମା ସନ୍ତୋସୀ ମାତା । ଆଉ ତାଙ୍କ ପାରିପାର୍ଶ୍ଵ ଦେବାଦେବୀ ହେଉଛନ୍ତି ଗଣେଶ ଭଗବାନ, ଶିବ ଶଙ୍କର, ବୀର ହନୁମାନ ଏବଂ ନବଗ୍ରହ । ଏହି ମନ୍ଦିରର ପ୍ରତିଷ୍ଠା 28 ଫେବୃୟାରିରେ ଆରମ୍ଭ ହୋଇ ମାର୍ଚ୍ଚ 6 ତାରିଖରେ ଶେଷ ହେବ ।
ଏହି ମନ୍ଦିର ନିର୍ମାଣ କରିବା ପାଇଁ ପ୍ରାୟ 7 କୋଟିରୁ ଉର୍ଦ୍ଧ ଟଙ୍କା ଖର୍ଚ୍ଚ ହେଇଛି । ତେବେ ଦର୍ଶକ ବନ୍ଧୁ କ୍ଷେତ୍ରବାସି ନିଜ ପତ୍ନୀଙ୍କ ପାଇଁ 7 କୋଟି ଟଙ୍କାର ଏହି ମନ୍ଦିର ତୋଳି ଏବେ ସାରା ରାଜ୍ୟରେ ଚର୍ଚାର ବିଷୟ ପାଲଟି ଛନ୍ତି । ତା ହେଲେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।