“ଯାହାର ଯାହାବି ରୋଗ ହେଇଥାଉ ମୁଁ ତାକୁ ଭଲ କରିଦେବି ,ମୁଁ ସରକାରଙ୍କୁ ମଧ୍ୟ ଚ୍ୟାଲେଞ୍ଜ ଦେଇଥିଲି “

ଯାହାର ଯାହାବି ରୋଗ ହୋଇଥାଉ ମୁଁ ତାକୁ ଭଲ କରିଦେବି । ଯିଏ ଲୋକଙ୍କୁ ଛୁଇଁଦେଲେ ବଡରୁ ବଡ ରୋଗ ଭଲ ହୋଇଯାଇଥାଏ । ଯାହା ଅନେକ ଲୋକେ କୁହନ୍ତି । ଏଥିସହ ସେ ନିଜ ପାଖରେ ଏଭଳି କିଛି ଅଦ୍ଭୁତ ଚମତ୍କାରୀତା ରହିଛି ବୋଲି ସେ ନିଜ ମୁହଁରେ ମଧ୍ୟ ସ୍ଵୀକାର କରିଛନ୍ତି ସେ ହେଉଛନ୍ତି ଆର୍ତ୍ତଚରଣ ବାବା । ତେବେ ବାବା ଗଣ ମାଧ୍ୟମର ଏକ ସାକ୍ଷାତକରରେ ନିଜର ଏଭଳି କିଛି ପ୍ରତିକ୍ରିୟା ରଖି କହିଛନ୍ତି । ଯେ ମୋର ଆରାଧ୍ୟ ଭଗବାନ ହେଉଛନ୍ତି ପ୍ରଭୁ ଜଗନ୍ନାଥ ।

ତାଙ୍କର ଆଶ୍ରୀବାଦ ମୋ ଉପରେ ଥିବାରୁ ମୋ ପାଖରେ କିଛି ଅଦ୍ଭୁତ ଶକ୍ତି ରହିଛି । ଯେଉଁଥି ପାଇଁ ଲୋକ ମାନଙ୍କୁ ମୁଁ ଛୁଇଁଦେଲେ ସେମାନଙ୍କର ଦେହ ଭଲ ହୋଇଯାଏ । ଏପରିକି ଖାଲି ଓଡିଶା ନୁହେଁ ଓଡିଶା ବାହାରେ ଓ ଦେଶ ବାହାରେ ବି ହଜାର ହଜାର ଲୋକଙ୍କର ବଡ ବଡ ରୋଗକୁ ମୁଁ ଭଲ କରିପାରିଛି । ଲୋକ ମୋ ମନ୍ତ୍ର ମୋ କଥା ଶୁଣି ମଧ୍ୟ ଆଶ୍ବସ୍ଥି ପାଇପାରନ୍ତି । ଯେଉଁ ସ୍ଥାନରେ ମେଡିକାଲ ସାଇନ୍ସ ବି ହାର ମାନିଯାଏ । ସେ ସମୟରେ ଅନେକ ଲୋକ ମୋ ପାଖକୁ ଆସନ୍ତି ।

ରୋଗ ଯାହା ବି ହେଇଥାଉ ନା କାହିଁକି । ଭଗବାନ ମୋତେ ଯେଉଁ ଶକ୍ତି ଦେଇଛନ୍ତି । ସେହି ଶକ୍ତି ବଳରେ ମୁଁ ବଡ ବଡ ଅସାଧ୍ୟ ରୋଗକୁ ବହୁତ ସହଜରେ ଭଲ କରିଦେଇଥାଏ । ଏଥିପାଇଁ ଲୋକଙ୍କର ମୋ ଉପରେ ବହୁତ ବିଶ୍ବାସ ଓ ଭରଷା ରହିଛି । ଏହା ଛଡା କିଛି ଏପରି ଲୋକ ମଧ୍ୟ ରହିଛନ୍ତି । ଯେଉଁ ମାନେ ମୋତେ ଖରାପ ଭାବନ୍ତି । ମୋ ଶକ୍ତିକୁ ବୁଝି ନପାରି ମୋର ମଜାକ ଉଡାନ୍ତି । ତେବେ ସେମାନଙ୍କୁ ଏତିକି କହିବି ।

ଯେ ଲୋକ ବଞ୍ଚିଥିବା ବେଳେ ତାଙ୍କର ଭଲ ଗୁଣକୁ ସେମାନେ ଠିକରେ ବୁଝି ପାରୁନାହାନ୍ତି । ହେଲେ ଯେତେବେଳେ ଭଲ ଲୋକ ଏହି ଦୁନିଆରୁ ଚାଲିଯିବେ । ସେତେବେଳେ ଲୋକେ ତାଙ୍କର ପୂଜା କରିବେ । ମୋର ମଧ୍ୟ 2036 ରେ ମୃତ୍ୟୁ ହେବ । ମୃତ୍ୟୁ ଅର୍ଥାତ ମୋର ବିଲୀନ ହୋଇଯିବ । ହେଲେ ଭଗବାନ ଜଗନ୍ନାଥଙ୍କୁ ଆରାଧନା କରି ମୁଁ ଲୋକଙ୍କର ସେବାରେ ସବୁବେଳେ ନିଜକୁ ନିଯୋଜିତ କରିଆସିଛି ।  ଖବରର ଅପଡେଟ ପାଇବା ପାଇଁ ପେଜକୁ ଲାଇକ୍ କରିବା ସହ କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *