Malika Bachan- ଯାହା ଲେଖା ଥିଲା ତାହା ହିଁ ହେଲା…ଦେଖନ୍ତୁ କଣ କୁହେ ମାଳିକା ?

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ ଜଣେ ପୁଅ ଏବେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । କେରଳର କୁଚିଗଡାରେ ରହୁଥିବା ଟ୍ରାନ୍ସଜେଣ୍ଡର କପଲ ଜିଆ ଓ ଜୋହାନଙ୍କ ଘରକୁ ଖୁବ ଶୀଘ୍ର ଏକ ନୂଆ ଅତିଥି ଆସିବାର ସୂଚନା ଦେଇଥିଲେ  ।  ସେହି ନୂଆ ଅତିଥି ଆଉ କେହି ନୁହନ୍ତି ବରଂ ସେମାନଙ୍କର ପ୍ରଥମ ସନ୍ତାନ । ଏନେଇ ଉଭୟ ସୋସିଆଲ ମିଡିଆରେ ବାପା ଏବଂ ମାଆ ହେବାକୁ ଯାଉଛନ୍ତି ବୋଲି ପୋଷ୍ଟ କରିଥିଲେ ।

ଆଉ  ଯାହାକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା ହେଉଛି । ତେବେ ମିଡିଆ ରିପୋର୍ଟସ ଅନୁସାରେ ମାର୍ଚ୍ଚ ମାସରେ ସେମାନଙ୍କର ପ୍ରଥମ ସନ୍ତାନ ଦୁନିଆକୁ ଆସିବ ବୋଲି ଜିଆ ଓ ଜୋହାନ ଆଶା ରଖିଥିଲେ ହେଲେ ମାର୍ଚ୍ଚ ମାସ ନ ହେଉଣୁ ତାଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇ ସାରିଛି । ଆଉ ଏହାରି ମଧ୍ୟରେ ମାଳିକା ବିଶେଷଜ୍ଞ ଦିବାକର ଦାସଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଦର୍ଶକ ବନ୍ଧୁ ଏହି ଭିଡିଓକୁ ନେଇ ଏବେ ସବୁ ଆଡେ ଚର୍ଚ୍ଚା ଜୋର ଧରିଛି ଆଉ ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆଶାନୁ ଜାଣିବା ଏହି ଭିଡିଓ ବିଷୟରେ । ଦିବାକର ଦାସ କହିଛନ୍ତି-‘ମହାପୁରୁଷ ଅଚ୍ୟୁତାନନ୍ଦ କହିଥିଲେ କଳିଯୁଗରେ ସବୁ ଅସମ୍ଭବ ସମ୍ଭବ ହେବ ଆଉ ସବୁ ସମ୍ଭବ ଗୁଡିକ ଅସମ୍ଭବ ହୋଇଯିବ ।

ଏ କଥା ଆମେ କହୁନୁ ଏ କଥା ମହାପୁରୁଷ ନିଜେ ତାଙ୍କ ତାଳପତ୍ର ପୋଥିରେ ଲେଖି ଦେଇ ଯାଇଛନ୍ତି । ସେ ଲେଖିଛନ୍ତି ଯାହା ନ ଦେଖିଛୁ ନେତ୍ରରେ ତାହା ଦେଖିବୁ କର୍ଣ୍ଣ ନା ଶୁଣିଛି ଯାହା ତାହା ଶୁଣିବୁ । ତେବେ ଏ କଥା କହିବାର କାରଣ କଣ । କଳିଯୁଗରେ ଅସମ୍ଭବ ଗୁଡିକ ସମ୍ଭବ ହେଉଛି ଆଉ ସମ୍ଭବ ଗୁଡିକ ଅସମ୍ଭବ ହେଉଛି । ଆମେ ଆପଣଙ୍କୁ ସେହି କଥା କହୁଛୁ ଯାହା କେରଳରେ ଘଟିଛି କେରଳରେ ଜୋହାନ ନାମକ ଜଣେ ପୁରୁଷ ପ୍ରସାବ କରିଛି ଆଉ ପୁତ୍ର ସନ୍ତାନ ଜନ୍ମ ଦେଇଛି ।

ଯାହା ପୁରୁଷ ପୁତ୍ର ସନ୍ତାନ ଜନ୍ମ ଦେବା କଥା ଶିଶୁ ଅନନ୍ତ ତାଙ୍କ ମାଳିକାରେ ଲେଖିଥିଲେ । ସେ ଲେଖିଥିଲେ ତିନୋଟି କଥାରୁ ମିଳିବ ସଙ୍କେତ । ଗୋଟେ ବୃକ୍ଷ, ଗୋଟେ ପକ୍ଷୀ ଆଉ ପୁରୁଷ ଦେବ ସଙ୍କେତ । ତେଣୁ ଆଜି ସତ୍ୟ ହେଲା ମାଳିକା ଯାହା କେରଳ ରାଜ୍ୟରେ’ । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *