Malika Bachana- ଯାହା ଲେଖା ଥିଲା ତାହା ହିଁ ଘଟୁଛି ଆଜି, ଭାରତକୁ ନେଇ କଣ ଲେଖା ଅଛି ମାଲିକାରେ ? ଦେଖନ୍ତୁ କହୁଛନ୍ତି ବାବା ଦିବାକର ଦାସ

ବନ୍ଧୁଗଣ, କଥାରେ ଅଛି “ମାଳିକା ବଚନ କେ କରିବା ଆନ” । ଏହା କେବଳ ଏକ କଥା ନୁହେଁ ଏହା ନିରାଟ ସତ୍ୟ ଅଟେ । ତେବେ ମାଳିକା ବଚନ ସମ୍ବନ୍ଧରେ କ’ଣ କହିଛନ୍ତି ବାବା ଦିବାକର ଦାସ ଆସନ୍ତୁ ଜାଣିନେବା । ବାବା କହିଛନ୍ତି ଯେ ଆଜି ଦେଶରେ ଭୟଙ୍କର ସ୍ଥିତି । ଆଜି ଯେଉଁଭଳି ଭାବରେ ବୋମା ପିସ୍ଫୋରଣ ହେଉଛି ତଥା ରୁଷ ୟୁକ୍ରେନ ର ଯୁଦ୍ଧ । ଏହି ଯୁଦ୍ଧ କଥା ମହାପୁରୁଷ ଅଚ୍ୟୁତ ଲେଖିଥିଲେ । ମହାପୁରୁଷ ଅଚ୍ୟୁତ କହିଛନ୍ତି ଯେ କଳିଯୁଗ ର ଏହା ହେଉଛି ଶେଷ ଯୁଦ୍ଧ ।

ଆଉ ଯେଉଁ ମହାପୁରୁଷ ଙ୍କର ୬୦୦ ବର୍ଷ ତଳେ ତାଳପତ୍ର ପୋଥିରେ ଲେଖା ହୋଇଥିଲା । ଆଉ ଯେଉଁ ଯୁଦ୍ଧ ଆସ୍ତେ ଆସ୍ତେ ଭୟଙ୍କର ରୂପ ନେବ । ଏବଂ ପରିସ୍ଥିତି ରେ ଅନେକ ଦେଶ ମଧ୍ୟ ମାନଚିତ୍ର ରୁ ଊଭେଇ ଯିବ । ମହାପୁରୁଷ ଅଚ୍ୟୁତା ନନ୍ଦ କଣ ସେଇ ପଦ କୁ ଲେଖିଥିଲେ ଦେଶ ଦେଶ ମଧ୍ୟରେ ଭୟଙ୍କର ଯୁଦ୍ଧ ହେବ ଆଜି ଯେଉଁଭଳି ଭାବରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଭୟଙ୍କର ଯୁଦ୍ଧ ଚାଲିଛି ।

ମହାପୁରୁଷ କହିଛନ୍ତି ଯେ “କଳିଶେଷ ବୋଲି ଜାଣିଥା ପ୍ରମାଣ ବାବୁ ରାମଦାସ ତୁହି, ଦେଶ ଦେଶ ମଧ୍ୟେ ଘୋର ଯୁଦ୍ଧ ହେବ ଦିନ ଅଚ୍ୟୁତ କହଇ” । ଆଜି ଆମ୍ଭେ ଦେଖୁଛେ ଦେଶ ଦେଶ ମଧ୍ୟରେ ଯୁଦ୍ଧ ମାତ୍ର ମାଳିକା ରେ ଅଚ୍ୟୁତ ଏହାକୁ ୬୦୦ ବର୍ଷ ତଳେ ଲେଖିଥିଲେ । “ନ ମିଳିବ ଜଳ ନମିଳିବ ଧନ ଭୟରେ ଥରିବେ ଜନ, ପୋକ ମାଛି ପରି ଲୋକେ ଯେ ମରିବେ ନ ହୋଇବ ବାକ୍ୟ ଆନ” ।

ଆଜି ଆପଣ ମାନେ ଦେଖୁଛନ୍ତି ଯେ ସେଠିକାର ଲୋକେ ଖାଇବାକୁ ନ ପାଇ ଲୋକେ ଭୟରେ ଥରୁଛନ୍ତି । ଏବଂ ଏ ଅଡୁଆ ତୁଟିବ କେବେ ? ମହାପୁରୁଷ ତାହା ମଧ୍ୟ କହିଛନ୍ତି, “ଭାରତ ମଧ୍ୟସ୍ଥି ଯେବେ ହୋଇବ, ସର୍ବ ଅଡୁଆ ଯେ ତୁଟିଣ ଯିବ” । ଅର୍ଥାତ ଯେବେ ଭାରତ ମଧ୍ୟସ୍ଥି ହେବ ସେତେବେଳେ ଅନେକ ଦେଶ ମଧ୍ୟରେ ବିବାଦ ତୁଟିଯିବ ବୋଲି ମହାପୁରୁଷ କହିଛନ୍ତି । କାରଣ ବାରମ୍ବାର ଯୁଦ୍ଧ କଥା ଯେଉନଭଳି ଭାରତ ଏବଂ ଚୀନ ର ଯୁଦ୍ଧ କଥା ମହାପୁରୁଷ ଲେଖିଥିଲେ ଯେ “ବିଶ୍ଵାସ ଘାତକ ଅଟଇ ସିନା, ସର୍ବ ଚୁଟି କାଟିଦେବ ସେ ବେଳେ ସିନା” ।

ପୁନଶ୍ଚ ମହାପୁରୁଷ କହିଥିଲେ, “ସର୍ବମିଆ ଦେଶ ଏକାଠି ହେବେ, ଭାରତ ସହିତ ଯୁଦ୍ଧ କରିବେ” । ଏହା ଗୋଟିଏ ପରେ ଗୋଟିଏ ଦେଖନ୍ତୁ ସତ୍ୟ ହେବାରେ ଲାଗିଛି । ମାଳିକା ଗୋଟିଏ ପରେ ଗୋଟିଏ ମୁକ୍ତି । ମାନିଲେ ମୁକ୍ତି ଏବଂ ନ ମାନିଲେ ଧ୍ଵଂସ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *