ଯାହା କେବଳ ବଢିଥାଏ, କେବେବି କମିନଥାଏ… ତାହା କଣ ? Funny Quiz

ବନ୍ଧୁଗଣ ହସ ମଜାଳିଆ କଥା କାହାକୁ ଅବା ଭଲ ଲାଗିନଥାଏ । ତେବେ ସେହିପରି କିଛି ମଜାଳିଆ ଓଡିଆ ଢଗ ଢମାଳୀ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇକି ଆସିଛି । ଯାହାକୁ ଆପଣ ପଢି ନିଜର ମନୋରଞ୍ଜନ କରିପାରିବେ । ତେବେ ଓଡିଆର ଏହି ଚତୁର ତଥା ମଜାଳିଆ ଢଗଢମାଳି ମାଧ୍ୟମରେ ଆପଣ କେତେ ଜ୍ଞାନ ଏଥିରୁ ପାଇ ପାରିବେ । ତେବେ ବନ୍ଧୁଗଣ ଆଉ ବିଳମ୍ବ ନକରି ଚାଲନ୍ତୁ ସେହି ସବୁ ରୋଚକପୂର୍ଣ୍ଣ ଢଗଢମାଳୀ ବିଷୟରେ ଆଲୋଚନା କରିବା ।

1- ଯାହା କେବଳ ବଢିଥାଏ । କେବେବି କମିନଥାଏ । ତାହା କଣ ?

ଉତ୍ତର;- ବୟସ ।

2- ତାହା କଣ ଯାହା ତଳ ଉପର ହୋଇଥାଏ କିନ୍ତୁ ହଲି ନଥାଏ ?

ଉତ୍ତର;- ତାପମାତ୍ରା ।

3- ମୁଁ ଆଲୋକ ଦ୍ଵାରା ବଞ୍ଚିଥାଏ । ଆଲୋକ ଦ୍ଵାରା ହିଁ ମରିଥାଏ । ମୁଁ କିଏ ?

ଉତ୍ତର;- ଛାଇ ।

4- ତାହା କଣ ଯାହାକୁ କେବଳ ବାମ ହାତରେ ଧରି ହୁଏ ଡାହାଣ ହାତରେ ନୁହେଁ ?

ଉତ୍ତର;- ଡାହାଣ ହାତ ।

5- କାଦୁଅରେ ଗଡପଡା ଆଠ ଗୋଟି ଗୋଡ ତାର ଦୁଇ ଗୋଡ ପାଙ୍କୁଡା । ତାହା କଣ ?

ଉତ୍ତର;- କଙ୍କଡା ।

6- ଯଦି ଗୋଟିଏ ଅଣ୍ଡା ସିଝିବା ପାଇଁ 10 ମିନିଟ ନିଏ, 10 ଟି ଅଣ୍ଡା ସିଝିବା ପାଇଁ କେତେ ସମୟ ନେବ ?

ଉତ୍ତର;- 10 ମିନିଟ ।

7- ତାହା କଣ ଯାହା ମେଡିକାଲରେ ପଇସା ଦେବାକୁ ପଡେ । କିନ୍ତୁ ବାହାରେ ମାଗଣାରେ ମିଳେ ?

ଉତ୍ତର;- ଅକ୍ଷିଜେନ ।

8- କିଏ ପ୍ରଥମେ ଗୀତ ଶୁଣାଏ । ତାପରେ ଆକ୍ରମଣ କରେ । ସେ କିଏ ?

ଉତ୍ତର;- ମଶା ।

9- କଣ ସବୁବେଳେ ଆସେ । ହେଲେ କେବେ ପହଞ୍ଚେ ନାହିଁ ?

ଉତ୍ତର;- ଆସନ୍ତା କାଲି ।

10- ତାହା କଣ ଯାହା ବର୍ଷରେ ଥରେ, ମାସରେ 2 ଥର, ସପ୍ତାହରେ 3 ଥର, ଦିନରେ 5 ଥର ଆସିଥାଏ ?

ଉତ୍ତର;- F ଅକ୍ଷର ।

11- ଖରା ଦେଖିକି ମୁଁ ଆସିଥାଏ, ଛାଇ ଦେଖିକି ମୁଁ ଲୁଚିଯାଏ, ପବନ ଛୁଇଁଲେ ମୋତେ ମୁଁ ଲାଜେ ଲାଜେ ମରିଯାଏ । ମୁଁ କିଏ ?

ଉତ୍ତର;- ଝାଳ ।

ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ପୋଷ୍ଟଟି ଭଲ ଲାଗିଥିଲେ ଆମ ପେଜକୁ ଲାଇକ୍ ଓ ଶେୟାର କରିବା ସହ ଆଗକୁ ଏହିଭଳି ମଜାଳିଆ ତଥା ଚତୁର ପ୍ରଶ୍ନ ସହ ଉତ୍ତର ଜାଣିବା ପାଇଁ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *