Malika Bachana- ଯାହା କହିଥିଲୁ ତାହାହିଁ ହେଲା.. ଦେଖନ୍ତୁ 2023 ମସିହାକୁ ନେଇ କଣ କହୁଛି ମାଳିକା (Baba Dibakara Das)

ଦର୍ଶକ ବନ୍ଧୁ ମାଳିକା ବଚନକୁ ନେଇ ଲୋକ ମାନଙ୍କ ମନରେ ଭିନ୍ନ ଭିନ୍ନ ଧାରଣା ରହିଛି । ଭବିଷ୍ୟତରେ କଣ ସବୁ ଘଟିବାର ଅଛି ସେସବୁ ମାଳିକାରେ ଲେଖା ଅଛି । ତେବେ ମାଳିକାରେ ଗୋଟେ ଭଲ କଥା ଲେଖା ହେବା ବେଳେ ଗୋଟେ ଖରାପ କଥା ବି ଲେଖା ହେଇଛି । ତେଣୁ ଅନେକ ଲୋକ ମାଳିକାକୁ ବିଶ୍ଵାସ କରିଥାନ୍ତି । ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ମାଳିକା ବିଶେଷଜ୍ଞ ବାବା ଦିବାକର ଦାସଙ୍କୁ ନିଶ୍ଚୟ ଜାଣିଥିବେ ।

ମାଳିକାକୁ ନେଇ ବାବା ଅନେକ ବାଣୀ ଦେଇ ସାରିଛନ୍ତି । ଆଉ ଏହାରି ମଧ୍ୟରେ ବାବା ଆଉ ଏକ ବଡ ଭବିଷ୍ୟବାଣୀ କରିଛନ୍ତି ଯାହା ମାଳିକାରେ ବର୍ଣ୍ଣିତ ରହିଛି । ତେବେ ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବାବା ଦିବାକର ଦାସ କହିଛନ୍ତି-‘2023ରେ ଶ୍ରୀପଦରୁ ଅମୃତ ଝରିବ ଭକ୍ତ ବନ୍ଧୁ । ତେବେ କେଉଁଠୁ ଝରିବ କେଉଁ ଜାଗାରେ ଏଭଳି ହେବ ମୁଁ ଆପଣ ମାନଙ୍କୁ କହିବି । ଏ କଥା ମାଳିକାରେ ଲେଖା ଅଛି ଆଉ ଏହା ଏବେ ଘଟିନି ଏହା ଘଟିବ 2023ରେ ଆଉ ତାହାବି ଫଗୁଣ ଦଶମୀର ସେ ତିଥିରେ । ମାଳିକାରେ ଲେଖା ହୋଇଛି ସତ୍ୟରେ ସାଦନା ପୀଠ ଯଇଁ ରହି ଥିବେ ଓଲଟ ବଟ ।

ତେବେ ଓଲଟ ବଟ ହେଉଛି ଦେବଗଡ ମାଟି ଯେଉଁ ଜାଗାରେ ବୀର ହନୁମାନ ଜଗି ଥିବେ । ପାର୍ଶ୍ଵରେ ଅନନ୍ତ ଝର ବୋହୁ ଥିବ । ମାଳିକାରେ ଲେଖା ଅଛି 2023 ମସିହାରେ ସେଇଠି ବିଶାଳ କାୟ ଯଜ୍ଞର ଶୁଭାରମ୍ଭ ହେବ । ଆଉ ଯେଉଁ ଯଜ୍ଞର ଆରମ୍ଭରେ ଶ୍ରୀପଦରୁ ଅମୃତ ଝରିବ । ମହା ପ୍ରଭୁଙ୍କର କରୁଣା ଶ୍ରୀପଦରୁ ହିଁ ଝରିବ ଆଉ ଶ୍ରୀପଦରୁ ହିଁ ସେଇଠି ମୁକ୍ତି ବଣ୍ଟନ କରାଯିବ ।

ଇଏ ଭବିଷ୍ୟ ନିଦାନ ଗ୍ରନ୍ଥ ଲେଖା ହୋଇଛି । ଭକ୍ତ ବନ୍ଧୁ ଏହି ଅମୃତ ଯଜ୍ଞ ନିକଟତର ହୋଇ ଆସୁଛି 2023 ଆଉ ସେ ସମୟ କେତେବେଳେ ହେଇଥିବ ଗୋଟେ ସୁନ୍ଦର ଭାବରେ କହିଛନ୍ତି ମହା ପୁରୁଷ । ମୀନ ସମୀର ସଂଯୋଗ ସମୟରେ ସେ ଜାଗାରେ ମହା ଯଜ୍ଞ ଅନୁଷ୍ଠିତ ହେବ’ । ତା ହେଲେ ଦର୍ଶକ ବନ୍ଧୁ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ତେବେ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *