ଦର୍ଶକ ବନ୍ଧୁ ଗତ କାଲି ଥିଲା ମହା ଶିବରାତ୍ରି । ପ୍ରତି ବର୍ଷ ସମସ୍ତ ଭକ୍ତ ଗଣ ଶିବରାତ୍ରି ଦିନ ଉପବାସ ବ୍ରତ ପାଳନ କରିଥାନ୍ତୁ ଆଉ ଭଗବାନ ଶିବଙ୍କ ଭକ୍ତିରେ ଲୀନ ହୋଇଯାନ୍ତି । ତେବେ ଶିବରାତ୍ରିରେ ମୃତ୍ୟୁ ସହ ଲଢୁଛନ୍ତି ଓଡିଆ ଅଭିନେତା ପିଣ୍ଟୁ ନନ୍ଦ । ଆଉ ଶିବ ରାତ୍ରିରେ ସେ ମୃତ୍ୟୁର ଭିକ୍ଷା ମାଗୁଛନ୍ତି । ଆପଣଙ୍କୁ ଏ କଥା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ । ସେ କହିଛନ୍ତି, ମୋ ନାଁରେ ଯେଉଁ ଭଳି ଭାବରେ ଭିକ ମଗା ଯାଉଛି,
ମୋ ନାଁରେ ଯେଉଁ ଭଳି ଭାବରେ କିଛି ଲୋକ ରାଜନୀତି କରୁଛନ୍ତି ଆଉ ଅପ ପ୍ରଚାର କରାଯାଉଛି ଯେଉଁଠି ଲୋକ ମାନେ ଥାଳି ଧରି ମୋ ନାଁରେ ଭିକ ମାଗୁଛନ୍ତି ଏସବୁ ଦେଖିବା ମୋ ଦ୍ଵାରା ସମ୍ଭବ ନୁହେଁ । ଏମତି ଜୀବନ ବଞ୍ଚିବା ଅପେକ୍ଷା ମରିଯିବା ଭଲ । ମହା ଶିବରାତ୍ରି ଦିନ କାହିଁକି ପିଣ୍ଟୁ ନନ୍ଦଙ୍କ ଜିଭ ଲେଉଠିଛି ଏଭଳି କଥା କହିବା ପାଇଁ ।
ଏହାର କାରଣ ସ୍ପର୍ଷ୍ଟ ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଯେଉଁ ଭଳି ଭାବରେ ପିଣ୍ଟୁ ନନ୍ଦଙ୍କ କାନ୍ଧରେ ବ-ନ୍ଧୁ-କ ରଖି କିଛି ବ୍ୟକ୍ତି guli ଚଳାଇ ଚାଲି ଛନ୍ତି ଆଉ ଯେଉଁ ଭଳି ଭାବରେ କିଛି ଗଣ ମାଧ୍ୟମରେ ଏହାକୁ ନେଇ ଅପ ପ୍ରଚାର କରାଯାଉଛି ଏସବୁକୁ ଦେଖି ହାତ ଟେକି ଦେଇଛନ୍ତି ପିଣ୍ଟୁ ନନ୍ଦ । ଆଉ ସେ କହିଛନ୍ତି ଏଭଳି ଜୀବନ ଅପେକ୍ଷା ମ-ରି-ଯିବା ଭଲ ।
ଯେଉଁ ପିଣ୍ଟୁ ନନ୍ଦଙ୍କୁ ବଞ୍ଚେଇବା ପାଇଁ ସମସ୍ତେ ଆଜି ଏକାଠି ହୋଇଛନ୍ତି କାହିଁକି ଆଜି ପିଣ୍ଟୁ ନନ୍ଦଙ୍କୁ ବାଧୂଛି ଏସବୁ କଥା । ପିଣ୍ଟୁ ନନ୍ଦ ଚାହିଁ ଛନ୍ତି ତାଙ୍କ ଜୀବନ ଗୋଟେ ସ୍ଵାଭିମାନ ଢଙ୍ଗରେ ବଞ୍ଚିବା ପାଇଁ । ନିଜ ଜୀବନରେ ସେ ଅନେକ ସଂଘର୍ଷ କରିଛନ୍ତି ଅନେକ ପରିଶ୍ରମ କରିଛନ୍ତି । ଯାହାଫଳରେ ସେ ଓଡିଆ ଇଣ୍ଡଷ୍ଟ୍ରିରେ ନିଜର ନାଁ ବି ତିଆରି କରି ପାରିଛନ୍ତି ।
ଆଜି ଯେତେବେଳେ ତାଙ୍କ ଦେହ ଖରାପ ହେଇ ଯାଇଛି ଆଉ ତାଙ୍କ ପାଇଁ ଅର୍ଥ ବାଧକ ସାଜିଛି ସେ କେବଳ ଚାହୁଁ ଛନ୍ତି ଆପଣ ମାନଙ୍କର ସୋଇଛାରେ କରା ଯାଇଥିବା ସାହାର୍ଯ୍ୟ । ସେହି ଭିକ ଶବ୍ଦଟି ତାଙ୍କୁ ବାରମ୍ବାର ବାଧୂଛି । ତେଣୁ ଲୋକ ମାନଙ୍କୁ ଏଭଳି ତାଙ୍କ ନାଁ ନେଇ ଭିକ ମାଗିବାକୁ ସେ ମନା କରିଛନ୍ତି ତାଙ୍କ ଅଡିଓ କଲ୍ ରେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।