“ଯଦି ଜୁନ 9 ତାରିଖରେ ନବୀନ ବାବୁ ଶପଥ ନନିଅନ୍ତି ,ତାହେଲେ ମୁଁ ରାଜନୀତି ଛାଡ଼ିଦେବି” Kartik Pandiyan

ମୁଁ ରାଜନୀତି ଛାଡିଦେବି, ଯଦି ନବୀନ 9 ରେ ଶପଥ ନନେବେ । ହଁ ଆଜ୍ଞା ଏଭଳି କିଛି ମନ୍ତବ୍ୟ ବିଜେଡି ସଭାରେ ରଖିଛନ୍ତି କାର୍ତ୍ତିକ ପାଣ୍ଡିୟାନ । ତେବେ କାର୍ତ୍ତିକ ପାଣ୍ଡିୟାନଙ୍କ କହିବା ଅନୁସାରେ ଜୁନ 9 ତାରିଖରେ ବିଜେଡି ତିନି ଚତୁର୍ଥାଂଶରୁ ଅଧିକ ଆସନରେ ବିଜୟ ହାସଲ କରି ମାନ୍ୟବର ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ଓଡିଶାରେ ମୁଖ୍ୟମନ୍ତ୍ରୀ ହେବେ । ଯଦି ଏହା ସତ ନହୁଏ । ତେବେ ମୁଁ ରାଜନୀତିରୁ ସବୁଦିନ ପାଇଁ ସନ୍ୟାସ ନେଇଜିବି । ମୋତେ ରାଜନୀତିରେ ଆଉ କେହି ମଧ୍ୟ ଦେଖିବାକୁ ପାଇବେ ନାହିଁ ।

ମୁଁ ଯାହା କହୁଛି ସେଇଆ ହିଁ କରିବି । ହେଲେ ଯଦି ବିଜେପି ଓଡିଶାରେ କ୍ଷମତାକୁ ନସେ । ତେବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜନୀତିରୁ କଣ ସନ୍ୟାସ ନେବେ କି ! ତେବେ ବିଜେଡିର ଏକ ସଭାରେ ଏଭଳି କିଛି ଟାର୍ଗେଟ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କହିଛନ୍ତି କାର୍ତ୍ତିକ ପାଣ୍ଡିୟାନ । ତେବେ ଆଗକୁ ଗଣତନ୍ତ୍ରର ସବୁଠାରୁ ବଡ ପର୍ବ ନିର୍ବାଚନ ପର୍ବ ପାଖେଇ ଆସୁଥିବାରୁ ରାଜ୍ୟ ରାଜନୀତିରେ ମାହୋଲ ପୁରା ସରଗରମ ହୋଇ ଉଠିଛି ।

ତେବେ ଏହାରି ସବୁ ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନ ବିଜେଡିକୁ ଟାର୍ଗେଟ କରୁଥିବା ବେଳେ ବିଜେପିକୁ ଏଭଳି କିଛି କଥା କହି ଶାଣିତ ଆକ୍ରମଣ କରିଛନ୍ତି କାର୍ତ୍ତିକ ପାଣ୍ଡିୟାନ । ତେବେ କାର୍ତ୍ତିକ ପାଣ୍ଡିୟାନ କହିଛନ୍ତି । ଯେ ବହୁତ ଲୋକ ମୋତେ ଅନେକ ପ୍ରକାର ଇଆଡୁ ସିଆଡୁ ନାମ ଦେଇ ମୋତେ ଡାକନ୍ତି । ହେଲେ ସେ ଯାହା ବି ହେଉ । ମୁଁ ସବୁବେଳେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶ ଅନୁସାରେ ବିନମ୍ରତାର ସହ କାର୍ଯ୍ୟ କରି ଆସିଛି ।

ତେବେ ଆସନ୍ତା ଜୁନ 9 ତାରିଖରେ ଯଦି ଆମର ପ୍ରିୟ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନନିଅନ୍ତି । ତେବେ ମୁଁ ରାଜନୀତିରୁ ସଂପୂର୍ଣ୍ଣ ଭାବେ ସନ୍ୟାସ ନେଇଜିବି । ତେଣୁ ଓଡିଶାବାସୀ ନିଜେ ବିଚାର କରିବେ। ଯେଉଁ ଲୋକ ଆପଣଙ୍କ ପାଇଁ ଦୀର୍ଘ ଏତେ ବର୍ଷ ଧରି କାମ କରି ଆସୁଛନ୍ତି । ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିହ୍ନ ଶଙ୍ଖ ଚିହ୍ନରେ ଭୋଟ ଦେଇ ତାଙ୍କୁ ଆଶ୍ରୀବାଦ କରନ୍ତୁ । ତେବେ ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *