କଣ ହେବ ଯଦି ଆପଣ ପୁରା ଦିନ କେବଳ ଗରମ ପାଣି ହିଁ ପିଇବେ ? ନିଶ୍ଚୟ ଜାଣି ରଖନ୍ତୁ (Health Tips)

ନମସ୍କାର ବନ୍ଧୁଗଣ ତେବେ କୁହାଯାଏ କି ଜଳ ଅମୃତ ସହ ସମାନ ଅଟେ ଆମ ଶରୀରରେ ୭୦ ପ୍ରତିଶତ ଜଳ ମିଳିଥାଏ । କେବଳ ଏତିକି ନୁହେଁ । ଜଳ ଆମ ଚର୍ମକୁ କୋମଳ ଏବଂ ଉଜ୍ଜ୍ୱଳ କରିଥାଏ ଏବଂ ଆମକୁ ଅନେକ ରୋଗରୁ ମଧ୍ୟ ଦୂରେଇ ରଖିଥାଏ । କୁହାଯାଏ ଯେ ପାନୀୟ ଜଳ ଯୋଗୁଁ ଆମେ ଦୈନନ୍ଦିନ ଜୀବନରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ସହିତ ଅନେକ ରୋଗକୁ ଭଲ କରିପାରିବା ।


ତେବେ ବନ୍ଧୁମାନେ କଣ ଆପଣ ଜାଣନ୍ତି ସକାଳୁ ଉଠି ଖାଲି ପେଟ ରେ ଉଷୁମ ପାଣି ପିଇବାର ଫାଇଦା କଣ କଣ ଆମ ଶରୀର କୁ ମିଳିଥାଏ ?  ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ତେବେ ଆସନ୍ତୁ ତାର ଫାଇଦା ବିଷୟ ରେ ଆଲୋଚନା କରି ନେବା । ତେବେ ସୁସ୍ଥ ରହିବା ପାଇଁ ଆପଣ ଗରମ ପାଣି ପିଇ ପାରିବେ । ତେବେ ଉଷୁମ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।

ଏହା ଶରୀରକୁ ସଂପୂର୍ଣ୍ଣ ଡିଟକ୍ସ କରି ଥାଏ । ଏହା ସହ ସକାଳୁ ଉଠି ଗରଣ ପାଣି ପିଇବା ଦ୍ୱାରା ହଜମ ପ୍ରକ୍ରିୟା ଭଲ ରହିଥାଏ । ଫଳରେ ଖୁବଶୀଘ୍ର ରୋଗ ଆପଣଙ୍କୁ ହୋଇନଥାଏ । ଏହା ସହିତ ପେଟକୁ ସପା ରଖିବା ସହ କୋଷ୍ଠକାଠିନ୍ୟ ଭଳି ସମସ୍ୟା ଦୂର ହୋଇଥାଏ । ତା ସହ ଆପଣ ପତଳା ହେବା ପାଇଁ ବହୁ ପ୍ରକାରର ଚେଷ୍ଟା କରୁଥିବେ ଯୋଗ,ପ୍ରାଣାୟମ, ଜିମ ମଧ୍ୟ ଯାଉଥିବେ ।


କିନ୍ତୁ ସବୁଠାରୁ ସହଜ ଉପାୟ ହେଉଛି ଆପଣ ପ୍ରତିଦିନ ସକାଳୁ ଉଠି ଉଷୁମ ପାଣିର ସେବନ କରନ୍ତୁ ଏହା ଦ୍ୱାରା ଆପଣଙ୍କ ଅଯଥା ଚର୍ବି ହ୍ରାସ ପାଇଥାଏ ଏଵଂ ଆପଣ ଙ୍କ ଓଜନ ମଧ୍ୟ କମି ଯାଇଥାଏ । ପ୍ରତିଦିନ ସକାଳେ ଗରମ ପାଣି ପିଇବା ଦ୍ୱାରା ସ୍ନାୟୁ ପ୍ରଣାଳୀରେ ଥିବା ଚର୍ବି ହ୍ରାସ ପାଏ ଓ ରକ୍ତ ସଞ୍ଚାଳନରେ ଉନ୍ନତି ଆସିଥାଏ । ଏହା ଛଡା ଗରମ ପାଣି ପିଇବା ଦ୍ୱାରା ଗଣ୍ଠି ମଜଭୁତ ହୋଇଥାଏ ଏବଂ ଗଣ୍ଠି ଦରଜ କମିଥାଏ ।

ସେହିପରି ଥଣ୍ଡା ଓ ଗଳା ଜନିତ ସମସ୍ୟା ଭଲ ହୋଇଥାଏ ଏବଂ ଏହି ଗରମ ପାଣି ଆମ କେଶ ତଥା ତ୍ୱଚା ପାଇଁ ମଧ୍ୟ ବହୁତ ଭଲ ତେବେ ଏହା ଦ୍ୱାରା ମୁଖରେ ବ୍ରଣ କିମ୍ବା କୌଣସି ଅନ୍ୟ ସମସ୍ୟା ମଧ୍ୟ ଦେଖାଯାଏ ନାହିଁ । ତେବେ ଏହି ଲେଖାଟି କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *