ଖୁସି ଖବର ! ଏଣିକି ବର୍ଷ କୁ ମିଳିବ 100 ଦିନର ଛୁଟି, ଦେଖନ୍ତୁ କେଉଁ ମାନଙ୍କୁ ମିଳିବ ଏମିତି ସୁବିଧା ?

ବନ୍ଧୁଗଣ, ଯବାନ ଙ୍କ ପାଇଁ ଖୁସି ଖବର ଏଣିକି ବର୍ଷକୁ ମିଳିବ ୧୦୦ ଦିନର ଛୁଟି । ଭାରତୀୟ ଯବାନ ଙ୍କ ପାଇଁ ବଡ ଖବର । ଏଣିକି ସେମାନଙ୍କୁ ବର୍ଷ କୁ ୧୦୦ ଦିନର ଛୁଟି ମିଳିପାରେ । ନକସଲ ଦମନ ଏବଂ ଆତଙ୍କବାଦୀ ଦମନ ସହିତ ଯେଉଁ ଯବାନ ମାନେ ଭିଭିଆଇପି ଏବଂ ଭିଆଇପି ଙ୍କ ସୁରକ୍ଷା ରେ ନିୟୋଜିତ ଅଛନ୍ତି । ସେମାନଙ୍କୁ ୧୦୦ ଦିନର ଛୁଟି ଦେବାକୁ ଚିନ୍ତା କରୁଛନ୍ତି କେନ୍ଦ୍ର ସରକାର ।

କେନ୍ଦ୍ର ଗୃହ ମନ୍ତ୍ରୀ ଅମିତସାହ ପ୍ରସ୍ତୁତ କରିଥିବା ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ CAPF ଯବାନ ମାନଙ୍କୁ ବର୍ଷ କୁ ଅତି କମରେ ୧୦୦ ଦିନ ଅତି କମରେ ସେମାନଙ୍କୁ ସମୟ କାଟିବାକୁ ମିଳିବ । ପୂର୍ବରୁ ମିଳୁଥିଲା ୭୫ ଦିନ, ଏବେ ମିଳିବ ୧୦୦ ଦିନ । ଭାରତୀୟ ସେନା ରେ ଯେଉଁ ମାନେ କାର୍ଯ୍ୟରତ ଅଛନ୍ତି, ସେମାନେ ପୂର୍ବରୁ ୭୫ ଦିନର ଛୁଟି ପାଉଥିଲେ । ମାତ୍ର ବର୍ତ୍ତମାନ ସେମାନଙ୍କୁ ଆଉ ଅଧିକ ୨୫ ଦିନର ଛୁଟି ମିଳିବାକୁ ଯାଉଅଛି । ଅର୍ଥାତ ୭୫ ଦିନ ବଦଳରେ ସେମାନେ ନିଜ ଘରେ ବର୍ତ୍ତମାନ ୧୦୦ ଦିନ ରହିବାର ପାଇ ପାରିବେ ସୁଯୋଗ ।

ଯେଉଁ ଯବାନ ମାନେ ଦୁର୍ଗମ ଅଞ୍ଚଳରେ କାର୍ଯ୍ୟରତ ଅଛନ୍ତି, ସେମାନଙ୍କୁ ଦିନକୁ ୭୫ ଦିନ ମଧ୍ୟ ଛୁଟି ମିଳୁନି । ଏଣୁ ସବୁ ଦିଗକୁ ନଜରରେ ରଖି କେନ୍ଦ୍ର ସରକାର ଏହିଭଳି ନିଷ୍ପତ୍ତି ନେଇଥିବା କୁହାଯାଇଅଛି । ମିଳିଥିବା ସୂଚନା ଅନୁଯାୟୀ ଯବାନ ଙ୍କ ମାନସିକ ଚାପ କୁ ହ୍ରାସ କରିବା ନିମନ୍ତେ ଏହି ନିଷ୍ପତ୍ତି ନିଆଯାଉଅଛି ବୋଲି କୁହାଯାଉଅଛି ।

ଯଦି କେନ୍ଦ୍ର ସରକାର ଏହି ନିୟମ ଲାଗୁ କରୁଛନ୍ତି ତେବେ ଦେଶ ର ପ୍ରାୟ ୧୦ ଲକ୍ଷ ଯବାନ ଉପକୃତ ହେବେ ବୋଲି କୁହାଯାଉଅଛି । ତେବେ ଜଣେ ବରିଷ୍ଠ CAPF ଅଧିକାରୀ କହିଛନ୍ତି ଯେ ଆସନ୍ତା ମାସରେ ଗୃହ ମନ୍ତ୍ରାଳୟ ଏହି ବାବଦରେ ଚୁଡାନ୍ତ ନିଷ୍ପତ୍ତି ନେଇ ପାରିବେ । ସେପଟେ ନିକଟରେ ସେଣ୍ଟ୍ରାଲ ଲିଜର ପୋଲିସଫୋର୍ସ ର ମହା ନିର୍ଦ୍ଧେଶକ ଜେନେରାଲ କୁଳଦୀପ ସିଂହ ମଧ୍ୟ କହିଥିଲେ ଏହି ପ୍ରସଙ୍ଗ ରେ ଆଲୋଚନା ଜାରି ରହିଅଛି ।

ଅଧିକାରୀ ମାନେ କହିଛନ୍ତି ଯେ ୧୦୦ ଦିନିଆ ଛୁଟି ଦିନର ଏହି ଯୋଜନା ରେ ଯବାନ ମାନଙ୍କୁ ସେମାନଙ୍କ ସହର ନିକଟସ୍ଥ କିମ୍ବା ସେମାନଙ୍କ ପରିବାର ରହୁଥିବା ସ୍ଥାନରେ ପୋଷ୍ଟିଂ କରାଯାଇପାରେ । ଏହି ପ୍ରସ୍ତାବ ରେ ଆସାମ ରାଇଫଲ୍ସ ଏବଂ ଇଣ୍ଡିଆନ ଯବାନ ମାନଙ୍କୁ ମଧ୍ୟ ସାମିଲ କରାଯିବ । ବନ୍ଧୁଗଣ ଏହି ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *