ଯବାନଙ୍କ ହାତକୁ ମାରିଥିଲା ଗୁଳି, ତଥାପି ଲଢିଲେ, ଇଟାର ଜବାବ ଦେଲେ ପଥରରେ, ଆଉ ଗଡିଲା ଦାସୁରୁର ମୁଣ୍ଡ…

ଯାହାକୁ ଖୋଜୁଥିଲେ ଯବାନ ତାହାର ଗଡିଛି ମୁଣ୍ଡ ! ତେବେ ଖବର ମୁତାବକ ଏକ କୁକ୍ଷାତ ମାଓବାଦୀଙ୍କୁ ଧରିବା ପାଇଁ 5 ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା କରାଯାଇଥିଲା। ଲୁଚି ଲୁଚି ଷଡଯନ୍ତ୍ର କରୁଥିବା ସେହି ଦୁର୍ଦ୍ଧାନ୍ତ ଅପରାଧୀକୁ ପୋଲିସ ପ୍ରଶାସାନ ପକ୍ଷରୁ ପୁରଷ୍କାର ରାଶି ଘୋଷଣା କରାଯାଇଥିଲା । ତେବେ ଗତ ଶନିବାର ରାତିରେ ବାଲିଗୁଡା ଥାନା ଅନ୍ତର୍ଗତ ସୁଦୁରା ପଂଚାୟତ ଏକ ଗ୍ରାମରେ ସୁରକ୍ଷା ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।

ଯାହା ଫଳରେ ମାଓସଂଗଠନର ଜଣେ ମାଓବାଦୀ ଦାସୁରର ମୁଣ୍ଡ ଗଡିଛି । ଜଙ୍ଗଲ ଭିତରେ ଘୁରି ଘୁରି ଏ ରାଜ୍ୟରୁ ସେ ରାଜ୍ୟକୁ ଏହି ମାଓବାଦୀ ଜଣଙ୍କ ଘୁରି ବୁଲୁଥିଲା । ଆଉ ଲୁଚି ଲୁଚି ସେନାଙ୍କ କ୍ୟାମ୍ପ ଉପରକୁ ମଧ୍ୟ ଆକ୍ରମଣ କରୁଥିଲା । ସେନା ବାହିନୀଙ୍କର କ୍ଷତି କରି ନିଜେ ଖୁସି ମନାଉ ଥିଲା । ସେହି ଗୋଟିଏ ଭୟଙ୍କର ମାଓବାଦୀ ଶହ ଶହ ସେନା ବାହିନୀଙ୍କ ଜୀବନ ନେଉଥିଲା ।

ଦୀର୍ଘ 15 ବର୍ଷ ଧରି ବୌଦ୍ଧ ଓ କନ୍ଧମାଳ ଅଞ୍ଚଳରେ ଲାଲବାହିନୀର ନେତୃତ୍ଵ ନେଇଥିବା ଦାସୁର ରାଜ୍ୟ ପୋଲିସ ପାଇଁ ଏକ ବଡ ମୁଣ୍ଡ ବ୍ୟଥାର କାରଣ ପାଲଟି ଯାଇଥିଲା। ତେବେ ପୋଲିସ ରେକର୍ଡ ଅନୁସାରେ ହତ୍ୟା ଲୁଣ୍ଠନ ଭଳି 22 ରୁ ଅଧିକ ମାମଲାରେ ଜଡିତ ଥିଲା । ତେଣୁ ଏହି ଦୁର୍ଦ୍ଧାନ୍ତ ମାଓବାଦୀକୁ ଧରିବା ପାଇଁ 5 ଲକ୍ଷ ତାଙ୍କର ପୁରଷ୍କାର ରାଶି ଘୋଷଣା କରାଯାଇଥିଲା । ଯେତେବେଳେ ଯବାନ ଓ ମାଓବାଦି ମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା ମାଓସଂଗଠନର କମାଣ୍ଡର ଦାସୁର ମୃତ୍ୟୁ ହୋଇଯାଇଛି ।

ତେବେ ସୂଚନା ଅନୁସାରେ କାକେରୀକୁପା ଗ୍ରାମ ନିକଟରେ ମାଓବାଦୀ ଯବାନ ମାନଙ୍କ ଉପରକୁ ଅତର୍କିତ ଗୁଳି ଚାଳନା କରୁଥିଲେ । ତାପରେ ଏହାର ଜବାବ ଦେବାକୁ ଯାଇ ସେନା ବାହିନୀ ମଧ୍ୟ ଓଲଟା ଗୁଳି ଚାଳନା କରିଥିଲେ । ତେବେ ସେହି ଅପରେସନ ସମୟରେ ଜଣେ ଯବାନ ମଧ୍ୟ ଗୁରୁତର ହୋଇଯାଇଥିଲେ । ତଥାପି ସେ ଗୁରୁତର ହୋଇ ମଧ୍ୟ ହାର ମାନିନଥିଲେ । ତାପରେ ଯବାନ ମାନଙ୍କ ଗୁଳି ବର୍ଷଣ ଯୋଡୁ ମାଓନେତାଙ୍କର ମୁଣ୍ଡ ଗଡିଥିଲା । ତେବେ ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବ ଲାଗି ଆମ ସହ ଆଗକୁ ମଧ୍ୟ ଏହିଭଳି ଯୋଡି ହୋଇ ରହିଥାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *