ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ, ଇସ୍ତଫା ଦେବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଆଖିରେ ଥିଲା ଲୁହ… Naveen Pattanaik

ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ! ହଁ ଆଜ୍ଞା ଲଗାତର ପାଞ୍ଚଟି ଟର୍ମରେ ମୁଖ୍ୟମନ୍ତ୍ରୀ ହୋଇ ଜିତିଆସୁଥିଲେ ସମସ୍ତଙ୍କର ଅତି ପ୍ରିୟର ନବୀନ ପଟ୍ଟନାୟକ । ହେଲେ ଚଳିତ ବର୍ଷ 2024 ରେ ପ୍ରଥମ ଥର ପାଇଁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପତ୍ର ଦେଇଛନ୍ତି । ଏହି 2024 ବର୍ଷ ତାଙ୍କ ପାଇଁ ତାଙ୍କ ରାଜନୀତିର ଅନ୍ତ ସମୟ ପାଲଟିଛି । ଯେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇସ୍ତଫା ଦେଉଥିଲେ । ସେତେବେଳେ ତାଙ୍କ ଆଖିରେ ଭରି ରହିଥିଲା ବହୁତ ଦରଦ ଓ କୋହ ।

କାରଣ କେବେବି ହାରିନଥିବା ନବୀନ ଏବେ ପରାଜୟର ସାମ୍ନା କରିଛନ୍ତି । ଦୀର୍ଘ 24 ବର୍ଷର ସରକାର ଏବେ ଆଉ ମୁଖ୍ୟମନ୍ତ୍ରୀ ପଦରେ ନାହାନ୍ତି । ଯାହା ଆଜି ତାଙ୍କୁ ବହୁତ କଷ୍ଟ ଦେଇଛି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା କଥା ମଧ୍ୟ ନବୀନଙ୍କ ସମର୍ଥକ ମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି । କାରଣ ନବୀନଙ୍କ ସମର୍ଥକ ନବୀନ ପଟ୍ଟନାୟକଙ୍କୁ ହିଁ ସବୁଦିନ ମୁଖ୍ୟମନ୍ତ୍ରୀ ପଦରେ ଦେଖିବାକୁ ଚାହୁଁଥିଲେ ।

ହେଲେ ଚଳିତ ବର୍ଷ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ଠାରୁ ପରାଜୟ ହୋଇ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ଯେଉଁ ନବୀନ ଦିନେ କହୁଥିଲେ । ସେ ଥିବା ପର୍ଯ୍ୟନ୍ତ ତାଙ୍କୁ କେହି ମଧ୍ୟ ହରାଇ ପାରିବେ ନାହିଁ । ସେହି ନବୀନ ପଟ୍ଟନାୟକ ଆଜି ହାରି ଯାଇଛନ୍ତି । ତେବେ ରାଜଭବନକୁ ଖୋଦ ମୁଖ୍ୟମନ୍ତ୍ରୀ ଯାଇ ସେଠାରେ ଇସ୍ତଫା ପତ୍ର ଦେଇ ଆସିଛନ୍ତି । ସକାଳୁ ବଡ ବଡ ନେତା ମାନଙ୍କ ସହ ଯାଇ ନବୀନ ପଟ୍ଟନାୟକ ରାଜଭବନରେ ଯାଇ ପହଞ୍ଚିଥିଲେ ।

ଯାହାପରେ ରାଜ୍ୟପାଳଙ୍କ ଅଧକ୍ଷତାରେ ନବୀନ ପଟ୍ଟନାୟକ ନିଜର ଇସ୍ତଫା ପତ୍ର ତାଙ୍କୁ ଦେଇଥିଲେ । ତେବେ ସମୟରେ ନବୀନ ବହୁତ ଦୁଃଖୀତ ହୋଇଯାଇଥିଲେ । କାରଣ ଦୀର୍ଘ 24 ବର୍ଷ ଧରି ଓଡିଶାର ମୁଖ୍ୟମନ୍ତ୍ରୀ ପଦରେ ରହି ଆସୁଥିବା ନବୀନ ଏବେ ଆଉ ଓଡିଶାର ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ । ତେବେ ଏବେ ଓଡିଶାରେ ଆଉ କେହି ମୁଖ୍ୟମନ୍ତ୍ରୀ ହୋଇ ରହିନାହାନ୍ତି । ତେବେ ଆସନ୍ତା ଜୁନ 10 ତାରିଖରେ ବିଜେପି ତାହାର ସରକାର ଗଠନ କରି ତାଙ୍କ ଦଳରୁ କାହାଙ୍କୁ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ କରିବାକୁ ଯାଉଛନ୍ତି । ତେବେ ଗୁରୁତ୍ଵପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।

Leave a Reply

Your email address will not be published. Required fields are marked *