ବନ୍ଧୁଗଣ କିଛି ଦିନ ପୂର୍ବରୁ ଆପଣ ଏହି ଯୁବକଙ୍କୁ ନିଶ୍ଚୟ ଦେଖିଥିବେ । ଆଉ ତାଙ୍କ ଭଲ ପାଇବା ବିଷୟରେ ନିଶ୍ଚୟ ଶୁଣି ଥିବେ । ଏ ହେଉଛନ୍ତି ଭଦ୍ରକର ରାହୁଲ ଧାମନଗରର ରାହୁଲ ଯିଏ ତାଙ୍କ ପ୍ରେମ ପାଇଁ ସାରା ଓଡିଶାରେ ପରିଚୟ ଲାଭ କରିଥିଲେ । ଯିଏ ତାଙ୍କ ପ୍ରେମ ପାଇଁ ସବୁଠି ପ୍ରଶଂସା ସାଉଣ୍ଟି ଥିଲେ । ଦିନେ ତାଙ୍କ ସ୍ତ୍ରୀ ପରୀକ୍ଷା ଦେବାକୁ ଯାଇ କୁଆଡେ ଚାଲି ଯାଇଥିଲେ ।
ତା ପରେ ବାବୁ ରାହୁଲଙ୍କ ଭଲ ପାଇବା ସାରା ଦୁନିଆ ଦେଖିଥିଲା । ଧନ ତୁ ଫେରିଆ କହି କାନ୍ଦୁ ଥିଲେ ତ ବିଛଣା ଉପରେ ଗଡି ଯାଉଥିଲେ ଆଉ ଶାଢୀ ଚୁଡି ଧରି କାନ୍ଦୁ ଥିଲେ । ହଁ ଆଜ୍ଞା ରାହୁଲ ଛୋଟ ପିଲାଙ୍କ ଭଳି କଇଁ କଇଁ ହୋଇ କାନ୍ଦୁ ଥିଲେ ଆଉ ଏ ଲୁହକୁ ଯିଏ ଦେଖୁଥିଲା ସେ କହୁଥିଲା ଏ ଧନ ତୁ ଫେରିଆ । ଦର୍ଶକ ବନ୍ଧୁ ଗତ କିଛି ଦିନ ତଳେ ଏହି ଖବର ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟି ଥିଲା ।
ଆଉ ଗତ କାଲି ଥିଲା ପ୍ରେମ ଦିବସ ଠିକ ସେତିକି ବେଳେ ଭାଲେଣ୍ଟାଇନ ଡେକୁ ପାଳନ କରିବା ପାଇଁ ରାହୁଲ ବି ଭୁଲିନି । ମାତ୍ର ରାହୁଲ ତା ପ୍ରିୟା ହରପ୍ରିୟା ଠାରୁ ଟିକେ ଦୂରରେ ଅଛି । ହଁ ଦର୍ଶକ ବନ୍ଧୁ ଖବର ଭିତରକୁ ଯିବା ପୂର୍ବରୁ ଭଲ କରି ଦେଖି ନିଅନ୍ତୁ ଏ ଭିଡିଓକୁ । ଯେଉଁ ଭିଡିଓ ଦିନେ ସାରା ଓଡିଶାରେ ଚହଳ ପକାଇ ଥିଲା ।
ଆଉ 8 ଦିନ ପରେ ଯେତେବେଳେ ରାହୁଲ ନିଜ ପତ୍ନୀ ପ୍ରିୟାକୁ ଦେଖିଥିଲା ଠିକ ସେତିକି ବେଳେ କିଭଳି ଭାବରେ ନିଜ ଗାଡିରେ ବସାଇ ସ୍ତ୍ରୀକୁ ନିଜ ଘରକୁ ନେଇଯାଇଥିଲା ତାହା ବି ଆପଣ ମାନେ ଦେଖିଥିବେ । ଘରକୁ ଆସିବା ପରେ ସବୁ କିଛି ଭଲ ଥିଲା ଆଉ ଏବେ ରାହୁଲ ପେଟ ପାଟଣା ପାଇଁ ବାହାରକୁ ଯାଇଛନ୍ତି । ରାହୁଲ ଏବେ ଓଡିଶା ବାହାରେ ଅଛନ୍ତି ଆଉ ସେ ଠିକ ଏତିକି ବେଳେ ତାଙ୍କ ସ୍ତ୍ରୀ ହରପ୍ରିୟାଙ୍କୁ ଭିଡିଓ କଲ୍ କରି ପ୍ରେମ ଦିବସ ପାଳନ କରିଛନ୍ତି ।
ରାହୁଲ ବାହାରକୁ ଗଲେ ବି ପ୍ରେମ ସପ୍ତାହକୁ ପାଳନ କରିବା ପାଇଁ ଭୁଲି ନାହାନ୍ତି । ସେ ନିଜ ସ୍ତ୍ରୀ ସହ ଭିଡିଓ କଲ୍ ରେ କଥା ହେଉଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।