ହୁସିଆର ! ଏମିତି ହୁଏ ଅନ୍‌ଲାଇନ ପେମେଣ୍ଟ ଠକେଇ, ଦେଖନ୍ତୁ ଏହି ଭାଇରାଲ Video

ନମସ୍କାର ବନ୍ଧୁଗଣ ତେବେ ଆଜିର ଦିନରେ ଲୋକଙ୍କୁ ଟଙ୍କା କାରବାର ପାଇଁ ଆଉ ବ୍ୟାଙ୍କର ଚକ୍କର କାଟିବାକୁ ପଡୁନି । ମୋବାଇଲ ବ୍ୟାଙ୍କିଂ ଜରିଆରେ ଯିଏ ଯେତେବେଳେ ଚାହିଲା ଓ ଯେବେ ଚାହିଁଲା ଟଙ୍କା ଉଠାଇପାରିଲା, ରଖିପାରିବା ଆଉ ଟ୍ରାନ୍ସଫର ବି କରିପାରିଲା । ସେହିପରି ମୋବାଇଲ ବ୍ୟାଙ୍କିଂ ଭଳି ଇ-ୱାଲେଟ୍ ମଧ୍ୟ ବର୍ତମାନ ସମୟରେ ସକ୍ରିୟ ହୋଇଛି । ନିଜ ସ୍ମାର୍ଟଫୋନରେ ମୋବାଇଲ ଆପ ଜରିଆରେ ଲୋକେ ଟଙ୍କା ଜମା କରି ତାକୁ ଆବଶ୍ୟକୀୟ ସମୟରେ ବ୍ୟବହାର କରୁଛନ୍ତି ।

ବିଭିନ୍ନ ଜିନିଷପତ୍ର କିଣାବିକା ବି କରିପାରୁଛନ୍ତି । ଏଥିସହିତ ବନ୍ଧୁ ତଥା ପ୍ରିୟ ପରିଜନଙ୍କ ନିକଟକୁ ଟଙ୍କା ଟ୍ରାନ୍ସଫର ମଧ୍ୟ କରିପାରୁଛନ୍ତି । ତେବେ ଏହିସବୁ ଆପ୍ ମଧ୍ୟରୁ ଗୋଟିଏ ହେଲା ପେଟିଏମ । ତେବେ ବିମୁଦ୍ରାକରଣ ପରେ କ୍ୟାସଲେସ ଟ୍ରାଂଜାକସନ ପାଇଁ ଯେଉଁ ସବୁ ୱାଲେଟ୍ ଆପ୍ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା ସେମାନଙ୍କ ମଧ୍ୟରୁ ଗୋଟିଏ ହେଲା ପେଟିଏମ ।

ଏହି ଆପଟି ଅଧିକ ଲୋକପ୍ରିୟତା ହାସଲ କରିବାର ପ୍ରମୁଖ କାରଣ ହେଉଛି ଡିଟିଏଚ ପେମେଂଟ, ଟାକ୍ସି ପେମେଂଟ, ମେଟ୍ରୋ କାର୍ଡ ରିଚାର୍ଜ, ମୁଭ ଟିକେଟ୍, ହୋଟେଲ ବୁକିଂ, ଟ୍ରେନ, ଫ୍ଲାଇଟ, ବସ ଟିକେଟ ଆଦି ବୁକିଂ, ମେଡିକାଲ ତଥା ଅନ୍ୟାନ୍ୟଦୋକାନମାନଙ୍କରେ ପେମେଂଟ କରିବା ଇତ୍ୟାଦି । ଏଥିସହିତ ହିଁ ଏହି ଆପରୁ ଗୋଟିଏ ଆକାଉଂଟରୁ ଅନ୍ୟ ଏକ ଆକାଉଂଟକୁ ଟଙ୍କା ଟ୍ରାନ୍ସଫର ବି କରାଯାଇପାରୁଛି ।

ଯଦିଓ ଏଭଳି କିଛି ୟୁଜର୍ସ ଏବେବି ରହିଛନ୍ତି, ଯେଉଁମାନେ କି ଏଯାବତ୍ ଏହି ଆପର ବ୍ୟବହାର କରିନାହାଁନ୍ତି କିମ୍ବା ଏବେ କରିବାକୁ ଚାହୁଛନ୍ତି ତେବେ ଏହି ଆପଟିକୁ ନିଜ ମୋବାଇଲରେ ଇନଷ୍ଟଲ କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ କାରଣ ଗୁଗୁଲ ପ୍ଲେଷ୍ଟୋର ଅବିକଳ ପେଟିଏମ ଆପ ଭଳି ଦିଶୁଥିବା ଏକ ଫେକ୍ ପେଟିଏମ ଆପ ବି ଉପଲବ୍ଧ । ତେବେ ବର୍ତ୍ତମାନ ସେହି ଆପ କୁ ବ୍ୟବହାର କରି ଲୋକମାନେ ଦୋକାନୀ ଙ୍କୁ ଠକୁଛନ୍ତି ମଧ୍ୟ ।

ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଠି ଜଣେ ଝିଅ ଦୋକାନ କୁ ଯାଇ ଅନେକ ଜିନିଷ ପତ୍ର ସବୁ କିଣୁଛନ୍ତି ଏଵଂ ନିଜ ଫୋନ କାଢି ପେମେଂଟ ଦେବା ସମୟରେ ସେ ଫେକ୍ ପେଟିଏମ ଆପ ବ୍ୟବହାର କରି ସ୍କ୍ରିନ ସାର୍ଟ ଦେଖାଇ ପଳାଉ ଥିବା ସମୟରେ କିଛି ପୁଅ ମାନେ ତାଙ୍କୁ ଧରି ନେଇଥିଲେ ଏବଂ ତାଙ୍କ ସମସ୍ତ କାରନାମା କୁ ଧରା ପକେଇ ଦେଇଥିଲେ ।

ତେବେ ସେହି ଆପ ରେ ଆପଣ ନାମ ଏବଂ ସମୟ ତାରିଖ ଏବଂ ଆମାଉଣ୍ଟ ପକାଇ ସବମିଟ କଲେ ଏହା ସବମିଟ ହୋଇଯାଏ କିନ୍ତୁ କୌଣସି ଟଙ୍କା ଯାଏ ନାହିଁ । ତେବେ ସେ ଏହିପରି ଭାବରେ ଦୋକାନୀ ଙ୍କୁ ଠକୁଥିଲେ ତେବେ ଶେଷ ରେ ନିଜର ଭୁଲ ମାନି ଦୋକାନୀକୁ ୩୦୦୦ ଟଙ୍କା ଦେଇ ସେଠାରୁ ପଳାଇ ଥିଲେ । ତେବେ ଆପଣ ମାନେ ବି ସାବଧାନ ରୁହନ୍ତୁ ।

Leave a Reply

Your email address will not be published. Required fields are marked *