15 ଦିନର ପୁଅ ନିଜ ମା’ଠାରୁ ହେଇ ଯାଇଥିଲା ଅଲଗା, ମୃତ୍ୟୁର 1 ଦିନ ପୂର୍ବରୁ କିଛି ଏମିତି ଥିଲା Smita Patil ଙ୍କ ଅବସ୍ଥା

ନମସ୍କାର ବନ୍ଧୁଗଣ ତେବେ ଆଜି ଆମେ ବଲିଉଡ ଅଭିନେତ୍ରୀ ସ୍ମିତା ପାଟିଲ ଙ୍କ ବିଷୟରେ କିଛି କଥା ଆଲୋଚନା କରିବା । ତେବେ ୧୭ ଅକ୍ଟୋବର ୧୯୫୬ରେ ପୁଣେରେ ଜନ୍ମ ହୋଇଥିବା ସ୍ମିତା ପାଟିଲଙ୍କ ଫିଲ୍ମ କ୍ୟାରିଅର ଖୁବ ଛୋଟ ଥିଲା । କିନ୍ତୁ ଏହି ଛୋଟ କ୍ୟାରିଅରରେ ସେ ଅନେକ ହିଟ ଫିଲ୍ମ ବଲିଉଡକୁ ଦେଇଛନ୍ତି । ସ୍ମିତା ଆର୍ଟ ଫିଲ୍ମ ସହିତ ଅନେକ କମର୍ସିଆଲ ଫିଲ୍ମରେ ନଜର ଆସିଥିଲେ । ନିଜର ଦମଦାର ଅଭିନୟ ଫଳରେ ସେ ଦୁଇ ଦୁଇ ଥର ନ୍ୟାସନାଲ ଆୱାର୍ଡ ନିଜ ନାମରେ କରିଥିଲେ ।


ସିନେମା ଜଗତରେ ତାଙ୍କର ଯୋଗଦାନ ପାଇଁ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ମଧ୍ୟ ସମ୍ମାମନୀତ କରାଯାଇଥିଲା । ଫିଲ୍ମ ଦୁନିଆର ଏହି ମହାନ କଳାକାର ଆମ ଗହଣରେ ନାହାଁନ୍ତି ସତ କିନ୍ତୁ ତାଙ୍କର ଫିଲ୍ମ ଜରିଆରେ ସେ ସମସ୍ତ ହୃଦୟରେ ରାଜ କରୁଛନ୍ତି । ତେବେ ସ୍ମିତା ପାଟିଲଙ୍କ ପିତା ଶିବଜୀ ରାୟ ପାଟିଲ ମହାରାଷ୍ଟ୍ର ସରକାରରେ ମନ୍ତ୍ରୀ ଥିଲେ ଏବଂ ତାଙ୍କ ମା’ ଜଣେ ସମାଜ ସେବିକା ।

ସ୍ମିତା ପାଟିଲ ନିଜ କ୍ୟାରିଅରର ଆରମ୍ଭ ଫିଲ୍ମରୁ ନୁହେଁ ବରଂ ନ୍ୟୁଜ ରିଡର ଭାବେ ଆରମ୍ଭ କରିଥିଲେ । ସେ ବମ୍ବେ ଦୂରଦର୍ଶନରେ ମରାଠୀ ସମାଚାର ପଢୁଥିଲେ । ତେବେ ୧୯୭୭ରେ ରିଲିଜ ହୋଇଥିବା ଫିଲ୍ମ ଭୂମିକା ପାଇଁ ସ୍ମିତାଙ୍କୁ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ମିଳିଥିଲା । ଏହା ପରେ ଫିଲ୍ମ ଚକ୍ର ପାଇଁ ତାଙ୍କୁ ପୁଣିଥରେ ନ୍ୟାସନାଲ ଆୱାର୍ଡ ମିଳିଥିଲା । ସୁବହ, ବାଜାର, ଭିଙ୍ଗୀ ଫଲଙ୍କେ, ଅର୍ଥ, ଅର୍ଦ୍ଧସତ୍ୟ, ମଣ୍ଡି ପରି ଫିଲ୍ମ ଦେଇଥିବା ସ୍ମିତାଙ୍କୁ ସିନେମାରେ ଅତୁଳନୀୟ ଯୋଗଦାନ ପାଇଁ ୧୯୮୫ରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।


ତେବେ ସେ ଅଭିନେତା ରାଜ ବବ୍ବର ଙ୍କୁ ବିବାହ କରିଥିଲେ ଏବଂ ତାଙ୍କର ଗୋଟିଏ ପୁତ୍ର ସନ୍ତାନ ମଧ୍ୟ ହୋଇଥିଲା ପ୍ରତୀକ ବବ୍ବର । ତେବେ ପୁଅ ର ଜନ୍ମ ହେବାର ୧୫ ଦିନ ପରେ ଯେତେ ବେଳେ ସେ ନିଜ ପୁଅ କୁ ଚୁପ କରିବାକୁ ଯାଇଥିଲେ ସେତେବେଳେ ସେ ପ୍ରତୀକ କୁ ନିଜ କୋଳ ରେ ଶୁଆଇ ଦେଇଥିଲେ କିନ୍ତୁ ସେତେବେଳେ ସ୍ମିତା ଙ୍କୁ ଜ୍ଵର ଆସିଥିଲା ଏବଂ ପୁଅ ତାଙ୍କ ଠାରୁ ଦୂରେଇ ଯାଉଥିଲା ।


ତେବେ କିଛି ସମୟ ପରେ ତାଙ୍କ ଡାକ୍ତର ଆସି ତାଙ୍କୁ ଚେକ କରି ଚାଲି ଯାଇଥିଲେ ତେବେ ଦିନେ ରାଜ ଏକ ପାର୍ଟି ରେ ଯିବା ପାଇଁ ରେଡ୍ଡୀ ହେବା ସମୟରେ ସ୍ମିତା ମଧ୍ୟ ଯିବାକୁ ଜିଦ କଲେ କିନ୍ତୁ ରାଜ ମନା କଲେ ଏବଂ ବିଶ୍ରାମ ନେବାକୁ କହିଲେ । ତେବେ ହଠାତ ସ୍ମିତା ଙ୍କ ଶରୀର ହଳଦିଆ ହୋଇ ରକ୍ତ ବାନ୍ତି କରିବାକୁ ଲାଗିଲେ ଏବଂ ନିଜ ପୁଅ ଠାରୁ ଦୂରେଇ ଯିବେ ଭାବି କାନ୍ଦିବାକୁ ଲାଗିଲେ ।

ତେବେ ରାଜ ଡାକ୍ତର ଙ୍କୁ ଡାକି ହସ୍ପିଟାଲରେ ନେବା ସମୟରେ ସ୍ମିତା କୋମା କୁ ପଳେଇ ଥିଲେ । ଏବଂ ଏହାର ପରଦିନ ହିଁ ଅର୍ଥାତ ୧୩ ଡିସେମ୍ବର ୧୯୮୬ରେ ଏ ଦୁନିଆ ଛାଡି ଚାଲିଗଲେ । ତେବେ ଆଜି ବି ତାଙ୍କ ସ୍ଥାନ ଅପୁରଣୀୟ ହୋଇ ରହିଛି ।

Leave a Reply

Your email address will not be published. Required fields are marked *