Urine ଇନଫେକ୍ସନ ରୋକିବେ କିପରି ? Dr Sukanta Kumar Padhy

ବନ୍ଧୁଗଣ ଆମ ଦେହରେ ଦୁଇଟି କିଡ୍ନି ଅଛି କିଡ୍ନିରେ ୟୁରିନ ତିଆରି ହୁଏ ଓ ୟୁରିନ ପରିସ୍ରା ଥଳିରେ ଜମା ହୁଏ ଏହା ପରେ ପରିସ୍ରା ରାସ୍ତାରେ ବାହାରିଯାଏ । ଏଥିମଧ୍ୟରୁ କେଉଁ ଥିରେ ବି ବ୍ୟାକ୍ଟେରିଆ ଇନଫେକ୍ସନ ହେଲେ ବା ସଂକ୍ରମଣ ହେଲେ ଆମକୁ ୟୁରିନ ଇନଫେକ୍ସନ ହୋଇଥାଏ । ଏହାକୁ ୟୁରିନ ଟ୍ରାକ୍ଟ ଇନଫେକ୍ସନ ବୋଲି ମଧ୍ୟ କୁହାଯାଏ । ଯେତେବେଳେ ବୟସ ବଢି ଥାଏ ସେତେବେଳେ ଆମ ଶରୀରର ରୋଗ ପ୍ରତିଷେଧକ ଶକ୍ତି କମି ଯାଇଥାଏ ସାଧାରଣତଃ ବୃଦ୍ଧ ଅବସ୍ଥାରେ ଏହି ସମସ୍ୟା ଅଧିକ ଦେଖା ଦେଇଥାଏ ।

ପୁରୁଷ ମାନଙ୍କ କ୍ଷେତ୍ରରେ ପ୍ରୋଷ୍ଟେଡ ନାମକ ଏକ ରୋଗ ହୁଏ ଯାହା ପରିସ୍ରାକୁ ରୋକିଥାଏ ସେହି ଭଳି ମହିଳା ମାନଙ୍କର ମଧ୍ୟ ଏଭଳି ଏକ ସମସ୍ୟା ଦେଖା ଦେଇଥାଏ ଯାହା ପରିସ୍ରା ରାସ୍ତାକୁ ଛୋଟ କରିଦିଏ । ଏହି ସବୁ କାରଣ ପାଇଁ ପରିସ୍ରା କ୍ଲିୟର ହୁଏ ନାହିଁ ଯାହାଫଳରେ ୟୁରିନ ଇନଫେକ୍ସନ ହୋଇଥାଏ ।  ଏହା ଛଡା ଡାଇବେଟିସ ରୋଗୀ ମାନଙ୍କ ମଧ୍ୟରେ ଏହି ସମସ୍ୟା ଅଧିକ ଦେଖା ଦେଇଥାଏ ।

ଡାଇବେଟିସ ରୋଗୀଙ୍କ ରକ୍ତ ଟିଷୁ ମଧ୍ୟରେ ସୁଗାର ଲେବୁଲ ବଢି ଯାଇଥାଏ ଆପଣ ମାନେ ଜାଣିଥିବେ ଯେ ସୁଗାର ବ୍ୟାକ୍ଟେରିଆ ମାନଙ୍କର ଖାଦ୍ୟ ଅଟେ ତେଣୁ ବ୍ୟାକ୍ଟେରିଆକୁ ଯେହେତୁ ଖାଦ୍ୟ ଅଧିକ ମିଳେ ସେଥିପାଇଁ ସେମାନଙ୍କ ସଂଖ୍ୟା ବଢିଯାଇଥାଏ ଓ ଇନଫେକ୍ସନ ହୋଇଥାଏ । ବନ୍ଧୁଗଣ ଏହା ସହିତ ବ୍ଲଡ଼ ପ୍ରେସର ରୋଗୀ ମାନଙ୍କ ମଧ୍ୟରେ ବି ଏହି ସମସ୍ୟା ଅଧିକ ଦେଖା ଦେଇଥାଏ ।

ଏହା ମଧ୍ୟ ଦେଖା ଯାଇଛି ମହିଳା ମାନଙ୍କୁ ପୁରୁଷ ମାନଙ୍କ ଅପେକ୍ଷା ଅଧିକ ଇନଫେକ୍ସନ ହୋଇଥାଏ । ମହିଳା ମାନଙ୍କ ମଳ ଦ୍ଵାରରେ ଯାହା ସବୁ ଜୀବାଣୁ ଅଛନ୍ତି ତାହା ଅତି ସହଜରେ ମହିଳାଙ୍କ ମୁତ୍ର ରାସ୍ତା ମଧ୍ୟରେ ପଶି ଇନଫେକ୍ଟ କରିପାରନ୍ତି । ଏହା ଛଡା ମହିଳା ମାନଙ୍କ ପରିସ୍ରା ରାସ୍ତା ଲମ୍ବା ଓ ବହୁତ ଛୋଟ ଅଟେ ଅନ୍ୟ ପକ୍ଷରେ ପୁରୁଷ ମାନଙ୍କ ପରିସ୍ରା ରାସ୍ତା ୨୦ ସେଣ୍ଟିମିଟର ତେଣୁ ପୁରୁଷଙ୍କ ଅପେକ୍ଷା ମହିଳା ମାନଙ୍କ ୟୁରିନ ଇନଫେକ୍ସନ ହେବାର ସମ୍ଭାବନା ଅଧିକ ଥାଏ ।

ୟୁରିନ ଇନଫେକ୍ସନ ହେଲେ ଆମ ପରିସ୍ରାରେ ଜଳା ପୋଡା ହେବ ଓ ତଳି ପେଟଏ ଯନ୍ତ୍ରଣା ହୁଏ । ବେଳେବେଳେ ପରିସ୍ରାରୁ ରକ୍ତ ବି ବାହାରିପାରେ ଓ ପୂଜ ବି ବାହାରି ପାରେ । ପରିସ୍ରା ଆପେ ଆପେ ବାହାରିଯାଏ ଓ ଆପଣ ନିୟନ୍ତ୍ରଣ କରିପାରିବେ ନାହିଁ । ଯଦି ଆମେ ଠିକ ସମୟରେ ଏହାର ଚିକିତ୍ସା ନକରିବା ତା ହେଲେ ଆଗାମୀ ସମୟରେ ଆମକୁ ଅନେକ ବଡ ବଡ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

ଯଦି ଆପଣଙ୍କର କିଛି ଲକ୍ଷଣ ଦେଖା ଦେଉଛି ତା ହେଲେ ଆପଣ ନିକଟସ୍ଥ ଡାକ୍ତର ଖାନାକୁ ଯାଇ ନିଜ ୟୁରିନ ଟେଷ୍ଟ ନିଶ୍ଚୟ କରନ୍ତୁ ଓ ଡାକ୍ତରଙ୍କ ପରାମର୍ଶରେ ମେଡ଼ିସିନର ସେବନ କରନ୍ତୁ । ଠିକ ସମୟରେ ଚିକିତ୍ସା କରିଲେ ଆପଣ ସୁସ୍ଥ ହୋଇଯିବେ ନଚେତ ଆପଣଙ୍କୁ ଆଗାମୀ ସମୟରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *