ନମସ୍କାର ବନ୍ଧୁଗଣ, ହୋଲି ଭଳି ଦିନରେ ରାଗ ରୁଷାକୁ ଭୁଲି ପରସ୍ପରକୁ ରଙ୍ଗ ଲଗାଇଥାନ୍ତି ଲୋକେ । କିନ୍ତୁ ଏଭଳି କିଛି ଲୋକ ଅଛନ୍ତି ଯେଉଁମାନେ କି ନିଜ ଜିଦି ପାଇଁ ରାଗକୁ ଆହୁରି ଅଧିକ ବଢାଇଥାନ୍ତି ଆଉ ଶେଷରେ ନିଜ ଉପରେ ନିୟନ୍ତ୍ରଣ ହରାଇ କରି ବସନ୍ତି ଏଭଳି କିଛି କାର୍ଯ୍ୟ ଯାହା ସମାଜ ପାଇଁ ଏକ ଭୟ ସୃଷ୍ଟି କରିବ । ଖୁସିର ଦିନରେ ଆଉ କେହି ବି ଖୁସି ହେବେ ନାହିଁ ବରଂ ଡରିବାକୁ ଲାଗିବେ । ତେବେ ହୋଲି ଦିନ ଏକ ବଡ ଘଟଣା ଘଟି ଯାଇଛି କଟକରେ ଏହା ସମ୍ପର୍କରେ ଆସନ୍ତୁ ଜାଣିବା ।
ସୂଚନା ଅନୁଯାୟୀ କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ସୁରେନ୍ଦ୍ରପାଟଣା ମୁଣ୍ଡିଆ ସାହିରେ ଆଜି ସକାଳ 6ଟା ସମୟରେ ଚାରି ଜଣ ଦୁର୍ବୁତ୍ତ ପଶିଗଲେ ଜଣଙ୍କ ଘରେ କାହାକୁ କିଛି ନ କହି ଆଖି ବନ୍ଦ ଖ-ଣ୍ଡା-ରେ ହା-ଣି ଚାଲିଲେ । ପୂର୍ବରୁ ଥିବା ଶତ୍ରୁତାକୁ କେନ୍ଦ୍ର କରି ପରିବାର ତିନି ଜଣଙ୍କ ଉପରେ ମ-ର-ଣା-ତ୍ମକ ଆ-କ୍ର-ମ-ଣ କରିଥିଲେ ଚାରି ଦୁର୍ବୁତ୍ତ ।
ସେମାନଙ୍କ ଆ-କ୍ର-ମ-ଣ-ରେ ଦୁଇ ଜଣ ଗୁରିତର ହୋଇଥିବା ବେଳେ ଆଉ ଜଣଙ୍କର ମୃତ୍ୟୁ ଘଟିଛି । ସୁରେନ୍ଦ୍ର ପାଟଣା ଗ୍ରାମର ଚିନ୍ତାମଣିଙ୍କ ଘରକୁ ପଶିଆସିଥିଲେ ଦୁର୍ବୁର୍ତ୍ତ ଆଉ ଖ-ଣ୍ଡା-ରେ ଆ-କ୍ର-ମ-ଣ କରିବାକୁ ଆରମ୍ଭ କରିଦେଲେ । ଏହାପରେ ଚିନ୍ତାମଣିଙ୍କ ସ୍ତ୍ରୀ ଏବଂ ଝିଅ ଅଟକାଇବା ପାଇଁ ଚେଷ୍ଟା କରିବାରୁ ତାଙ୍କୁ ମଧ୍ୟ ଆ-କ୍ର-ମ-ଣ କରିବାକୁ ଲାଗିଲେ ।
ଏହି ଘଟଣା ଘଟାଇବା ପରେ ତୁରନ୍ତ ଦୁର୍ବୁର୍ତ୍ତ ମାନେ କୁଆଡେ ଫେ-ରା-ର ହୋଇଗଲେ । ଏହାପରେ ଗ୍ରାମ ଲୋକ ସେମାନଙ୍କୁ ଆଠଗଡ ମେଡିକାଲ ନେଇଥିଲେ । ଆଉ ସମସ୍ତଙ୍କ ଚିକିତ୍ସା ସମୟରେ ଡାକ୍ତର ଚିନ୍ତାମଣିଙ୍କୁ ମୃତ ଘୋଷଣା କରିଥିଲେ । ସ୍ତ୍ରୀ ରଶ୍ମିତା ଏବଂ ଝିଅ ମିନତୀଙ୍କ ଅବସ୍ତା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରଣ କରାଯାଇଛି ।
ଏହି ଘଟଣାର ଖବର ପୋଲିସ ପାଇବା ପରେ ତିଗିରିଆ ଥାନାର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଦେଇଛି । କେଉଁ କାରଣକୁ ଭିତ୍ତି କରି ଦୁର୍ବୁତ୍ତ ମାନେ ଏହି ଘଟଣା ଘଟାଇଛନ୍ତି ତ୍ତାହା ଜଣା ପଡିନାହିଁ । ଆଉ ପୋଲିସ ବର୍ତ୍ତମାନ ଦୁର୍ବୁର୍ତ୍ତ ମାନଙ୍କୁ ଖୋଜି ବାହାର କରିବାର କାର୍ଯ୍ୟରେ ଲାଗିପଡିଛି । ଆଶା କରାଯାଉଛି ଖୁବ ଶୀଘ୍ର ଦୁର୍ବୁତ୍ତ ମାନଙ୍କୁ ଗିରଫ କରିବା ପୋଲିସ । ତେବେ ଏହି ଘଟଣା ସମ୍ପର୍କରେ ଆପଣ ମାନଙ୍କ ମତାମତ ଆମକୁ କମେଣ୍ଟ ମଧ୍ୟମରେ ନିହାତି ଭାବରେ ଜଣାନ୍ତୁ ।