ସତ ହେଉଛି ମାଳିକା ! ହୋଲି ଦିନ ପୁରୀ ଶ୍ରୀମନ୍ଦିରରେ ଘଟିଲା ଏମିତି ଘଟଣା…ଆଗକୁ ଆଉ କଣ ଘଟିବ ?

ଦର୍ଶକ ବନ୍ଧୁ ଚଳିତ ବର୍ଷ ହୋଲିରେ ପୁରୀ ଶ୍ରୀମନ୍ଦିରରେ ଏକ ଅଲୌକିକ ଘଟଣା ଘଟିଛି । ବାରମ୍ବାର ଗଡି ଚାଲି ଥିଲା ପହଡ ନୀତି, ପଣ୍ଡା ମାନେ ଆଶ୍ଚର୍ଯ୍ୟ ହେଇ ଗଲେ ପହଡ ପଡିବା ଆଳତିର ଦୀପ କାହିଁକି ଜଳୁନି । କାହିଁକି ସେଥିରେ ଅଗ୍ନି ସଂଯୋଗ ହୋଇ ପାରୁ ନାହିଁ । ବାରମ୍ବାର ଦୀପ ବଦଳାଇ ଥିଲେ ମଧ୍ୟ କିଛି ଫଳ ମିଳିଲା ନାହିଁ । ମନ୍ଦିର ଭିତରେ ପଡି ଗଲା ଚହଳ କଳା ସାନ୍ତଙ୍କ ପହଡ ଦୀପ ଜଳୁନି ।


ତେବେ କେମିତି ହେବ ମହାପ୍ରଭୁଙ୍କ ପହଡ କଣ ମହାପ୍ରଭୁ ଉଜାଗର କରିବେ । ତେବେ ଦର୍ଶକ ବନ୍ଧୁ ଶ୍ରୀମନ୍ଦିରରେ ଗତ ହୋଲି ଦିନ ଘଟି ଥିଲା ଏକ ଆଶ୍ଚର୍ଯ୍ୟ ଜନକ ଘଟଣା । ବଡ ଦେଉଳରେ କେତେବେଳେ କେଉଁ ଘଟଣା ଘଟି ଯାଏ ତାହା କହିବା କଷ୍ଟକର । ବହୁତ ଦିନ ହେବ ଘଟି ଚାଲି ଥିଲା ଅଘଟଣ । ତେବେ ଆପଣ ମାନେ ସମସ୍ତେ ମାଳିକା କଥାକୁ ନେଇ ଘଟଣା ମାନ ବିଷୟରେ ଶୁଣି ଆସୁଥିବେ ।

କିନ୍ତୁ ଗତ ପହଡଦିନର ଘଟଣା ଶୁଣିଲେ ଆପଣ ମାନେ କହିବେ ଭାଗ୍ୟରେ ଥିଲେ ଏମିତି ହୁଏ । କାଳିଆ ଭକ୍ତର ଭଗବାନ ବୋଲି ପୁଣି ପ୍ରମାଣ କରିଛନ୍ତି । ହରିୟଣାର ଜଣେ ମହିଳା ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ତାଙ୍କ ସ୍ଵାମୀ ଏବଂ ପୁଅ ସହ ଆସି ଥିଲେ । ଟ୍ରେନରେ ଆସିବା ହେତୁ କୌଣସି କାରଣ ବଶତଃ ସେ ଡେରିରେ ପହଞ୍ଚିଲେ । ଡେରିରେ ପହଞ୍ଚିବା ହେତୁ ମହିଳା ଜଣକ ନିରାଶ ହେଇ ଗଲେ ଆଉ କହିଲେ ଆଜି ବୋଧ ହୁଏ ଜଗାର ଦର୍ଶନ ମିଳି ପାରିବ ନାହିଁ ଆଉ ଯଦି ଦର୍ଶନ ନ ମିଳିବ ତା ହେଲେ ମୁଁ ଭୋଜନ କରିବି ନାହିଁ ।

ଦର୍ଶକ ବନ୍ଧୁ ପୁରୀରେ ଟ୍ରେନ ଲାଗି ଥିଲା ୯ ଟା ୪୫ ମିନିଟରେ ଆଉ ଶ୍ରୀମନ୍ଦିରରେ ପହଡ ୧୦ ଟାରେ ପଡି ଯାଇଥାଏ । ତେବେ ମହିଳା ଜଣକ ସିଂହଦ୍ଵାରରେ ପହଞ୍ଚିବା ପରେ ଦେଖିଲେ ସିଂହଦ୍ଵାର ଖୋଲା ଥିଲା । ପ୍ରଭୁ ଜଗନ୍ନାଥଙ୍କୁ ପୂଜା କରୁଥିବା ପୂଜକ ମାନେ ମୁଖ୍ୟ ଦ୍ଵାର ବନ୍ଦ କରିପାରୁ ନଥିଲେ । ମହିଳା ଜଣକ ପଶି ଗଲେ ଶ୍ରୀମନ୍ଦିର ଭିତରକୁ ଆଉ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବା ବେଳେ ତାଙ୍କ ଆଖିରୁ ଲୁହ ଝରି ଗଲା ।

ଏହି ଦୃଶ୍ୟ ଦେଖି ପୂଜକ ମାନେ ଆଶ୍ଚର୍ଯ୍ୟ ହେଇ ଗଲେ କାରଣ ମହାପ୍ରଭୁଙ୍କ ପହଡ ପଡୁ ନଥିଲା ଆଉ ସେହି ସମୟରେ ମହିଳା ଜଣକ ଆସି ଦର୍ଶନ କଲେ । ବୋଧ ହୁଏ ଭକ୍ତର ଡାକ ଶୁଣି ଥିଲେ କାଳିଆ ସାନ୍ତେ ସେଥିପାଇଁ ପହଡ ବନ୍ଦ କରୁ ନଥିଲେ । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *