ହିଞ୍ଜିଳିରୁ ନାମାଙ୍କନପତ୍ର ଭରିଲେ ମୁଖ୍ୟମନ୍ତ୍ରୀ ! ହଁ ଆଜ୍ଞା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ହିଞ୍ଜିଳିରୁ ନାମାଙ୍କନପତ୍ର ଭରିଛନ୍ତି । ତେବେ ଏହାରି ମଧ୍ୟରେ କିନ୍ତୁ ବ୍ରହ୍ମପୁରରେ ଆରୋପ ଓ ପ୍ରତ୍ୟାରୋପର ରାଜନୀତି ଚାଲୁ ରହିଛି । ବିଜେପି ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଏଭଳି କିଛି ପ୍ରଶ୍ନ କରିଚାହନ୍ତି। ପ୍ରଦୀପଙ୍କର ପ୍ରଶ୍ନ ସବୁ ହେଉଛି । ମୁଖ୍ୟମନ୍ତ୍ରୀ ହିସାବ ରଖିଛନ୍ତି ତ ! ନିଜ ନିର୍ବାଚନ ମଣ୍ଡଳୀରୁ କେତେ ଦାଦନ ଖଟିବାକୁ ଯାଉଛନ୍ତି ।
ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଗାଁ ନାମ ମୁଖ୍ୟମନ୍ତ୍ରୀ କହିପାରିବେ ତ ! ତେବେ ଏମିତି କିଛି ପ୍ରଶ୍ନବାଣ ବିରୋଧୀ ଦଳର ନେତା ପ୍ରଦୀପ ପାଣିଗ୍ରାହୀ ବିଜେଡି ସୁପ୍ରିମୋଙ୍କୁ ମାରିଛନ୍ତି । ତେବେ ଏହାରି ମଧ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ଘମାଘୋଟ ଲଢେଇ ଚାଲିଛି । ବେଦାନ୍ତ ମାମଲାଠାରୁ ଆରମ୍ଭ କରି କୋଇଲା ଦୁର୍ନୀତି ଓ ଦାଦନ ଶ୍ରମିକ ଠାରୁ ଆରମ୍ଭ କରି ଚିଟଫଣ୍ଡ ପର୍ଯ୍ଯନ୍ତ ବିଭିନ୍ନ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ କଡା ସମାଲୋଚନା କରିଛନ୍ତି ପ୍ରଦୀପ ପାଣିଗ୍ରାହୀ ।
ଏପରିକି ଏ ସବୁ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ନିଜର ସ୍ପଷ୍ଟୀକରଣ ରଖନ୍ତୁ ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଖୋଲାଖୋଲି ଚାଲେଞ୍ଜ କରି କହିଛନ୍ତି । ତେବେ ପ୍ରଦୀପ ପାଣିଗ୍ରାହୀ ଦମ୍ଭର ସହ ନିଜ ପ୍ରତିକ୍ରିୟାରେ କହିଛନ୍ତି । ଏଥର ଶଙ୍ଖ ଡୁବିବ, ପଦ୍ମ ଫୁଟିବ, ଲେଖା ଛିଡିବ ଓ ଓଡିଶାରେ ଡବଲ ଇଞ୍ଜିନ ସରକାର ଗଢିବ । ଭାରତରେ ତୃତୀୟ ଥର ପାଇଁ ଯଶସ୍ଵୀ ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ଵରେ ଓଡିଶାରେ ଭାରତୀୟ ଜନତା ପାର୍ଟି ସରକାର ଖୁବ ଶୀଘ୍ର ଗଠନ ହେବାକୁ ଯାଉଛି ।
ଗଞ୍ଜାମ ଜିଲ୍ଲାର ରୂପରେଖ ଖୁବ ଶୀଘ୍ର ପରିବର୍ତ୍ତନ ହେବାକୁ ଯାଉଛି ବୋଲି ପ୍ରଦୀପ ପାଣିଗ୍ରାହୀ କହିଛନ୍ତି । ବ୍ରହ୍ମପୁରର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓଡିଶାର ବିଭିନ୍ନ ପ୍ରସଙ୍ଗକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡା ସମାଲୋଚନା କରିଛନ୍ତି । ଏଥିସହ ଚଳିତ ବର୍ଷ ଖୁବ ଶୀଘ୍ର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ବିକାଶ ଧାରାରେ ଓଡିଶା ଯୋଡି ହେବାକୁ ଯାଉଛନ୍ତି ବୋଲି କହିଛନ୍ତି ।
ଓଡିଶାରେ ଏଥର ବିଜେପି ସରକାର ନିହାତି ଭାବେ ଗଠନ ହେବ ବୋଲି ମଧ୍ୟ ପ୍ରଦୀପ ପାଣିଗ୍ରାହୀ ନିଜ ପ୍ରତିକ୍ରିୟାରେ ଦୃଢୋକ୍ତିର ସହ କହିଛନ୍ତି । ତେବେ ଏହିଭଳି ଗୁରୁତ୍ୱପୂର୍ଣ୍ଣ ଖବରର ଅପଡେଟ ପାଇବା ଲାଗି ଆମ ସହ ଆଗକୁ ମଧ୍ୟ ଏହିଭଳି ଭାବେ ଯୋଡି ହୋଇ ରହିଥାନ୍ତୁ ।