ନମସ୍କାର ବନ୍ଧୁଗଣ ତେବେ ମୃତ୍ୟୁ ଏପରି ଏକ ସତ୍ୟ ଯାହାକି ଦୁନିଆରେ ଜନ୍ମ ନେଇଥିବା ସବୁ ପ୍ରାଣୀକୁ ଦିନେ ନା ଦିନେ ଏହି ରାସ୍ତାରେ ଯିବାକୁ ହୋଇଥାଏ । ଦୁନିଆରେ ଛୋଟ ପିଲା ହେଉକି ବଡ ହେଉ ସମସ୍ତଙ୍କୁ ନିଶ୍ଚିତ ଭାବରେ ଦିନେ ମୃତ୍ୟୁ ମୁଖରେ ପଡ଼ିବାକୁ ହୋଇଥାଏ । ହିନ୍ଦୁ ଧର୍ମରେ ମୃତ୍ୟୁ ପରେ ଶବକୁ ପୋଡିବାର ନିୟମ ଅଛି । କିନ୍ତୁ ଅନ୍ୟ ଧର୍ମରେ ଶବକୁ ପୋତିବାର ନିୟମ ନାହିଁ । କିନ୍ତୁ ଆପଣ ଜାଣନ୍ତି କି ହିନ୍ଦୁ ଧର୍ମରେ ଶିଶୁର ମୃତ୍ୟୁ ପରେ କାହିଁକି ପୋଡା ନଯାଇ ପୋତା ଯାଇଥାଏ ।
ତେବେ ଆସନ୍ତୁ ଜାଣିବା ଏହାର ମୁଖ୍ୟ କାରଣ କଣ ହୋଇଥାଏ । ଗରୁଡ ପୁରାଣ ଅନୁସାରେ ନବଜାତ ଶିଶୁ କିମ୍ବା ସନ୍ୟାସୀ ମାନଙ୍କୁ ମୃତ୍ୟୁ ପରେ ପୋତା ଯାଇଥାଏ। ତେବେ ଏହି ପୁରାଣ ଅନୁସାରେ ପକ୍ଷୀରାଜ ଗରୁଡ଼ଙ୍କର ପ୍ରଶ୍ନର ଉତ୍ତର ଦେଇ ଭଗବାନ ବିଷ୍ଣୁ କହିଲେ ହେ ଗରୁଡ ଯଦି କୌଣସି ସ୍ତ୍ରୀ ର ଗର୍ଭପାତ ହୋଇଯାଏ କିମ୍ବା ଜନ୍ମର ୨ ବର୍ଷ ପର୍ଯ୍ୟନ୍ତ କୌଣସି ବାଳକ ବା ବାଳିକାର ମୃତ୍ୟୁ ହୋଇଯାଏ ତାକୁ ନ ଜଳାଇ ପୋତିଦେବା ଉଚିତ ଓ ତା ଠାରୁ ଅଧିକ ବୟସର ବ୍ୟକ୍ତି କୁ ମୃତ୍ୟୁ ପରେ ପୋଡ଼ିବା ଉଚିତ ।
ତେବେ ବାସ୍ତବରେ ମନୁଷ୍ୟ ଯେତେବେଳେ ଜନ୍ମ ନେଇଥାଏ ୨ ବର୍ଷ ପର୍ଯ୍ୟନ୍ତ ତାର କୌଣସି ଦୁନିଆ ପ୍ରତି ମୋହମାୟା ନଥାଏ ଏହି ପରିସ୍ଥିତିରେ ସେହି ଶରୀରର ଆତ୍ମା ସେହି ଶରୀରରେ ପୁନଃ ପ୍ରବେଶ କରିନଥାଏ କିନ୍ତୁ ବୟସ ବୃଦ୍ଧି ଅନୁସାରେ ସଂସାରର ମୋହ ମାୟାରେ ପଡି ଆତ୍ମା ସେହି ମୃତ୍ୟୁ ଶରୀରରେ ପୁଣି ପ୍ରବେଶ କରିବାକୁ ଚେଷ୍ଟା କରିଥାଏ ।
ଯେ ପର୍ଯ୍ୟନ୍ତ ସେହି ଶରୀରକୁ ପୋଡା ଯାଇନଥାଏ । ଗରୁଡ ପୁରାଣ ଅନୁସାରେ ଶରୀରକୁ ପୋଡି ଦେଲେ ସେହି ଶରୀର ବା ଆତ୍ମା ସଂସାରରୁ ମୁକ୍ତି ପାଇଥାଏ । ଯାହା ଫଳରେ କି ସେହି ଆତ୍ମାକୁ ଶରୀର ପ୍ରତି ଭାବନା ରୁହେ ନାହିଁ । ବାସ୍ତବରେ ଅଗ୍ନିକୁ ହିନ୍ଦୁ ଧର୍ମରେ ଏକ ପ୍ରବେଶ ଦ୍ୱାର ମାନିଥାନ୍ତି । ଯାହାଦ୍ୱାରା ମୃତ୍ୟୁ ବ୍ୟକ୍ତିକୁ ଆଧ୍ୟାତ୍ମିକ ଦ୍ୱାରରେ ପ୍ରବେଶ କରିବାକୁ ରାସ୍ତା ମିଳିଥାଏ ।
ଏହିପରି ଭାବରେ ସନ୍ଥ ପୁରୁଷ ବା ମୁନି ଋଷି ମାନଙ୍କର ବି ସଂସାର ପ୍ରତି କୌଣସି ମୋହମାୟା ନଥାଏ ସେଥିପାଇଁ ସେମାନଙ୍କର ଶରୀରକୁ ପୋତା ଯାଇଥାଏ । ତେବେ ଭଗବାନ ବିଷ୍ଣୁଙ୍କ ମତ ଅନୁସାରେ ଯେତେବେଳେ କୌଣସି ଶିଶୁର ମୃତ୍ୟୁ ହୋଇଯାଏ ସେତେବେଳେ ସେହି ଶିଶୁ ର ମାତା ପିତାଙ୍କୁ ସେହି ଶିଶୁ ନିମିତ୍ତ କ୍ଷୀର ଦାନ କରିବା ଉଚିତ ।
ନଚେତ ଶିଶୁର ବୟସ ଅନୁସାରେ ସେତିକି ଶିଶୁକୁ ନିଜ ହାତରେ କ୍ଷୀର ପିଇବା ଉଚିତ । ଛୋଟ ପିଲାର ମୃତ୍ୟୁ ପରେ ତାର ଶ୍ରାଦ୍ଧ କରିବା ଉଚିତ ନୁହେଁ । କୌଣସି ମୃତ ବ୍ୟକ୍ତିର ଶ୍ରାଦ୍ଧ ସେତେ ବେଳେ କରା ଯାଇଥାଏ ଯେତେବେଳେ କି ତାର ମୁଣ୍ଡନ ବା ବ୍ରତ ହୋଇ ଯାଇଥାଏ। ତେବେ ଏହା ସହ ଯଦି ମାତା ପିତାଙ୍କର ସକ୍ଷମ ଥାଏ ତେବେ ସେ ଯେତେ ଦାନ କରିଥାଏ ସେହି ଅନୁସାରେ ଶୀଘ୍ର ଦ୍ଵିତୀୟ ସନ୍ତାନ ପ୍ରାପ୍ତ କରିଥାଏ ।
ଭଗବାନ ଆଉ ଗୋଟିଏ କଥା କୁହନ୍ତି କି ମୃତ ଶିଶୁକୁ ପୋତିବା ପରେ ସେହି ସ୍ଥାନକୁ ଗୋବରରେ ଲିପି ତା ଉପରେ ଗୋଟିଏ ତୁଳସୀ ଗଛ ଲଗାଇବା ଉଚିତ କାହିଁକିନା ସେହି ତୁଳସୀ ଗଛରେ ସ୍ଵୟଂ ଭଗବାନ ବିରାଜ ମାନ କରିଥାନ୍ତି । ଏହାଦ୍ୱାରା ସେହି ମୃତ ଆତ୍ମାକୁ ବହୁତ ଶୀଘ୍ର ମୁକ୍ତି ମିଳିଥାଏ। ତେବେ ଏହା ଉପରେ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ। ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।