ତୀର ବାଜୁଛି ଠିକ୍ ଜାଗାରେ…High Court ଙ୍କ ଆଦେଶ ପରେ ସୋସିଆଲ ମିଡିଆରେ Varsha-Anubhav ଉଭୟ ଉଭୟଙ୍କୁ ପରୋକ୍ଷରେ ଟାର୍ଗେଟ କରି କରୁଛନ୍ତି ଏମିତି ପୋସ୍ଟ, ଦେଖନ୍ତୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ ହାଇକୋର୍ଟ କହିଲେ ଯେ ଜଣେ ଆଉ ଜଣଙ୍କ ବିରୁଦ୍ଧରେ ସୋସିଆଲ ମିଡିଆ ରେ କହି ପାରିବେ ନାହିଁ । ଅନୁଭବ ଏବଂ ବର୍ଷା ମଧ୍ୟ କୋର୍ଟ ଙ୍କ ନିର୍ଦ୍ଧେଶ କ୍ରମେ ଜଣେ ଆଉ ଜଣଙ୍କ ବିରୁଦ୍ଧରେ କହୁନାହାଁନ୍ତି । ମାତ୍ର ଯାହା ସୋସିଆଲ ମିଡିଆ ରେ ଲେଖୁଛନ୍ତି ତାହା ହୁଏତ ଠିକଣା ଜାଗାରେ ଠିକ ବାଜୁଛି । କୋର୍ଟ ଙ୍କ ନିର୍ଦ୍ଧେଶ ଆସିଲା ଏବଂ କିଛି ସମୟ ପରେ ବର୍ଷା ଜୟ ମା’ ଲେଖି ଫୋଟୋ ପୋଷ୍ଟ କରିଲେ ।

ହୁଏତ ଏହି ହାତ ଯୋଡା ଫଟୋ ଛାଡି ଅନୁଭବ ପାନେ ପାଇଲେ ବୋଲି କହିପାରନ୍ତି । ବର୍ଷା ର ପୋଷ୍ଟ ର କିଛି ସମୟ ପରେ ପିଲାଦିନର ଫଟୋ ସହିତ ଅନୁଭବଙ୍କର ଟ୍ଵିଟ ଆସିଲା ।ଟୁଇଟ ରେ ଲେଖିଥିଲେ, ସମସ୍ତେ କ୍ଷମା କରିଦେବେ ମୁଁ nostaalgic ଛଡା କିଛି ଲେଖି ପାରୁନି । ପରିବାର ର ଫଟୋ ଛାଡି ଅନୁଭବ, ବର୍ଷା ପରିବାରକୁ ହତାଦର କରୁଛନ୍ତି ବୋଲି ହୁଏତ କହିଥାଇପାରନ୍ତି ।

ହିନ୍ଦୀ ରେ ଗୋଟେ କଥା ଅଛି କହିଁ ପେ ନିଗାହେଁ କହିଁପେ ନିଶାନା ଅର୍ଥାତ ଲକ୍ଷ ଥିବ ଗୋଟେ ଜାଗାରେ ମାତ୍ର ଆଖି ଦେଖୁଥିବ ଆଉ ଗୋଟିଏ ଜାଗା । ଅନୁଭବ ବର୍ଷା ପାରିବାରିକ ବିବାଦ ମାମଲାରେ ହୁଏତ ଠିକ ଏହିଭଳି କିଛି ବର୍ତ୍ତମାନ ଦେଖିବାକୁ ମିଳିଅଛି । ମାନ୍ୟବର ହାଇକୋର୍ଟ କହିଲେ ଯେ ସୋସିଆଲ ମିଡିଆ ରେ କେହି କାହା ବିରୁଦ୍ଧରେ ବିଶେଷ କିଛି କହିପାରିବେ ନାହିଁ ।

ଉଭୟ ଅନୁଭବ ଏବଂ ବର୍ଷା କେହି କାହା ବିରୁଦ୍ଧରେ କିଛି କହୁନାହାଁନ୍ତି ସତ କିନ୍ତୁ ସୋସିଆଲ ମିଡିଆ ରେ ଯାହା ଲେଖୁଛନ୍ତି, ତାହା ଠିକଣା ଜାଗାରେ ବାଜୁଛି ବୋଲି ଚର୍ଚ୍ଚା ହେଉଛି । କୋର୍ଟ ସିନା କିଏ କାହା ବିରୁଦ୍ଧରେ କହିବାକୁ ମନା କରିଛନ୍ତି କିନ୍ତୁ ନିଜ ନିଜର କଥା କହିବାକୁ ତ ମନା କରି ନାହାଁନ୍ତି ଏବଂ ଏହି ବାଟକୁ ବୋଧ ହୁଏ ସଠିକ ଭାବରେ ଧରିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଏବଂ ସାଂସଦ ଅନୁଭବ ମହାନ୍ତି ।

ଅନୁଭବ ଏବଂ ବର୍ଷା ସୋସିଆଲ ମିଡିଆ ରେ କରୁଥିବା ପୋଷ୍ଟ ର ସିଧା ସିଧା ଅର୍ଥ ଦେଖିବାକୁ ଗଲେ କୌଣସି ଅସୁବିଧା ନାହିଁ । କାରଣ ତାହା କୋର୍ଟ ଙ୍କ ନିର୍ଦ୍ଧେଶ ବିରୁଦ୍ଧରେ ଯାଉନାହିଁ । କିନ୍ତୁ ସେହି ପୋଷ୍ଟ ତଥା ଫଟୋ କୂ ଯଦି ବିଶ୍ଳେଷଣ କରାଯାଏ ତେବେ ହୁଏତ ଉଭୟ ଦୁଇ ତରଫ ଭାବିଛିନ୍ତି ପୋଷ୍ଟ କରୁଛନ୍ତି । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *