ବନ୍ଧୁଗଣ, ଧାଡି ହୋଇ ଦୋକାନ ଭିତରକୁ ପ୍ରବେଶ କରୁଥିଲେ କିଛି କୁନି କୁନି ଝିଅ ମାନେ । ଡ୍ରେସ ଦୋକାନ ରେ ସମସ୍ତଙ୍କୁ ପ୍ରଣାମ ମଧ୍ୟ କରୁଥିଲେ ଏବଂ ଚାତକ ଭଳି ସମସ୍ତଙ୍କୁ ଅନାଉଥିଲେ, ଯେମିତି ସବୁକିଛି ଏମାନେ ନୂଆ ଦେଖୁଛନ୍ତି । ନୂଆ ଲାଗୁଥିଲା ଏହି ଚିକିମିକି ଆଲୁଅ ଏବଂ ମାର୍ବଲ ଦୋକାନ । ଆଉ ଏତେ ସାରା ନୂଆ ନୂଆ ଡ୍ରେସ ଦେଖି ଆତ୍ମହରା ଏମାନେ । କାରଣ ଏମାନେ କେବେ ମଧ୍ୟ ନୂଆ ଡ୍ରେସଟିଏ ଦେଖି ନଥିଲେ କି ନୂଆ ଡ୍ରେସ ଖଣ୍ଡେ ପିନ୍ଧିନଥିଲେ ।
ଏମାନେ ବାପା ମା ଛିଉଣ୍ଡ ଏବଂ ଅନାଥ । କିଏ କେବେ କେତେବେଳେ ପୁରୁଣା ଡ୍ରେସ ଖଣ୍ଡେ ଦେଲେ ଏମାନେ ପିନ୍ଧିଥାନ୍ତି । ଏହିଭଳି ଚିରା ଡ୍ରେସ ରେ ବିତିଯାଇଥାଏ ବର୍ଷ ବର୍ଷ । ଆଜି ଏହି କୁନି ପିଲା ମାନଙ୍କ ମୁହଁରେ ଅସରନ୍ତି ହସ ତଥା ଏକ ନୂଆ ଚମକ । କାରଣ ଆଜି ଏହି ପିଲାମାନେ ନିଜେ ନିଜ ପସନ୍ଦ ର ଡ୍ରେସ କିଣୁଛନ୍ତି । ଏହି କୁନି କୁନି ଛୁଆ ମାନଙ୍କ ହସ ପଛରେ ରହିଛି ଗଜପତି ଜିଲ୍ଲା ପ୍ରଶାସନ ।
ବଜାର ବୁଲିବା ତଥା ମନ ପସନ୍ଦ ର ପୋଷାକ ପିନ୍ଧି ବୁଲିବା ଏଭଳି ଇଛା ମୁଖ୍ୟତଃ ସମସ୍ତଙ୍କର ରହିଥାଏ । କିନ୍ତୁ ସମସ୍ତଙ୍କୁ କ’ଣ ଏଭଳି ସୁଯୋଗ ମିଳିଥାଏ ? ଅନାଥ ପିଲା ମାନଙ୍କ ପାଇଁ ଏଭଳି ସ୍ଵପ୍ନ ମଧ୍ୟ ମହଙ୍ଗା କିନ୍ତୁ ଏଠାରେ ବାସ୍ତବତାରେ ପରିଣତ ହୋଇ ପାରିଛି ଏହି ଅବାସ୍ତବ କଥା । ପାରଳାଖାମୁଣ୍ଡି ରେ ରହିଛି ବାଳିକା ଶିଶୁ ଯତ୍ନ କେନ୍ଦ୍ର । ସ୍ଵେଛାସେବୀସଂସ୍ଥା ଦ୍ଵାରା ପରିଚାଳିତ ଏହି ଶିଶୁଯତ୍ନ କେନ୍ଦ୍ର ରେ ୪୦ ରୁ ଅଧିକ ବାଳିକା ରହିଛନ୍ତି ।
ଏମାନେ ସମସ୍ତେ ବାପା ମା ଛିଉଣ୍ଡ ତେଣୁ ଏହି ପିଲାମାନଙ୍କ ସମସ୍ତ ଦେଖାଶୁଣା କରୁଛି ଜିଲ୍ଲା ପ୍ରଶାସନ । ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବ୍ୟକ୍ତି କିଛି ସହଯୋଗ ଦାନ କଲେ ସେମାନେ ଏହାକୁ ପିନ୍ଧୁଥିଲେ । କିନ୍ତୁ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଭାଙ୍ଗିଦେଲେ ଏହି ପରମ୍ପରା ।
ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ସମସ୍ତ ଅନ୍ତେବାସୀ ଙ୍କୁ ବଜାର ନିଆଯାଇଥିଲା ଏବଂ ସେମାନେ ନିଜ ମନ ପସନ୍ଦ ର ପୋଷାକ କିଣିଥିଲେ । ଏବଂ ସେମାନେ ବହୁତ ଖୁସି ଅଛନ୍ତି ବୋଲି କହିଲେ । ଆଗରୁ କେବେ ଏଭଳି ଆସି ନିଜ ପସନ୍ଦ ର ପୋଷାକ ପିନ୍ଧି ନଥିଲୁ ବୋଲି କୁନି ପିଲାମାନେ କହିଛନ୍ତି ।
ସାଧାରଣତ ଗୋଟେ ପ୍ରକାରର ପୋଷାକ ରହିଥାଏ ମାତ୍ର ଏହିଭଳି ନିଜ ମନପସନ୍ଦ ର ପୋଷାକ କିଣି ପିଲାମାନେ ବହୁତ ଖୁସି । ସତରେ ଗଜପତି ଜିଲ୍ଲା ପ୍ରଶାସନ ଙ୍କୁ ଧନ୍ୟବାଦ ଦେବା କଥା କାରଣ କାହା ମୁହଁରେ ହସ ଫୁଟାଇବା ସବୁଠାରୁ ବଡ କଥା ଅଟେ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।