ଟ୍ରେଣ୍ଡିଂ ରେ ଏବେ ହେଲିକ୍ୟାପ୍ଟର ବାହାଘର ! ଜାଣନ୍ତୁ କେମିତି କରିବେ ବୁକିଙ୍ଗ ଓ ଏଥିପାଇଁ ଆପଣଙ୍କୁ ଦେବାକୁ ପଡିବ କେତେ ଟଙ୍କା, ଯାନନ୍ତ ପୁରା Details

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷଙ୍କ ପାଇଁ ବିବାହ ସବୁଠାରୁ ବଡ ଖୁସି ହୋଇଥାଏ । ସମସ୍ତ ଲୋକ ନିଜ ବିବାହର ବହୁତ ଖାସ ରୂପେ କରିବା ପାଇଁ ଚାହିଁ ଥାନ୍ତି । ଆଗରୁ ଲୋକମାନେ ବିବାହରେ ଗାଡିର ବ୍ୟବହାର କରୁଥିଲେ । ବର ଗାଡି ନେଇ ନିଜ ବୋହୁକୁ ଆଣୁ ଥିଲା ହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ବଦଳି ଯାଇଛି । ବିବାହରେ ହେଲିକପ୍ଟରର ବ୍ୟବହାର ଏବେ ଗୋଟେ ଫ୍ୟାସନ ହୋଇଯାଇଛି । ବିବାହ କାର୍ଯ୍ୟରେ ହେଲିକପ୍ଟର ବହୁ ମାତ୍ରାରେ ବ୍ୟବହାର ହେଉଛି ।


ବିଶେଷ କରି ହେଲିକପ୍ଟରରେ କନ୍ୟା ବିଦାୟ ଏକ ଫ୍ୟାସନ ହୋଇଯାଇଛି । ହେଲେ ହେଲିକପ୍ଟର କିଭଳି ବୁକିଙ୍ଗ କରିବେ ଓ ବୁକିଙ୍ଗ ପାଇଁ କେତେ ଟଙ୍କା ଖର୍ଚ ହେବ, ସବୁଠାରୁ ବଡ କଥା କଣ ସମସ୍ତେ ହେଲିକପ୍ଟର ବୁକ କରିପାରିବେ ଏଭଳି ଅନେକ ପ୍ରଶ୍ନର ଉତ୍ତର ନେଇ ଆଜି ଆମେ ଆସିଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ଯଦି ଆପଣ ବିବାହ ପାଇଁ ହେଲିକପ୍ଟର ଆଣିବାକୁ ଚାହୁଁ ଛନ୍ତି ତା ହେଲେ ଆପଣ ଅନଲାଇନ ମାଧ୍ୟମରେ ଏହାର ବୁକିଙ୍ଗ କରିପାରିବେ । ହେଲିକପ୍ଟର ବୁକିଙ୍ଗ କରିବା ବେଳେ କିଛି ନିୟମ ପ୍ରତି ମଧ୍ୟ ଦ୍ରୁଷ୍ଟି ଦେବାକୁ ପଡିଥାଏ ଯେମିତି କି କେଉଁ ଠାରେ ହେଲିକପ୍ଟର ଲ୍ୟାଣ୍ଡ ହେବ ତାହା ସବୁଠାରୁ ବଡ ପ୍ରଶ୍ନ । ବନ୍ଧୁଗଣ ହେଲିକପ୍ଟର କେଉଁଠି ବି ଲ୍ୟାଣ୍ଡ କରାଯାଇ ପାରିବ ନାହିଁ ଏଥିପାଇଁ କୌଣସି ଏକ ନିର୍ଦ୍ଧିଷ୍ଟ ସ୍ଥାନ ବାଛିବାକୁ ହୋଇଥାଏ ଯେଉଁଠି କି ହେଲିକପ୍ଟରକୁ ସହଜରେ ଲ୍ୟାଣ୍ଡ କରାଯାଇ ପାରିବ ।

ଏହା ସହିତ ହେଲିକପ୍ଟର ବୁକିଙ୍ଗ କରିବା ପୂର୍ବରୁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅନୁମତି ଆଣିବାକୁ ହୋଇଥାଏ । ହେଲିକପ୍ଟର ଲ୍ୟାଣ୍ଡ କରିବାର ସମୟ, ସ୍ଥାନ ଓ ତାରିଖ ପୂର୍ବରୁ ନିର୍ଧାରିତ କରାଯାଇଥାଏ । ସବୁଠାରୁ ବଡ କଥା ହେଉଛି ହେଲିକପ୍ଟର ବୁକିଙ୍ଗରେ କେତେ ଟଙ୍କା ଦେବାକୁ ପଡିଥାଏ । ବନ୍ଧୁଗଣ ହେଲିକପ୍ଟର କେତେ ଦୂର ଯିବାକୁ ଅଛି ତାହା ଜାଣିବା ପରେ ଏହାର ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ । ଏହା ସହିତ ଘଣ୍ଟା ପ୍ରତି ଏହାର ଭଡା ଲାଗିଥାଏ ।


ଅତି କମରେ ଦୁଇ ଘଣ୍ଟା ପାଇଁ ଦୁଇ ରୁ ଅଢେଇ ଲକ୍ଷ ଟଙ୍କା ଭଡା ଲାଗିଥାଏ । ଦୁଇ ଘଣ୍ଟା ଅତିକ୍ରମ କରିବା ପରେ ଘଣ୍ଟା ପ୍ରତି 50 ରୁ 60 ହଜାର ଟଙ୍କା ଭଡା ବଢିଥାଏ । ଆପଣ ମାନେ ନିକଟସ୍ଥ ଟ୍ରାଭେଲ ଏଜେନ୍ସି ସହ ସମ୍ପର୍କ କରିଲେ ଅଧିକ ସୂଚନା ପାଇପାରିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *