ହେଲିକପ୍ଟରରେ ହେବ ଆଲୋଚନା ! ଜାଣନ୍ତୁ ପୁରା ଖବର…

ମୋଦୀ ଆସିବେ ନବୀନ ତାଙ୍କ ସହ ଯିବେ । ରାଷ୍ଟ୍ରପତି ନିର୍ବାଚନ ନେଇ ହେଲିକପ୍ଟରରେ ଆଲୋଚନା ହେବ । ମୋଦୀ ମନେଇବେ ନବୀନଙ୍କୁ ମୁଖ୍ୟମନ୍ତ୍ରୀ କିଛି ମାଗିବେ ପ୍ରଧାନମନ୍ତ୍ରୀଙ୍କୁ । ପାରାଦୀପରେ ହେବ କାର୍ଯ୍ୟକ୍ରମ । ଏଡିଏ ପ୍ରାର୍ଥୀଙ୍କ ପାଇଁ ପଥ ହେବ ସୁଗମ । ଜୁନ୍ ୨୧ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତ କରିବା ନେଇ ପ୍ରକ୍ରୀୟା ଆରମ୍ଭ ହୋଇଛି । ଏହି ସମୟରେ ସେ ପାରଦୀପ ଠାରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କରିବେ ।

ଜୁନ ୨୯ ତାରିଖ ରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନର ଶେଷ ତାରିଖ । ଏହି ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତ କରିବେ ବୋଲି କୁହାଯାଉଛି । ମୋଦିଙ୍କ ଓଡ଼ିଶା ଗସ୍ତ ନେଇ ରାଷ୍ଟ୍ରପତି ନିର୍ବାଚନ ରଣନୀତିର ବାସ୍ନା ବାରିହୋଇ ପଡୁଛି । ଖବର ଅନୁସାରେ ମୋଦି ୨୧ ତାରିଖରେ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ଆସି ପହଞ୍ଚିବେ ।

ଏଠାରୁ ସେ ହେଲିପପ୍ଟର ଯୋଗେ ପାରାଦୀପ ଯିବେ । ହେଲିକପ୍ଟରରେ ପ୍ରଧାନମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରହିବେ ବୋଲି ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି । ଯେହେତୁ ରାଷ୍ଟ୍ରପତି ନିର୍ବାଚନ ଲାଗି ଏନଡିଏ ପାଖରେ ୟୁପିଏ ଠାରୁ କିଛି କମ ପ୍ରତିଶତ ଭୋଟ ରହିଛି ସେଇଥି ପାଇଁ ଏହି ସ୍ୱଳ୍ପ କାଳୀନ ହେଲିକପ୍ଟର ଯାତ୍ରା ବେଳେ ମୋଦୀ ନବୀନଙ୍କୁ ମନେଇ ପାରନ୍ତି ବୋଲି ଆଲୋଚନା ହେଉଛି ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ କାର୍ଯ୍ୟକ୍ରମ ଚୁଡାନ୍ତ ହୋଇନି ତଥାପି ବି କେଉଁ କେଉଁ ପ୍ରକଳ୍ପର ଲୋକାର୍ପଣ କରିବେ ମୋଦୀ  ସେନେଇ ସମସ୍ତ ମନ୍ତ୍ରାଳୟକୁ ତାଲିକା ମଗା ଯାଇଛି । ଗତ ସୋମବାର ପ୍ରଧାନମନ୍ତ୍ରୀଙ୍କ ଦଫ୍ତର ତରଫରୁ ଏକ ଟିମ ପାରାଦୀପ ଗସ୍ତ କରି ବିଭିନ୍ନ ଜିନିଷ ବୁଲି ଦେଖିଛନ୍ତି । ଜାତୀୟ ରାଜନୀତି ଦ୍ରୁଷ୍ଟିରୁ ରାଷ୍ଟ୍ରପତି ଓ ଉପ ରାଷ୍ଟ୍ରପତି ନିର୍ବାଚନ ଲାଗି କେନ୍ଦ୍ରରେ କ୍ଷମତା ସିନ ବିଜେପି ପାଇଁ ବିଜେଡିର ସମର୍ଥନ ନିହାତି ଆବଶ୍ୟକ ।

ସେହି ଦ୍ରୁଷ୍ଟିରୁ ରାଜ୍ୟରେ ବିଭିନ୍ନ ପ୍ରସଙ୍ଗ ଥିଲେ ମଧ୍ୟ ବିଜେଡିରୁ ରାଜ୍ୟ ବିଜେପି ଟାର୍ଗେଟ କରୁ ନାହିଁ । କାଳେ ବିଜେଡି ଫିରକି ଯିବ ସେହି ଆଶଙ୍କା ରେ ରାଜ୍ୟ ବିଜେପି ନେତା ଚୁପ ରହୁଛନ୍ତି । ଆଉ ଯଦି ହେଲିକପ୍ଟର ଗସ୍ତ ବେଳେ ମୋଦୀ ନବୀନଙ୍କୁ ମନେଇ ପାରିବେ ତା ହେଲେ ବିଜେଡି ମଧ୍ୟ କିଛି ସର୍ତ୍ତ ରଖିପାରେ ବୋଲି ଆଲୋଚନା ହେଉଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ,ଧନ୍ୟବାଦ ।

Leave a Reply

Your email address will not be published. Required fields are marked *